ଅଧ୍ୟାୟ 1: ଅର୍ଜୁନ ବିଷାଦଯୋଗ

ଅର୍ଜୁନ ବିଷାଦଯୋଗ

ଭଗବଦ୍ ଗୀତା ମହାଭାରତ ଯୁଦ୍ଧର ରଣଭୂମିରେ କୁହାଯାଇଥିଲା, ଯାହାକି କୌରବ ଏବଂ ପାଣ୍ଡବ ଦୁଇ ଭ୍ରାତୃପକ୍ଷଙ୍କ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏକ ବିଶାଳ ଯୁଦ୍ଧ ଥିଲା । ଯେଉଁ ସବୁ ଘଟଣାଚକ୍ର ଏହି ବିଶାଳ ଯୁଦ୍ଧକୁ ଆହ୍ୱାନ କରିଥିଲା, ତାହାର ବିଷଦ ବିବରଣୀ ଏହି ଗ୍ରନ୍ଥର ଉପକ୍ରମରେ “ମହାଭାରତ ଯୁଦ୍ଧର ପୃଷ୍ଠଭୂମି” ଭାଗରେ ପ୍ରଦାନ କରାଯାଇଅଛି ।

ରାଜା ଧୃତରାଷ୍ଟ୍ର ଏବଂ ତାଙ୍କ ମନ୍ତ୍ରୀ ସଞ୍ଜୟଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ ରୂପରେ ଭଗବଦ୍ ଗୀତା ପ୍ରକଟ ହେବାକୁ ଯାଉଅଛି । ଯେହେତୁ ଧୃତରାଷ୍ଟ୍ର ଅନ୍ଧଥିଲେ, ସେ ନିଜେ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୋଇ ପାରି ନ ଥିଲେ । ସେଥିପାଇଁ ସଞ୍ଜୟ ତାଙ୍କୁ ଯୁଦ୍ଧକ୍ଷେତ୍ରରେ ଘଟୁଥିବା ସମସ୍ତ ଘଟଣାର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରୁଥିଲେ । ସଞ୍ଜୟ ମହାଭାରତର ରଚୟିତା ବେଦ ବ୍ୟାସଙ୍କର ଶିଷ୍ୟ ଥିଲେ । ବେଦ ବ୍ୟାସଙ୍କର ଏକ ଚମତ୍କାରୀ ଶକ୍ତି ଥିଲା, ଯଦ୍ୱାରା ସେ ଦୂର ଦୂରାନ୍ତରେ ଘଟୁଥିବା ଘଟଣା ସବୁ ଦେଖିପାରୁଥିଲେ । ସଞ୍ଜୟଙ୍କ ଠାରେ ମଧ୍ୟ ଗୁରୁଙ୍କ କୃପାରୁ ସେହି ଦୂର ଦୃଷ୍ଟିର କ୍ଷମତା ଥିଲା, ଯଦ୍ୱାରା ସେ ଦୂରରୁ ଯୁଦ୍ଧର ସମସ୍ତ ଗତିବିଧି ଦେଖିପାରୁଥିଲେ ।

ଭଗବଦ୍ ଗୀତା 1.1 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଧୃତରାଷ୍ଟ୍ର କହିଲେ, “ହେ ସଞ୍ଜୟ! ମୋ ପୁତ୍ରଗଣ ଏବଂ ପଣ୍ଡୁପୁତ୍ରଗଣ ଯୁଦ୍ଧ କରିବାକୁ ଇଚ୍ଛା କରି ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ରିତ ହୋଇ କ’ଣ କଲେ?

ଭଗବଦ୍ ଗୀତା 1.2 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଞ୍ଜୟ କହିଲେ: ପାଣ୍ଡବମାନଙ୍କ ସୈନ୍ୟ ସଜ୍ଜାକୁ ଲକ୍ଷ୍ୟ କରି, ରାଜା ଦୁର୍ଯୋଧନ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି କଥା କହୁଛନ୍ତି ।

ଭଗବଦ୍ ଗୀତା 1.3 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଦୁର୍ଯ୍ୟୋଧନ କହିଲେ: ପୂଜ୍ୟ ଗୁରୁଦେବ! ଆପଣଙ୍କର ପ୍ରତିଭାବାନ୍ ଶିଷ୍ୟ ଦ୍ରୁପଦ ପୁତ୍ରଙ୍କ ଦ୍ୱାରା ଅତି ନିପୁଣତାର ସହିତ ଯୁଦ୍ଧ ପାଇଁ ସଜ୍ଜିତ ପାଣ୍ଡୁପୁତ୍ରମାନଙ୍କର ସୈନ୍ୟବାହିନୀକୁ ଲକ୍ଷ୍ୟ କରନ୍ତୁ ।

ଭଗବଦ୍ ଗୀତା 1.4 - 1.6 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତାଙ୍କର ସୈନ୍ୟ ବାହୀନିକୁ ଲକ୍ଷ କରନ୍ତୁ । ସେଥିରେ ଯୁଯୁଧାନ, ବିରାଟ ଓ ଦ୍ରୃପଦଙ୍କ ପରି ଅନେକ ଶକ୍ତିଶାଳୀ ଧନୁର୍ଧାରୀ ଯୋଦ୍ଧା ଅଛନ୍ତି, ଯେଉଁମାନେ କି ସାମରିକ ଶକ୍ତିରେ ଭୀମ ଓ ଅର୍ଜୁନଙ୍କ ସମତୁଲ୍ୟ ଅଟନ୍ତି । ଆହୁରି ମଧ୍ୟ ଧୃଷ୍ଟକେତୁ, କାଶୀରାଜ, ଚେକିତାନ, ପୁରୁଜିତ, କୁନ୍ତିଭୋଜ ଏବଂ ଶୈବଙ୍କ ପରି ପ୍ରଖ୍ୟାତ ଯୋଦ୍ଧା ଓ ନରଶ୍ରେଷ୍ଠଗଣ ଉପସ୍ଥିତ ଅଛନ୍ତି । ସାହସୀ ଯୁଧାମନ୍ୟୁ, ଶକ୍ତିଶାଳୀ ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଏବଂ ଦ୍ରୌପଦୀଙ୍କ ପୁତ୍ରଙ୍କ ପରି ପ୍ରଖ୍ୟାତ ସେନାଧ୍ୟକ୍ଷ ମାନେ ଅଛନ୍ତି ।

ଭଗବଦ୍ ଗୀତା 1.7 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ବ୍ରାହ୍ମଣ ଶ୍ରେଷ୍ଠ! ଆମ ପକ୍ଷରେ ଥିବା ବିଶିଷ୍ଟ ଯୋଦ୍ଧା, ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ନେତୃତ୍ୱ ନେବାରେ ପ୍ରବୀଣ, ସେମାନଙ୍କ ବିଷୟରେ ଶୁଣନ୍ତୁ । ମୁଁ ଆପଣଙ୍କୁ ସେମାନଙ୍କ ବିଷୟରେ କହୁଛି ।

ଭଗବଦ୍ ଗୀତା 1.8 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆପଣ, ଭୀଷ୍ମ, କର୍ଣ୍ଣ, କୃପା, ଅଶ୍ୱଥାମା, ବିକର୍ଣ୍ଣ ଏବଂ ଭୂରିଶ୍ରବା ସର୍ବଦା ଯୁଦ୍ଧଜୟୀ ବ୍ୟକ୍ତିତ୍ୱଗଣ ଅଛନ୍ତି ।

ଭଗବଦ୍ ଗୀତା 1.9 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଆହୁରି ମଧ୍ୟ ଅନେକ ବୀର ଯୋଦ୍ଧା ଅଛନ୍ତି, ଯେଉଁମାନେ ମୋ ପାଇଁ ପ୍ରାଣ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ସେମାନେ ସମସ୍ତେ ଯୁଦ୍ଧବିଦ୍ୟାରେ ପାରଙ୍ଗମ ଏବଂ ବିଭିନ୍ନ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଅଛନ୍ତି ।

ଭଗବଦ୍ ଗୀତା 1.10 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପିତାମହ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ଆମ୍ଭମାନଙ୍କର ସୈନ୍ୟ ବଳ ଅସୀମିତ ଅଟେ, କିନ୍ତୁ ଭୀମଙ୍କ ଦ୍ୱାରା ସାବଧାନ ପୁର୍ବକ ସୁରକ୍ଷିତ ପାଣ୍ଡବ ସେନାଙ୍କ ବଳ ସୀମିତ ଅଟେ ।

ଭଗବଦ୍ ଗୀତା 1.11 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତେଣୁ, ମୁଁ କୌରବ ସେନାର ସମସ୍ତ ସେନାପତିମାନଙ୍କୁ ଆହ୍ୱାନ କରୁଅଛି ଯେ ଆପଣମାନେ ନିଜ ନିଜର ବ୍ୟୁହ ରକ୍ଷା କରିବା ସହିତ ପିତାମହ ଭୀଷ୍ମଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତୁ ।

ଭଗବଦ୍ ଗୀତା 1.12 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତା’ପରେ ଯଶସ୍ୱୀ କୁଳ ବୃଦ୍ଧ ଭୀଷ୍ମ, ସିଂହ ପରି ଗର୍ଜନ କରି ଅତି ଉଚ୍ଚ ସ୍ୱରରେ ତାଙ୍କର ଶଙ୍ଖନାଦ କଲେ, ଯାହା ଦୁର୍ଯ୍ୟୋଧନଙ୍କୁ ଆନନ୍ଦିତ କଲା ।

ଭଗବଦ୍ ଗୀତା 1.13 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତା’ପରେ ନାଗରା, ଶଙ୍ଖ, ଭେରୀ, ତୁରୀ ଓ ଶିଙ୍ଘା ଆଦି ହଠାତ୍ ବାଜି ଉଠିଲା ଏବଂ ତାଙ୍କର ଏକତ୍ରିତ ଧ୍ୱନି ଅତି ଉଚ୍ଚ ନାଦ ସୃଷ୍ଟି କଲା ।

ଭଗବଦ୍ ଗୀତା 1.14 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତା’ପରେ ପାଣ୍ଡବ ବାହିନୀ ମଧ୍ୟରେ, ଶ୍ୱେତ ଅଶ୍ୱ ଯୁକ୍ତ ତେଜୀୟାନ ରଥରେ ଆରୋହଣ କରି, ମାଧବ ଏବଂ ଅର୍ଜୁନ ତାଙ୍କର ଦିବ୍ୟ ଶଙ୍ଖ ବଜାଇଲେ ।

ଭଗବଦ୍ ଗୀତା 1.15 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହୃଷିକେଶ ତାଙ୍କର ପଞ୍ଚଜନ୍ୟ ନାମକ ଶଙ୍ଖ ବଜାଇଲେ ଏବଂ ଅର୍ଜୁନ ତାଙ୍କର ଦେବଦତ୍ତ ନାମକ ଶଙ୍ଖ ବଜାଇଲେ । ଅତ୍ୟନ୍ତ ଖାଦ୍ୟ ପ୍ରିୟ ଓ କଷ୍ଟସାଧ୍ୟ କାର୍ଯ୍ୟ ସମ୍ପନ୍ନ କରୁଥିବା ଭୀମ ମଧ୍ୟ ତାଙ୍କର ପୌଣ୍ଡ୍ର ନାମକ ଶକ୍ତିଶାଳୀ ଶଙ୍ଖ ବଜାଇଲେ ।

ଭଗବଦ୍ ଗୀତା 1.16 - 1.18 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ରାଜା ଯୁଧିଷ୍ଠିର ଅନନ୍ତ ବିଜୟ ବଜାଇଲେ ଏବଂ ନକୁଳ ଓ ସହଦେବ ସୁଘୋଷ ଏବଂ ମଣିପୁଷ୍ପକ ଫୁଙ୍କିବାକୁ ଲାଗିଲେ । ସର୍ବଶ୍ରେଷ୍ଠ ଧନୁର୍ଦ୍ଧର୍ର କାଶୀରାଜ, ପ୍ରସିଦ୍ଧ ଯୋଦ୍ଧା ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ବିରାଟ, ଅପରାଜେୟ ସାତ୍ୟକି, ଦୃପଦ, ଦୌପଦୀଙ୍କର ପାଞ୍ଚ ପୁତ୍ର, ଶକ୍ତିଶାଳୀ ଅସ୍ତ୍ରରେ ସଜ୍ଜିତ ସୁଭଦ୍ରାଙ୍କ ପୁତ୍ର ଅଭିମନ୍ୟୁ ଇତ୍ୟାଦି ସମସ୍ତେ ନିଜ ନିଜର ଶଙ୍ଖଧ୍ୱନି କଲେ ।

ଭଗବଦ୍ ଗୀତା 1.19 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଧୃତରାଷ୍ଟ୍ର! ସେହି ଭୟଙ୍କର ଶବ୍ଦ ପୃଥିବୀ ଓ ଆକାଶରେ କମ୍ପନ ସୃଷ୍ଟି କରି ଆପଣଙ୍କ ପୁତ୍ରମାନଙ୍କର ହୃଦୟକୁ ବିଦାରିତ କରୁଅଛି ।

ଭଗବଦ୍ ଗୀତା 1.20 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସେହି ସମୟରେ ପାଣ୍ଡୁ ପୁତ୍ର ଅର୍ଜୁନ, ଯାହାଙ୍କର ରଥ ଧ୍ୱଜାରେ ହନୁମାନଙ୍କର ଚିହ୍ନଥିଲା, ତାଙ୍କର ଧନୁକୁ ଉଠାଇଲେ । ହେ ରାଜନ୍‌, ଆପଣଙ୍କ ପୁତ୍ରମାନଙ୍କର ସୈନ୍ୟ ସଜ୍ଜାକୁ ଦେଖି ସେ ଶ୍ରୀକୃଷ୍ଣଙ୍କୁ ଏହି କଥା କହିଲେ ।

ଭଗବଦ୍ ଗୀତା 1.21 - 1.22 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ, ହେ ଅଚ୍ୟୁତ! ଦୟାକରି ମୋ ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟକୁ ନେଇଚାଲନ୍ତୁ, ଯଦ୍ୱାରା ଯୁଦ୍ଧ ପାଇଁ ପ୍ରସ୍ତୁତ ଯୋଦ୍ଧାଗଣ, ଯାହାଙ୍କ ସହିତ ମୋତେ ଲଢ଼ିବାକୁ ପଡ଼ିବ, ମୁଁ ସେମାନଙ୍କୁ ଦେଖି ପାରିବି ।

ଭଗବଦ୍ ଗୀତା 1.23 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଧୃତରାଷ୍ଟ୍ରଙ୍କୁ ଖୁସି କରିବା ପାଇଁ, ଏଠାକୁ ଯୁଦ୍ଧ କରିବାକୁ ଆସିଥିବା ତାଙ୍କର ସେଇ ଦୁଷ୍ଟ ମନା ପୁତ୍ରମାନଙ୍କୁ ମୁଁ ଦେଖିବାକୁ ଇଚ୍ଛା କରୁଅଛି ।

ଭଗବଦ୍ ଗୀତା 1.24 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଞ୍ଜୟ କହିଲେ, ହେ ଧୃତରାଷ୍ଟ୍ର! ନିଦ୍ରାକୁ ଜୟ କରିଥିବା ଅର୍ଜୁନଙ୍କ ଦ୍ୱାରା ଏହିପରି ସମ୍ବୋଧିତ ହୋଇ, ଶ୍ରୀକୃଷ୍ଣ ତାଙ୍କର ସୁନ୍ଦର ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟରେ ସ୍ଥାପନ କଲେ ।

ଭଗବଦ୍ ଗୀତା 1.25 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ ଅନ୍ୟ ସମସ୍ତ ରାଜାଙ୍କ ଉପସ୍ଥିତିରେ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ! ଏଠାରେ ଏକତ୍ରିତ ହୋଇଥିବା କୁରୁମାନଙ୍କୁ ଲକ୍ଷ୍ୟ କର ।

ଭଗବଦ୍ ଗୀତା 1.26 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ ସେଠାରେ ଉଭୟ ପକ୍ଷ ସୈନ୍ୟବାହିନୀରେ ତାଙ୍କର ପିତା, ପ୍ରପିତା, ଗୁରୁ, ମାମୁଁ, ଭାଇ, ସମ୍ପର୍କୀୟ ଭାଇ, ପୁତୁରା, ନାତି, ବନ୍ଧୁ, ଶ୍ୱଶୁର ଏବଂ ହିତାକାଂକ୍ଷୀମାନଙ୍କୁ ଦେଖିବାକୁ ପାଇଲେ ।

ଭଗବଦ୍ ଗୀତା 1.27 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଏହି ସମସ୍ତ ସମ୍ପର୍କୀୟମାନଙ୍କୁ ସେଠାରେ ଦେଖି, କୁନ୍ତି ପୁତ୍ର ଅର୍ଜୁନ ଦୟାରେ ଅଭିଭୂତ ହୋଇଗଲେ ଏବଂ ଅତ୍ୟନ୍ତ ଦୁଃଖର ସହିତ ଏହା କହିଲେ ।

ଭଗବଦ୍ ଗୀତା 1.28 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅର୍ଜୁନ କହିଲେ, ହେ କୃଷ୍ଣ! ମୋର ଆତ୍ମୀୟସ୍ୱଜନମାନେ ପରସ୍ପରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯୁଦ୍ଧପାଇଁ ଏକତ୍ରିତ ହୋଇଥିବା ଦେଖି, ମୋର ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହୋଇ ଯାଉଛି ଏବଂ ମୁଖ ଶୁଷ୍କ ହୋଇଯାଉଛି ।

ଭଗବଦ୍ ଗୀତା 1.29 - 1.31 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ମୋର ସମସ୍ତ ଶରୀରରେ କମ୍ପନ ଏବଂ ରୋମାଞ୍ଚ ଜାତ ହେଉଛି । ମୋର ଗାଣ୍ଡିବ ଧନୁ ହାତରୁ ଖସି ପଡ଼ୁଛି ଏବଂ ମୋର ସମଗ୍ର ଚର୍ମରେ ପ୍ରଜ୍ୱଳନ ସୃଷ୍ଟି ହେଉଅଛି । ମୋର ବୁଦ୍ଧି ବ୍ୟାକୁଳ ହେଉଛି ଏବଂ ଦ୍ୱନ୍ଦ୍ୱରେ ଭ୍ରମିତ ହେଉଛି; ମୁଁ ଆଉ ନିଜକୁ ସ୍ଥିର ରଖିପାରୁନି । ହେ କେଶୀ ଅସୁରର ହନ୍ତା ଶ୍ରୀକୃଷ୍ଣ! ମୁଁ କେବଳ ଦୁର୍ଭାଗ୍ୟର ପୂର୍ବାଭାସ ଦେଖିବାକୁ ପାଉଛି । ଏହି ଯୁଦ୍ଧରେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରି କୌଣସି ସୁଫଳ ମିଳିବାର କଳ୍ପନା ମୁଁ କରି ପାରୁନାହିଁ ।

ଭଗବଦ୍ ଗୀତା 1.32 - 1.33 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୃଷ୍ଣ! ମୁଁ ବିଜୟ, ରାଜ୍ୟ ବା ତଦ୍ୱାରା ମିଳୁଥିବା ସୁଖ ଚାହୁଁନାହିଁ । ସେହି ରାଜ୍ୟ, ସୁଖ ବା ଜୀବନରୁ କ’ଣ ମିଳିବ, ଯଦି ଯାହାପାଇଁ ଆମେ ଏହାକୁ ହାସଲ କରିବାକୁ ଯାଉଛୁ, ସେମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧରେ ଠିଆ ହୋଇଥାଆନ୍ତି?

ଭଗବଦ୍ ଗୀତା 1.34 - 1.35 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଗୁରୁ, ପିତା, ପୁତ୍ର, ପ୍ରପିତା, ମାମୁଁ, ନାତି, ଶ୍ୱଶୁର, ଶାଳକ ଏବଂ ଅନ୍ୟ ଆତ୍ମୀୟ ଗଣ ଏଠାରେ ନିଜର ଜୀବନ ଓ ସମ୍ବନ୍ଧକୁ ବାଜି ଲଗାଇଛନ୍ତି । ହେ ମଧୁସୁଦନ! ସେମାନେ ମୋତେ ଆକ୍ରମଣ କଲେ ବି ମୁଁ ତାଙ୍କୁ ହତ୍ୟା କରିବାକୁ ଚାହୁଁ ନାହିଁ । ହେ ଜନାର୍ଦ୍ଦନ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ହତ୍ୟା କରି, ତ୍ରିଲୋକରେ ଆମକୁ କି ସୁଖ ଅବା ପ୍ରାପ୍ତହେବ, ପୃଥିବୀ ତ ତୁଚ୍ଛ ମାତ୍ର ।

ଭଗବଦ୍ ଗୀତା 1.36 - 1.37 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ସମସ୍ତ ପ୍ରାଣୀଙ୍କର ପାଳନକର୍ତ୍ତା ଶ୍ରୀକୃଷ୍ଣ! ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ବଧ କରି ଆମ୍ଭେମାନେ କି ଆନନ୍ଦ ପାଇବୁ? ସେମାନେ ଆକ୍ରମଣକାରୀ ହେଲେ ବି, ସେମାନଙ୍କୁ ହତ୍ୟା କଲେ ନିଶ୍ଚିତ ଭାବେ ଆମର ପାପ ହେବ । ତେଣୁ ଆମ ନିଜର ଭାଇ ଏବଂ ବନ୍ଧୁମାନଙ୍କୁ ହତ୍ୟା କରିବା ଆମ ପକ୍ଷେ ଉପଯୁକ୍ତ ହେବ ନାହିଁ । ହେ ମାଧବ (ଶ୍ରୀକୃଷ୍ଣ)! ନିଜ ଆତ୍ମୀୟମାନଙ୍କୁ ହତ୍ୟା କରି ଆମେ ସୁଖୀ ହେବାକୁ କେମିତି ଆଶା କରିବୁ?

ଭଗବଦ୍ ଗୀତା 1.38 - 1.39 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ତାଙ୍କର ବିଚାରଶକ୍ତି ଲୋଭ ଦ୍ୱାରା କବଳିତ ହୋଇଯାଇଛି । ତେଣୁ ସେମାନେ ନିଜର ଆତ୍ମୀୟ ମାନଙ୍କର ବିନାଶ କରିବା ବା ପ୍ରତିହିଂସା ମୂଳକ ବିଶ୍ୱାସଘାତ କରିବାରେ କିଛି ଭୁଲ ଦେଖି ପାରୁନାହାନ୍ତି । କିନ୍ତୁ ହେ ଜନାର୍ଦ୍ଦନ! ଜ୍ଞାତି କୁଟୁମ୍ବଙ୍କୁ ହତ୍ୟା କରିବା ଏକ ଅପରାଧ ବୋଲି ଜାଣିବା ପରେ, ଆମେ କାହିଁକି ସେ ପାପକର୍ମରୁ ନିବୃତ୍ତ ହେବା ନାହିଁ?

ଭଗବଦ୍ ଗୀତା 1.40 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଯେତେବେଳେ ବଂଶନାଶ ହୋଇଯାଏ, କୁଳ ଧର୍ମ ମଧ୍ୟ ଧ୍ୱଂସ ହୋଇଯାଏ ଏବଂ ବଂଶର ଅନ୍ୟମାନେ ଅଧର୍ମରେ ଲିପ୍ତ ହୋଇଯାଆନ୍ତି ।

ଭଗବଦ୍ ଗୀତା 1.41 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ କୃଷ୍ଣ! ହେ ବୃଷ୍ଣି ବଂଶଜ! ପରିବାରରେ ଅଧର୍ମର ପ୍ରଧାନ୍ୟ ହେତୁ କୁଳ ସ୍ତ୍ରୀମାନେ ଚରିତ୍ରହୀନ ହୋଇଯାଆନ୍ତି ଏବଂ ସେମାନଙ୍କର ସତୀତ୍ୱ ନଷ୍ଟ ହେବା ଦ୍ୱାରା ବର୍ଣ୍ଣସଙ୍କର ଜାତ ହୁଅନ୍ତି ।

ଭଗବଦ୍ ଗୀତା 1.42 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ଅବାଞ୍ôଚତ ସନ୍ତାନ ବୃଦ୍ଧି ସେହି ପରିବାର ଏବଂ ପରିବାରକୁ କ୍ଷତିଗ୍ରସ୍ତ କରିଥିବା ବ୍ୟକ୍ତି ଉଭୟଙ୍କର ଜୀବନକୁ ନାରକୀୟ କରିଦିଏ । ଏହିପରି ଭ୍ରଷ୍ଟ ପରିବାରର ପୂର୍ବଜମାନେ ଶ୍ରାଦ୍ଧ ତର୍ପଣ ଆଦିରୁ ବଞ୍ôଚତ ହେବା ଯୋଗୁଁ ତାଙ୍କର ମଧ୍ୟ ପତନ ହୋଇଥାଏ ।

ଭଗବଦ୍ ଗୀତା 1.43 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ପରିବାରର ପରମ୍ପରାକୁ ନଷ୍ଟ କରୁଥିବା ଲୋକଙ୍କର ଦୁର୍ଷ୍କମ ଯୋଗୁଁ, ଜାରଜ ସନ୍ତାନମାନେ ଉତ୍ପନ୍ନ ହୁଅନ୍ତି ଓ ଜାତିଧର୍ମ ଏବଂ କୁଳ ଧର୍ମ ଲୋପପାଇ ଯାଏ ।

ଭଗବଦ୍ ଗୀତା 1.44 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହେ ଜନାର୍ଦ୍ଦନ (ଶ୍ରୀକୃଷ୍ଣ)! ମୁଁ ଜ୍ଞାନୀମାନଙ୍କଠାରୁ ଶୁଣିଛି ଯେ ଯିଏ କୁଳଧର୍ମ ନାଶ କରେ, ସେ ଅନିର୍ଦ୍ଦିଷ୍ଟ କାଳ ନର୍କ ବାସ କରେ ।

ଭଗବଦ୍ ଗୀତା 1.45 - 1.46 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ହାୟ! ଏହା କିପରି ବିଡ଼ମ୍ବନା ଯେ ଆମେ ଏପରି ମହାପାପ କରିବାକୁ ମନସ୍ଥ କରିଅଛୁ । ରାଜକୀୟ ସୁଖ ପ୍ରାପ୍ତି ପାଇଁ ଆମେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁଅଛୁ । ଏହାଠାରୁ ଆହୁରି ଭଲ ହୁଅନ୍ତା, ଯଦି ଯୁଦ୍ଧ କ୍ଷେତ୍ରରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ମୋତେ ନିରସ୍ତ୍ର ଏବଂ ବିନା ପ୍ରତିରୋଧରେ ହତ୍ୟା କରନ୍ତେ ।

ଭଗବଦ୍ ଗୀତା 1.47 ଭାଷ୍ୟ ଦେଖନ୍ତୁ » ଦେଖନ୍ତୁ »

ସଞ୍ଜୟ କହିଲେ, ଅର୍ଜୁନ ଏହା କହି ତାଙ୍କର ଧନୁ ଓ ତୀରକୁ ଦୂରେଇ ରଖି ଦେଲେ ଏବଂ ରଥ ଉପରେ ବସିପଡ଼ିଲେ । ତାଙ୍କର ମନ ବ୍ୟଥିତ ଏବଂ ଶୋକରେ ଅଭିଭୂତ ହୋଇଉଠିଲା ।
Swami Mukundananda
1. ଅର୍ଜୁନ ବିଷାଦଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency