ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ ।।୧୫।।
ପାଞ୍ଚଜନ୍ୟଂ-ପାଞ୍ଚଜନ୍ୟ ନାମକ ଶଙ୍ଖ; ହୃଷୀକେଶଃ-ହୃଷୀକେଶ (ଶ୍ରୀକୃଷ୍ଣ, ଯିଏ ମନ ଏବଂ ଇନ୍ଦ୍ରିୟମାନଙ୍କର ନିୟନ୍ତ୍ରଣ କରନ୍ତି); ଦେବଦତ୍ତଂ-ଦେବଦତ୍ତ ନାମକ ଶଙ୍ଖ; ଧନଞ୍ଜୟଃ-ଧନଞ୍ଜୟ (ଅର୍ଜୁନ, ଯେ ଜିଣିକରି ଧନ ଆଣିଥିଲେ); ପୌଣ୍ଡ୍ରଂ-ପୌଣ୍ଡ୍ର ନାମକ ଶଙ୍ଖ; ଦଧ୍ମୌ-ବଜାଇଲେ; ମହାଶଙ୍ଖଂ-ଅତି ଭୟଙ୍କର ଶଙ୍ଖ; ଭୀମକର୍ମା-ଯେ କି ଅତି ଭୟଙ୍କର କର୍ମ କରେ; ବୃକୋଦରଃ- ଯିଏ ଅତି ବେଶୀ ଭୋଜନ କରନ୍ତି (ଭୀମ) ।
BG 1.15: ହୃଷିକେଶ ତାଙ୍କର ପଞ୍ଚଜନ୍ୟ ନାମକ ଶଙ୍ଖ ବଜାଇଲେ ଏବଂ ଅର୍ଜୁନ ତାଙ୍କର ଦେବଦତ୍ତ ନାମକ ଶଙ୍ଖ ବଜାଇଲେ । ଅତ୍ୟନ୍ତ ଖାଦ୍ୟ ପ୍ରିୟ ଓ କଷ୍ଟସାଧ୍ୟ କାର୍ଯ୍ୟ ସମ୍ପନ୍ନ କରୁଥିବା ଭୀମ ମଧ୍ୟ ତାଙ୍କର ପୌଣ୍ଡ୍ର ନାମକ ଶକ୍ତିଶାଳୀ ଶଙ୍ଖ ବଜାଇଲେ ।
“ହୃଷିକେଶ” ଶବ୍ଦଟି ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି, ଯାହାର ଅର୍ଥ ମନ ଓ ବୁଦ୍ଧିର ନିୟନ୍ତ୍ରଣ କର୍ତ୍ତା । ସେ ସମସ୍ତଙ୍କର ମନ-ବୁଦ୍ଧି ତଥା ନିଜ ମନ-ବୁଦ୍ଧିର ମଧ୍ୟ ଅନ୍ତିମ ନିୟନ୍ତା ଅଟନ୍ତି । ସେ ପୃଥିବୀ ପୃଷ୍ଠରେ ଅଦ୍ଭୁତ ଲୀଳା କରୁଥିବା ସମୟରେ ମଧ୍ୟ ନିଜ ମନ ଓ ବୁଦ୍ଧି ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିଥାନ୍ତି ।
ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ ।।୧୫।।
ହୃଷିକେଶ ତାଙ୍କର ପଞ୍ଚଜନ୍ୟ ନାମକ ଶଙ୍ଖ ବଜାଇଲେ ଏବଂ ଅର୍ଜୁନ ତାଙ୍କର ଦେବଦତ୍ତ ନାମକ ଶଙ୍ଖ ବଜାଇଲେ । ଅତ୍ୟନ୍ତ ଖାଦ୍ୟ ପ୍ରିୟ ଓ କଷ୍ଟସାଧ୍ୟ କାର୍ଯ୍ୟ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ