ସର୍ବମେତଦୃତଂ ମନ୍ୟେ ଯନ୍ମାଂ ବଦସି କେଶବ ।
ନ ହି ତେ ଭଗବନ୍ବ୍ୟକ୍ତିଂ ବିଦୁର୍ଦେବା ନ ଦାନବାଃ ।।୧୪।।
ସର୍ବଂ - ସମସ୍ତ; ଏତତ୍ - ଏସବୁ; ଋତଂ - ସତ୍ୟ; ମନ୍ୟେ - ମୁଁ ସ୍ୱୀକାର କରୁଛି; ଯତ୍ - ଯାହା; ମାଂ - ମୋତେ; ବଦସି - ଆପଣ କହିଲେ; କେଶବ - ହେ କୃଷ୍ଣ!; ନ -କଦାପି ନୁହେଁ ହି - ନିଶ୍ଚିତରୂପେ; ତେ - ଆପଣଙ୍କର; ଭଗବନ୍ - ହେ ଭଗବାନ୍; ବ୍ୟକ୍ତିଂ - ବ୍ୟକ୍ତି; ବିଦୁଃ -ଜାଣନ୍ତି; ଦେବାଃ - ଦେବତାମାନେ; ନ -ନୁହେଁ; ଦାନବାଃ - ଅସୁରମାନେ ।
BG 10.14: ହେ ଶ୍ରୀକୃଷ୍ଣ! ଆପଣ ଯାହାସବୁ କହିଲେ, ମୁଁ ସେସବୁକୁ ସତ୍ୟ ଭାବରେ ଗ୍ରହଣ କରୁଛି । ହେ ପ୍ରଭୁ! ଦେବତା ବା ଦାନବ କେହି ମଧ୍ୟ ଆପଣଙ୍କର ବାସ୍ତବ ସ୍ୱରୂପକୁ ଜାଣନ୍ତି ନାହିଁ ।
ଶ୍ରୀକୃଷ୍ଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ଅନନ୍ତ ପ୍ରଭୁତ୍ୱ ବିଷୟରେ ସଂକ୍ଷେପରେ ଶୁଣିବା ପରେ, ଅଧିକ ଶୁଣିବା ପାଇଁ ଅର୍ଜୁନଙ୍କର ତୃଷ୍ଣା ବୃଦ୍ଧି ପାଇଛି । ଆଗକୁ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ସମ୍ପର୍କରେ ଅଧିକ ବର୍ଣ୍ଣନା କରନ୍ତୁ ଇଚ୍ଛାକରି, ସେ ସ୍ପଷ୍ଟ କରି ଦେଉଛନ୍ତି ଯେ ପୂର୍ବ ବର୍ଣ୍ଣିତ ସମସ୍ତ ବିଷୟ ସେ ହୃଦୟଙ୍ଗମ କରିପାରିଛନ୍ତି । ଯତ୍ ଶବ୍ଦ ବ୍ୟବହାର କରି ଅର୍ଜୁନ ସୁଚିତ କରିବାକୁ ଚାହୁଁଛନ୍ତି ଯେ ସପ୍ତମରୁ ନବମ ଅଧ୍ୟାୟ ଯାଏଁ ଶ୍ରୀକୃଷ୍ଣ ଯାହା ସବୁ କହିଲେ, ସେ ସମସ୍ତ ବିଷୟକୁ ସତ୍ୟ ଭାବରେ ଗ୍ରହଣ କରୁଛନ୍ତି । ସେ ଦୃଢ଼ ଭାବରେ କହୁଛନ୍ତି ଯେ ଶ୍ରୀକୃଷ୍ଣ ଯାହା ସବୁ କହିଛନ୍ତି, ତାହା ସତ୍ୟ ଅଟେ କୌଣସି ରୂପକ ବର୍ଣ୍ଣନା ନୁହେଁ । ଶ୍ରୀକୃଷ୍ଣଙ୍କୁ ସେ ଭଗବାନ ବା ପରଂବ୍ରହ୍ମ ଭାବରେ ସମ୍ବୋଧନ କରୁଛନ୍ତି । ଦେବୀ ଭାଗବତ ପୁରାଣରେ ଭଗବାନ ଶବ୍ଦର ବ୍ୟାଖ୍ୟା ଏହି ରୂପରେ କରାଯାଇଛି:
ଐଶ୍ୱର୍ଯ୍ୟସ୍ୟ ସମାଗ୍ରସ୍ୟ ଧର୍ମସ୍ୟ ଯଶସଃ ଶ୍ରିୟଃ
ଜ୍ଞାନବୈରାଗ୍ୟୋଶ୍ଚୈବ ସଣ୍ଣାଂ ଭଗବାନ୍ନିଃ ।
“ଭଗବାନଙ୍କ ଠାରେ ଏହି ଛଅଗୋଟି ଐଶ୍ୱର୍ଯ୍ୟ ଅନନ୍ତ ମାତ୍ରାରେ ରହିଥାଏ- ଶକ୍ତି, ଜ୍ଞାନ, ସୌନ୍ଦର୍ଯ୍ୟ, ଯଶ, ବୈଭବ ଓ ବୈରାଗ୍ୟ । ଦେବତା, ଦାନବ ଓ ମାନବମାନଙ୍କର ବୁଝିବା ଶକ୍ତି ସୀମିତ ଅଟେ । ସେମାନେ ଭଗବାନଙ୍କର ସ୍ୱରୂପକୁ ପୂର୍ଣ୍ଣତଃ ହୃଦୟଙ୍ଗମ କରିପାରନ୍ତି ନାହିଁ ।
ସର୍ବମେତଦୃତଂ ମନ୍ୟେ ଯନ୍ମାଂ ବଦସି କେଶବ ।
ନ ହି ତେ ଭଗବନ୍ବ୍ୟକ୍ତିଂ ବିଦୁର୍ଦେବା ନ ଦାନବାଃ ।।୧୪।।
ହେ ଶ୍ରୀକୃଷ୍ଣ! ଆପଣ ଯାହାସବୁ କହିଲେ, ମୁଁ ସେସବୁକୁ ସତ୍ୟ ଭାବରେ ଗ୍ରହଣ କରୁଛି । ହେ ପ୍ରଭୁ! ଦେବତା ବା ଦାନବ କେହି ମଧ୍ୟ ଆପଣଙ୍କର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ