ସ୍ୱୟମେବାତ୍ମନାତ୍ମାନଂ ବେତ୍ଥ ତ୍ୱଂ ପୁରୁଷୋତ୍ତମ ।
ଭୂତଭାବନ ଭୂତେଶ ଦେବଦେବ ଜଗତ୍ପତେ ।।୧୫।।
ସ୍ୱୟଂ - ନିଜେ; ଏବ - ନିଶ୍ଚିତଭାବେ; ଆତ୍ମନା - ଆପଣଙ୍କ ଦ୍ୱାରା; ଆତ୍ମାନଂ - ଆପଣ ନିଜକୁ; ବେତ୍ଥ - ଜାଣନ୍ତି; ତ୍ୱଂ-ଆପଣ; ପୁରୁଷୋତ୍ତମ - ହେ ପୁରୁଷୋତ୍ତମ; ଭୂତ-ଭାବନ - ହେ ପ୍ରତ୍ୟକର ମୂଳକାରଣ; ଭୂତେଶ - ହେ ପ୍ରତ୍ୟେକର ପ୍ରଭୁ; ଦେବ ଦେବ - ହେ ଦେବତାମାନଙ୍କର ପ୍ରଭୁ; ଜଗତ୍-ପତେ - ହ୍ନେ ସମଗ୍ର ବ୍ରହ୍ମାଣ୍ଡର ପ୍ରଭୁ ।
BG 10.15: ହେ ପରମ ପୁରୁଷ! ହେ ସମସ୍ତ ପ୍ରାଣୀଙ୍କର ସ୍ରଷ୍ଟା ସର୍ବେଶ୍ୱର! ହେ ଦେବେଶ୍ୱର! ହେ ଜଗଦୀଶ୍ୱର! ଆପଣଙ୍କର ଅକଳନୀୟ ଶକ୍ତିଦ୍ୱାରା, ଆପଣ ହିଁ ପ୍ରକୃତରେ ଆପଣଙ୍କୁ ଜାଣନ୍ତି ।
ଶ୍ରୀକୃଷ୍ଣ ହିଁ ପରମ ଦିବ୍ୟ ପୁରୁଷ ଅଟନ୍ତି, ଏହା ଉପରେ ଗୁରୁତ୍ୱ ଦେଇ ଅର୍ଜୁନ ତାଙ୍କୁ ଏହିପରି ସମ୍ବୋଧିତ କରୁଛନ୍ତି:
ଭୂତ-ଭାବନ- ସମସ୍ତଙ୍କର ସ୍ରଷ୍ଟା ଏବଂ ବିଶ୍ୱପିତା ।
ଭୂତେଶ - ଶ୍ରେଷ୍ଠ ନିୟାମକ, ସର୍ବେଶ୍ୱର
ଜଗତ୍-ପତେ- ସମସ୍ତ ସୃଷ୍ଟିର ପ୍ରଭୁ ଏବଂ ଇଷ୍ଟ ।
ଦେବ-ଦେବ- ଦେବତାମାନଙ୍କର ଈଶ୍ୱର ।
ଶ୍ୱେତାଶ୍ୱତର ଉପନିଷଦ ମଧ୍ୟ ସେହି କଥା କହିଥାଏ:
ଯସ୍ମାତ୍ ପରଂ ନାପରମସ୍ତି କିଞ୍ôଚତ୍ (୩.୯)
“ଭଗବାନଙ୍କ ଠାରୁ ଶ୍ରେଷ୍ଠ ଆଉ କିଛି ନାହିଁ; ସେ ସମସ୍ତଙ୍କର ଊର୍ଦ୍ଧ୍ୱରେ ।”
ପୂର୍ବ ଶ୍ଳୋକରେ କୁହାଯାଇଛି ଯେ ଭଗବାନଙ୍କୁ କେହି ମଧ୍ୟ ଜାଣି ପାରିବେ ନାହିଁ । ଏହା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଅଟେ । ଜୀବର ବୁଦ୍ଧି ସୀମିତ ଅଟେ, ଅଥଚ ଭଗବାନ ଅନନ୍ତ ଅଟନ୍ତି । ତେଣୁ ଭଗବାନ ସେମାନଙ୍କ ବୁଦ୍ଧି ଦ୍ୱାରା ଗ୍ରାହ୍ୟ ନୁହଁନ୍ତି । ଏହା ତାଙ୍କୁ ଛୋଟ କରି ଦିଏନାହିଁ ବରଂ ତାଙ୍କୁ ଅଧିକ ଗୌରବାନ୍ୱିତ କରିଥାଏ । ପାଞ୍ଚାତ୍ୟ ଦାର୍ଶନିକ ଏଫ୍ ଏ.ଜାକୋବି କହନ୍ତି: “ଯେଉଁ ଭଗବାନଙ୍କୁ ଆମେ ଜାଣିପାରିବା, ସେ ଭଗବାନ ହୋଇ ପାରିବେ ନାହିଁ ।” କିନ୍ତୁ ଏହି ଶ୍ଳୋକରେ ଅର୍ଜୁନ କହୁଛନ୍ତି ଯେ ଜଣେ ହିଁ ବ୍ୟକ୍ତି ଏପରି ଅଛନ୍ତି ଯିଏ କି ଭଗବାନଙ୍କୁ ଜାଣନ୍ତି, ସେ ହେଉଛନ୍ତି ସ୍ୱୟଂ ଭଗବାନ । ଅତଏବ, କେବଳ ଶ୍ରୀକୃଷ୍ଣ ହିଁ ନିଜକୁ ଜାଣନ୍ତି ଏବଂ ସେ ଯଦି କୃପା କରି କୌଣସି ଜୀବାତ୍ମାକୁ ତାଙ୍କର ଶକ୍ତି ପ୍ରଦାନ କରନ୍ତି, ତେବେ ସେହି ସୌଭାଗ୍ୟଶାଳୀ ଜୀବାତ୍ମା ମଧ୍ୟ ତାଙ୍କୁ ଜାଣିବାକୁ ସମର୍ଥ ହେବ ।
ସ୍ୱୟମେବାତ୍ମନାତ୍ମାନଂ ବେତ୍ଥ ତ୍ୱଂ ପୁରୁଷୋତ୍ତମ ।
ଭୂତଭାବନ ଭୂତେଶ ଦେବଦେବ ଜଗତ୍ପତେ ।।୧୫।।
ହେ ପରମ ପୁରୁଷ! ହେ ସମସ୍ତ ପ୍ରାଣୀଙ୍କର ସ୍ରଷ୍ଟା ସର୍ବେଶ୍ୱର! ହେ ଦେବେଶ୍ୱର! ହେ ଜଗଦୀଶ୍ୱର! ଆପଣଙ୍କର ଅକଳନୀୟ ଶକ୍ତିଦ୍ୱାରା, ଆପଣ ହିଁ ପ୍ରକୃତରେ ଆପଣଙ୍କୁ ଜାଣନ୍ତି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ