ଶ୍ରୀଭଗବାନୁବାଚ
ହନ୍ତ ତେ କଥୟିଷ୍ୟାମି ଦିବ୍ୟା ହ୍ୟାତ୍ମବିଭୂତୟଃ ।
ପ୍ରାଧାନ୍ୟତଃ କୁରୁଶ୍ରେଷ୍ଠ ନାସ୍ତ୍ୟନ୍ତୋ ବିସ୍ତରସ୍ୟ ମେ ।।୧୯।।
ଶ୍ରୀଭଗବାନ ଉବାଚ - ପରମପୁରୁଷ ଭଗବାନ କହିଲେ; ହନ୍ତ - ହଁ; ତେ - ତୁମକୁ; କଥୟିଷ୍ୟାମି - ମୁଁ କହିବି; ଦିବ୍ୟାଃ- ବିଶୁଦ୍ଧ; ହି - ନିଶ୍ଚିତରୂପେ; ଆତ୍ମ-ବିଭୂତୟଃ -ମୋର ଦିବ୍ୟ ଐଶ୍ୱର୍ଯ୍ୟ; ପ୍ରାଧାନ୍ୟତଃ-ପ୍ରଧାନତଃ; କୁରୁଶ୍ରେଷ୍ଠ - କୌରବମାନଙ୍କ ମଧ୍ୟରେ ଶ୍ରେଷ୍ଠ; ନ ଅସ୍ତି - ନାହିଁ; ଅନ୍ତଃ - ଶେଷ(ସୀମା); ବିସ୍ତରସ୍ୟ- ବିସ୍ତାର ପୂର୍ବକ; ମେ - ମୋର ।
BG 10.19: ହେ କୁରୁଶ୍ରେଷ୍ଠ! ବର୍ତ୍ତମାନ, ମୁଁ ତୁମ ସମ୍ମୁଖରେ ନିଜ ଦିବ୍ୟ ବିଭୂତିର ବର୍ଣ୍ଣନା ସଂକ୍ଷେପରେ କରିବି, କାରଣ ତାହାର ଅନ୍ତ ନାହିଁ ।
ଅମର କୋଷ (ପୁରାତନ ସର୍ବମାନ୍ୟ ସଂସ୍କୃତ ଶବ୍ଦକୋଷ) ବିଭୂତି ଶବ୍ଦର ସଂଜ୍ଞା ଏହିପରି ନିରୂପଣ କରିଥାଏ: ବିଭୂତିର୍ ଭୂତିର୍ ଐଶ୍ୱର୍ଯ୍ୟମ୍ (ଶକ୍ତି ଏବଂ ସମ୍ପଦ) । ଭଗବାନଙ୍କ ଶକ୍ତି ଓ ସମ୍ପଦ ଅନନ୍ତ । ବାସ୍ତବରେ ଭଗବାନଙ୍କର ସବୁକିଛି ଅନନ୍ତ । ତାଙ୍କର ଅନନ୍ତ ରୂପ, ଅନନ୍ତ ନାମ, ଅନନ୍ତ ଧାମ, ଅନନ୍ତ ଅବତାର, ଅନନ୍ତ ଲୀଳା, ଅନନ୍ତ ସନ୍ଥ ଇତ୍ୟାଦି ସବୁକିଛି ଅନନ୍ତ । ଏଣୁ ବେଦ ତାଙ୍କୁ ଅନନ୍ତ ଭାବେ ନାମିତ କରିଥାଏ:
ଅନନ୍ତଶ୍ଚାତ୍ମା ବିଶ୍ୱରୂପୋ ହ୍ୟକର୍ତା (ଶ୍ୱେତାଶ୍ୱତର ଉପନିଷଦ ୧.୯)
“ଭଗବାନ ଅନନ୍ତ ଅଟନ୍ତି ଏବଂ ଅସଂଖ୍ୟ ରୂପରେ ସେ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରକଟିତ । ବ୍ରହ୍ମାଣ୍ଡର ଶାସକ ହୋଇ ମଧ୍ୟ ସେ ଅକର୍ତ୍ତା ଅଟନ୍ତି ।” ରାମାୟଣ ବର୍ଣ୍ଣନା କରେ:
ହରି ଅନନ୍ତ ହରି କଥା ଅନନ୍ତା
“ଭଗବାନ ଅନନ୍ତ ଅଟନ୍ତି ଏବଂ ଅନନ୍ତ ଅବତାରରେ ତାଙ୍କର ଲୀଳା ମଧ୍ୟ ଅନନ୍ତ ।” ମହର୍ଷି ବେଦବ୍ୟାସ ତ ଏପରି କହନ୍ତି ଯେ:
ଯୋ ବା ଅନନ୍ତସ୍ୟ ଗୁଣାନନନ୍ତାନ୍ ଅନୁକ୍ରମିଷ୍ୟନ୍ ସ ତୁ ବାଲ-ବୁଦ୍ଧିଃ ।
ରଜାନ୍ସି ଭୂମେର୍ ଗଣୟେତ୍ କଥଞ୍ôଚତ୍ କାଳେନ ନୈବାଖିଲଶକ୍ତି ଧାମ୍ନଃ । । (ଭାଗବତ, ୧୧.୪.୨)
ଯେଉଁମାନେ ଏପରି ଭାବନ୍ତି ଯେ ସେମାନେ ଭଗବାନଙ୍କ ଗୁଣର ଗଣନା କରିପାରିବେ, ସେମାନଙ୍କର ବୁଦ୍ଧି ବାଲ୍ୟସ୍ୱଭାବଯୁକ୍ତ ଅଟେ । ପୃଥିବୀର ସମସ୍ତ ଧୂଳିକଣାକୁ ଆମେ ଗଣି ନେଇପାରିଲେ ବି ଭଗବାନଙ୍କର ଅନନ୍ତ ଗୁଣକୁ ଗଣିପାରିବା ନାହିଁ । ସେଥିପାଇଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ସେ ତାଙ୍କ ବିଭୂତିର ଅଳ୍ପ କିଛି ଅଂଶ ହିଁ ବର୍ଣ୍ଣନା କରିବେ ।
ଶ୍ରୀଭଗବାନୁବାଚ
ହନ୍ତ ତେ କଥୟିଷ୍ୟାମି ଦିବ୍ୟା ହ୍ୟାତ୍ମବିଭୂତୟଃ ।
ପ୍ରାଧାନ୍ୟତଃ କୁରୁଶ୍ରେଷ୍ଠ ନାସ୍ତ୍ୟନ୍ତୋ ବିସ୍ତରସ୍ୟ ମେ ।।୧୯।।
ହେ କୁରୁଶ୍ରେଷ୍ଠ! ବର୍ତ୍ତମାନ, ମୁଁ ତୁମ ସମ୍ମୁଖରେ ନିଜ ଦିବ୍ୟ ବିଭୂତିର ବର୍ଣ୍ଣନା ସଂକ୍ଷେପରେ କରିବି, କାରଣ ତାହାର ଅନ୍ତ ନାହିଁ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ