କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମାଃ ସନାତନାଃ ।
ଧର୍ମେ ନଷ୍ଟେ କୁଳଂ କୃତ୍ସ୍ନମଧର୍ମୋଽଭିଭବତ୍ୟୁତ ।।୪୦।।
କୁଳକ୍ଷୟେ-ବଂଶ ନାଶ ହେଲେ; ପ୍ରଣଶ୍ୟନ୍ତି-ଧ୍ୱଂସହୁଏ; କୁଳଧର୍ମାଃ-କୁଳଧର୍ମ; ସନାତନାଃ-ସନାତନ; ଧର୍ମେ-ଧର୍ମରେ; ନଷ୍ଟେ-ନଷ୍ଟ ହୋଇଯାଇ; କୁଳଂ-କୁଳ (ବଂଶ); କୃତ୍ସ୍ନମ୍-ସମଗ୍ର; ଅଧର୍ମଃ-ଅଧର୍ମ; ଅଭିଭବତି-ଅଭିଭୂତ ହୋଇଯାଏ; ଉତ-କଥିତ ଅଛି ।
BG 1.40: ଯେତେବେଳେ ବଂଶନାଶ ହୋଇଯାଏ, କୁଳ ଧର୍ମ ମଧ୍ୟ ଧ୍ୱଂସ ହୋଇଯାଏ ଏବଂ ବଂଶର ଅନ୍ୟମାନେ ଅଧର୍ମରେ ଲିପ୍ତ ହୋଇଯାଆନ୍ତି ।
ପ୍ରତ୍ୟେକ ପରିବାରର ପୁରାତନ ପରମ୍ପରା ଏବଂ ପରମ୍ପରାଗତ ପ୍ରଥା ରହିଛି, ଯାହା ଅନୁସାରେ ପରିବାରର ଗୁରୁଜନମାନେ ମହତ୍ ଗୁଣ ଏବଂ ଆଦର୍ଶଗୁଡ଼ିକୁ ତାଙ୍କର ପରବର୍ତ୍ତୀ ବଂଶଜମାନଙ୍କୁ ହସ୍ତାନ୍ତର କରିଥାଆନ୍ତି । ସେହି ପ୍ରଥାଗୁଡ଼ିକ ପରିବାରର ସଦସ୍ୟମାନଙ୍କୁ ମାନବୀୟ ଗୁଣ ଏବଂ ଧର୍ମଯୁକ୍ତ ସତ୍ପଥ ଅନୁସରଣ କରିବାକୁ ସାହାଯ୍ୟ କରିଥାଏ । ଯଦି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି ଅକାଳରେ ମୃତ୍ୟୁ ବରଣ କରନ୍ତି, ତାଙ୍କର ପରବର୍ତ୍ତୀ ବଂଶଧରମାନେ ପରିବାରର ଏହି ଶିକ୍ଷା ଓ ପଥ ପ୍ରଦର୍ଶନରୁ ବଞ୍ôଚତ ହୁଅନ୍ତି । ଅର୍ଜୁନ ଏହା ସୂଚିତ କରି କହୁଛନ୍ତି, ଯେତେବେଳେ ବଂଶ ଲୋପପାଇ ଯାଏ, ତା ସହିତ ବଂଶ ପରମ୍ପରା ମଧ୍ୟ ସମାପ୍ତ ହୋଇଯାଏ ଏବଂ କୁଳର ଅନ୍ୟ ସଦସ୍ୟମାନଙ୍କ ଠାରେ ଅଧର୍ମ ଏବଂ ଦୁଶ୍ଚରିତ୍ରତା ବୃଦ୍ଧିପାଏ, ଯଦ୍ୱାରା ସେମାନଙ୍କର ଆଧ୍ୟାତ୍ମିକ ଉନ୍ନତି ସମ୍ଭବ ହୋଇ ନ ଥାଏ । ତେଣୁ ତାଙ୍କ ମତରେ ପରିବାରର ବୟୋଜ୍ୟେଷ୍ଠମାନଙ୍କୁ ହତ୍ୟା କରିବା ଉଚିତ ନୁହେଁ ।
କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମାଃ ସନାତନାଃ ।
ଧର୍ମେ ନଷ୍ଟେ କୁଳଂ କୃତ୍ସ୍ନମଧର୍ମୋଽଭିଭବତ୍ୟୁତ ।।୪୦।।
ଯେତେବେଳେ ବଂଶନାଶ ହୋଇଯାଏ, କୁଳ ଧର୍ମ ମଧ୍ୟ ଧ୍ୱଂସ ହୋଇଯାଏ ଏବଂ ବଂଶର ଅନ୍ୟମାନେ ଅଧର୍ମରେ ଲିପ୍ତ ହୋଇଯାଆନ୍ତି ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ