ଶ୍ରୀକୃଷ୍ଣ ଉବାଚ
ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ ।
ଯତ୍ତେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ।।୧।।
ଶ୍ରୀଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ଭୂୟ - ପୁନର୍ବାର; ଏବ - ନିଶ୍ଚିତରୂପେ; ମହାବାହୋ - ହେ ମହାବାହୁ! ଶୃଣୁ - ଶୁଣ; ମେ - ମୋର; ପରମଂ - ପରମ; ବଚଃ - କଥା; ଯତ୍ - ଯାହା; ତେ - ତୁମକୁ; ଅହଂ - ମୁଁ; ପ୍ରୀୟମାଣାୟ - ତୁମେ ମୋର ଅତି ପ୍ରିୟ ଜାଣି; ବକ୍ଷ୍ୟାମି - କହୁଛି; ହିତ-କାମାୟା - ତୁମର ମଙ୍ଗଳ ନିମିତ୍ତ ।
BG 10.1: ଭଗବାନ କହିଲେ: ହେ ବୀର! ମୋର ଦିବ୍ୟ ଉପଦେଶ ପୁନର୍ବାର ଶ୍ରବଣ କର । ତୁମେ ମୋର ପ୍ରିୟ ସଖା ଅଟ । ତେଣୁ ତୁମର ମଙ୍ଗଳ କାମନା କରି ମୁଁ ସେସବୁକୁ ତୁମ ନିକଟରେ ପ୍ରକାଶ କରୁଅଛି ।
ତାଙ୍କର ମହିମା ଶ୍ରବଣ କରିବାରେ ଅର୍ଜୁନଙ୍କର ଆଗ୍ରହ ଦେଖି ଶ୍ରୀକୃଷ୍ଣ ମୁଗ୍ଧ ହେଲେ । ବର୍ତ୍ତମାନ ଅର୍ଜୁନଙ୍କର ଆଗ୍ରହ ଓ ଭକ୍ତିକୁ ବୃଦ୍ଧି କରିବା ପାଇଁ, ସେ ତାଙ୍କର ସୂକ୍ଷ୍ମ ଐଶ୍ୱର୍ଯ୍ୟ ଏବଂ ଅତୁଳନୀୟ ଗୁଣସବୁ ବର୍ଣ୍ଣନା କରିବାକୁ ଯାଉଛନ୍ତି । ସେ “ପ୍ରୀୟମାଣାୟ” ଶବ୍ଦ ବ୍ୟବହାର କରିଛନ୍ତି, ଯାହାର ଅର୍ଥ “ତୁମେ ମୋର ପ୍ରିୟ ସଖା ଅଟ, ତେଣୁ ମୁଁ ଏହି ବିଶେଷ ଜ୍ଞାନ ତୁମ ନିକଟରେ ପ୍ରକାଶ କରୁଛି ।”
ଶ୍ରୀକୃଷ୍ଣ ଉବାଚ
ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ ।
ଯତ୍ତେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ।।୧।।
ଭଗବାନ କହିଲେ: ହେ ବୀର! ମୋର ଦିବ୍ୟ ଉପଦେଶ ପୁନର୍ବାର ଶ୍ରବଣ କର । ତୁମେ ମୋର ପ୍ରିୟ ସଖା ଅଟ । ତେଣୁ ତୁମର ମଙ୍ଗଳ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ