ତାନ୍ସମୀକ୍ଷ୍ୟ ସ କୌନ୍ତେୟଃ ସର୍ବାନ୍ ବନ୍ଧୂନବସ୍ଥିତାନ୍ ।।୨୭।।
କୃପୟା ପରୟାବିଷ୍ଟୋ ବିଷୀଦନ୍ନିଦମବ୍ରବୀତ୍ ।
ତାନ୍-ସେମାନଙ୍କୁ; ସମୀକ୍ଷ୍ୟ-ଉତ୍ତମ ଭାବରେ ଦେଖି; ସ-ସେ; କୌନ୍ତେୟଃ-କୁନ୍ତିପୁତ୍ର; ସର୍ବାନ୍-ସମସ୍ତଙ୍କୁ; ବନ୍ଧୁନ୍-ବନ୍ଧୁମାନଙ୍କୁ; ଅବସ୍ଥିତାନ୍-ଅବସ୍ଥିତ; କୃପୟା-ଦୟାରେ; ପରୟା-ପରମ; ଆବିଷ୍ଟଃ-ଅଭିଭୂତ ହୋଇ; ବିଷୀଦନ୍-ଦୁଃଖ ପ୍ରକାଶ କରି; ଇଦମ୍-ଏହିପରି; ଅବ୍ରବୀତ୍-କହିଲେ ।
BG 1.27: ଏହି ସମସ୍ତ ସମ୍ପର୍କୀୟମାନଙ୍କୁ ସେଠାରେ ଦେଖି, କୁନ୍ତି ପୁତ୍ର ଅର୍ଜୁନ ଦୟାରେ ଅଭିଭୂତ ହୋଇଗଲେ ଏବଂ ଅତ୍ୟନ୍ତ ଦୁଃଖର ସହିତ ଏହା କହିଲେ ।
ଯୁଦ୍ଧକ୍ଷେତ୍ରରେ ସମସ୍ତ ସମ୍ପର୍କୀୟମାନଙ୍କୁ ଦେଖି, ପ୍ରଥମ ଥର ପାଇଁ ଅର୍ଜୁନ ଉପଲବ୍ଧି କରିପାରିଲେ ଏହି ଭ୍ରାତୃହତ୍ୟା ଯୁଦ୍ଧର ପରିଣତି କ’ଣ ହେବ । ଶତ୍ରୁମାନଙ୍କୁ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚାଇବାର ସଂକଳ୍ପ ନେଇ ଓ ପାଣ୍ଡବଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାପାଇଁ, ଯୁଦ୍ଧକ୍ଷେତ୍ରକୁ ଆସିଥିବା ଏହି ପରାକ୍ରମୀ ଯୋଦ୍ଧାଙ୍କର ହୃଦୟରେ ହଠାତ୍ ପରିବର୍ତ୍ତନ ଦେଖାଗଲା । ନିଜ କୁରୁବଂଶଜମାନଙ୍କୁ ଶତ୍ରୁ ପକ୍ଷରେ ଛିଡ଼ା ହୋଇଥିବା ଦେଖି ତାଙ୍କ ହୃଦୟ ଦ୍ରବିଭୂତ ଏବଂ ବୁଦ୍ଧି ଦ୍ୱନ୍ଦ୍ୱଗ୍ରସ୍ଥ ହୋଇଗଲା, କର୍ତ୍ତବ୍ୟ ପାଳନ ଦିଗରେ ସାହସିକତା ସ୍ଥାନରେ କାପୁରୁଷତା ଦେଖାଦେଲା ଏବଂ ତାଙ୍କର ଦାମ୍ଭିକ ହୃଦୟ, କୋମଳ ହୃଦୟରେ ପରିଣତ ହୋଇଗଲା । ତେଣୁ ସଞ୍ଜୟ ତାଙ୍କୁ କୁନ୍ତି ପୁତ୍ର କହି, ତାଙ୍କର କୋମଳ ହୃଦୟ ଏବଂ ସ୍ନେହପୂର୍ଣ୍ଣ ପ୍ରକୃତି ପ୍ରତି ଇଶାରା କରୁଛନ୍ତି ।
ତାନ୍ସମୀକ୍ଷ୍ୟ ସ କୌନ୍ତେୟଃ ସର୍ବାନ୍ ବନ୍ଧୂନବସ୍ଥିତାନ୍ ।।୨୭।।
କୃପୟା ପରୟାବିଷ୍ଟୋ ବିଷୀଦନ୍ନିଦମବ୍ରବୀତ୍ ।
ଏହି ସମସ୍ତ ସମ୍ପର୍କୀୟମାନଙ୍କୁ ସେଠାରେ ଦେଖି, କୁନ୍ତି ପୁତ୍ର ଅର୍ଜୁନ ଦୟାରେ ଅଭିଭୂତ ହୋଇଗଲେ ଏବଂ ଅତ୍ୟନ୍ତ ଦୁଃଖର ସହିତ ଏହା କହିଲେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ