ସଞ୍ଜୟ ଉବାଚ
ଦୃଷ୍ଟ୍ୱା ତୁ ପାଣ୍ଡବାନୀକଂ ବ୍ୟୁଢଂ ଦୁର୍ଯୋଧନସ୍ତଦା ।
ଆଚାର୍ଯ୍ୟମୁପସଙ୍ଗମ୍ୟ ରାଜା ବଚନମବ୍ରବୀତ୍ ।।୨।।
ସଞ୍ଜୟ ଉବାଚ -ସଞ୍ଜୟ କହିଲେ; ଦୃଷ୍ଟ୍ୱା-ଦେଖିଲା ପରେ; ତୁ-କିନ୍ତୁ; ପାଣ୍ଡବଅନୀକଂ-ପାଣ୍ଡବମାନଙ୍କର ସୈନ୍ୟ; ବ୍ୟୁଢ଼ଂ-ବ୍ୟୁହ (ସୈନ୍ୟବିନ୍ୟାସ); ଦୁର୍ଯ୍ୟୋଧନଃ-ରାଜା ଦୁର୍ଯ୍ୟୋଧନ; ତଦା-ସେହି ସମୟରେ; ଆଚାର୍ଯ୍ୟଂ-ଶିକ୍ଷକ; ଉପସଂଗମ୍ୟ-ନିକଟକୁ ଯାଇ; ରାଜା-ରାଜା; ବଚନମ୍-ବଚନ; ଅବ୍ରବୀତ୍-କହିଲେ ।
BG 1.2: ସଞ୍ଜୟ କହିଲେ: ପାଣ୍ଡବମାନଙ୍କ ସୈନ୍ୟ ସଜ୍ଜାକୁ ଲକ୍ଷ୍ୟ କରି, ରାଜା ଦୁର୍ଯୋଧନ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି କଥା କହୁଛନ୍ତି ।
ଧୃତରାଷ୍ଟ୍ର ଏକ ସ୍ୱୀକାରୋକ୍ତି ଇଚ୍ଛା କରୁଥିଲେ ଯେ ତାଙ୍କ ପୁତ୍ରମାନେ ଯୁଦ୍ଧ କରିବେ । ଧୃତରାଷ୍ଟ୍ରଙ୍କର ଉଦ୍ଦେଶ୍ୟ ବୁଝିପାରି ସଞ୍ଜୟ ନିଶ୍ଚିତ କରି କହୁଛନ୍ତି ଯେ ପାଣ୍ଡବମାନେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ତାଙ୍କର ସୈନ୍ୟ ସଜ୍ଜିତ କରିସାରିଲେଣି, ତେଣୁ ଯୁଦ୍ଧ ଅବଶ୍ୟ ହେବ । ସେ ପୁଣି ବିଷୟ ପରିବର୍ତ୍ତନ କରି ଦୁର୍ଯ୍ୟୋଧନ କ’ଣ କରୁଛନ୍ତି, ତାହା ବିଷୟରେ କହୁଛନ୍ତି ।
ଧୃତରାଷ୍ଟ୍ରଙ୍କର ଜ୍ୟେଷ୍ଠ ପୁତ୍ର, ଦୁର୍ଯ୍ୟୋଧନ ସ୍ୱଭାବରେ ଖଳ ଏବଂ ନିଷ୍ଠୁର ପ୍ରକୃତିର ଥିଲେ । ଯେହେତୁ ଧୃତରାଷ୍ଟ୍ର ଅନ୍ଧ ଥିଲେ, ପ୍ରକୃତ ପକ୍ଷରେ ତାଙ୍କ ପାଇଁ ଦୁର୍ଯ୍ୟୋଧନ ହିଁ ହସ୍ତିନାପୁର ରାଜ୍ୟ ଶାସନ କରୁଥିଲେ । ସେ ପାଣ୍ଡବମାନଙ୍କୁ ଭଲ ପାଉ ନ ଥିଲେ ଏବଂ ନିର୍ବିରୋଧ ରାଜ୍ୟ ଶାସନ କରିବା ପାଇଁ ସେମାନଙ୍କୁ ନିଶ୍ଚିହ୍ନ କରିବାକୁ ବଦ୍ଧ ପରିକର ଥିଲେ । ସେ ଅନୁମାନ କରୁଥିଲେ ଯେ ତାଙ୍କ ସୈନ୍ୟ ବାହିନୀର ମୁକାବିଲା କରିବା ପାଇଁ ପାଣ୍ଡବମାନେ ଏତେ ସୈନ୍ୟ ଏକତ୍ରିତ କରି ପାରିବେ ନାହିଁ । କିନ୍ତୁ ବାସ୍ତବତା ତାଙ୍କ ଧାରଣାର ବିପରୀତ ଥିଲା ଏବଂ ପାଣ୍ଡବମାନଙ୍କର ବିରାଟ ସୈନ୍ୟ ବଳକୁ ଲକ୍ଷ୍ୟ କରି ଦୁର୍ଯ୍ୟୋଧନ ବିବ୍ରତ ଓ ଶଙ୍କିତ ହୋଇଗଲେ ।
ଦୁର୍ଯ୍ୟୋଧନ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯିବାର ବିଚାର ଏହା ସୂଚିତ କରୁଥିଲା ଯେ ଯୁଦ୍ଧର ପରିଣାମ ବିଷୟରେ ଚିନ୍ତା କରି ସେ ଭୟଭୀତ ଥିଲେ । ସେ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ସମ୍ମାନ ପ୍ରଦର୍ଶନ ବାହାନାରେ ଯାଇଥିଲେ, କିନ୍ତୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ନିଜ ଉଦ୍ବେଗକୁ ଶାନ୍ତ କରିବା ଥିଲା । ପରବର୍ତ୍ତୀ ଶ୍ଳୋକଠାରୁ ଆରମ୍ଭ କରି ଦୁର୍ଯ୍ୟୋଧନ ନଅଗୋଟି ଶ୍ଳୋକ କହିଛନ୍ତି ।
ସଞ୍ଜୟ ଉବାଚ
ଦୃଷ୍ଟ୍ୱା ତୁ ପାଣ୍ଡବାନୀକଂ ବ୍ୟୁଢଂ ଦୁର୍ଯୋଧନସ୍ତଦା ।
ଆଚାର୍ଯ୍ୟମୁପସଙ୍ଗମ୍ୟ ରାଜା ବଚନମବ୍ରବୀତ୍ ।।୨।।
ସଞ୍ଜୟ କହିଲେ: ପାଣ୍ଡବମାନଙ୍କ ସୈନ୍ୟ ସଜ୍ଜାକୁ ଲକ୍ଷ୍ୟ କରି, ରାଜା ଦୁର୍ଯୋଧନ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି କଥା କହୁଛନ୍ତି ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ