ଅନନ୍ତଶ୍ଚାସ୍ମି ନାଗାନାଂ ବରୁଣୋ ଯାଦସାମହମ୍ ।
ପିତୃଣାମର୍ଯ୍ୟମା ଚାସ୍ମି ଯମଃ ସଂଯମତାମହମ୍ ।।୨୯।।
ଅନନ୍ତଃ - ଅନନ୍ତ; ଚ -ଏବଂ; ଅସ୍ମି-ଅଟେ; ନାଗାନାଂ- ନାଗମାନଙ୍କ ମଧ୍ୟରେ; ବରୁଣଃ -ଜଳଦେବତା; ଯାଦସାଂ- ଜଳଜୀବମାନଙ୍କ ମଧ୍ୟରେ; ଅହଂ - ମୁଁ; ପିତୃଣାଂ- ପିତୃପୁରୁଷମାନଙ୍କ ମଧ୍ୟରେ; ଅର୍ଯ୍ୟମା - ଅର୍ଯ୍ୟମ; ଚ-ଏବଂ; ଅସ୍ମି -ଅଟେ; ଯମଃ - ମୃତ୍ୟୁର ଦେବତା; ସଂଯମତାମ୍ - ନ୍ୟାୟାଧୀଶ ମାନଙ୍କ ମଧ୍ୟରେ; ଅହଂ-ମୁଁ ।
BG 10.29: ସର୍ପମାନଙ୍କ ମଧ୍ୟରେ ମୁଁ ଅନନ୍ତ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ ବରୁଣ । ପରଲୋକ ଗତ ପୂର୍ବଜମାନଙ୍କ ମଧ୍ୟରେ ମୁଁ ଅର୍ଯମ; ନ୍ୟାୟାଧୀଶ ମାନଙ୍କ ମଧ୍ୟରେ ମୁଁ ମୃତ୍ୟୁର ଦେବତା ଯମ ଅଟେ ।
ଅନନ୍ତ ଦିବ୍ୟ ସର୍ପ ଅଟନ୍ତି, ଯାହାଙ୍କ ଉପରେ ଭଗବାନ ବିଷ୍ଣୁ ଶୟନ କରିଥାଆନ୍ତି । ତାଙ୍କର ଦଶ ହଜାର ଫଣା ରହିଛି । ଏପରି କୁହାଯାଏ ଯେ ସୃଷ୍ଟିର ପ୍ରାରମ୍ଭରୁ ସେ ତାଙ୍କର ପ୍ରତ୍ୟେକ ମୁଖରେ ଭଗବାନଙ୍କର ସୁଯଶ ବର୍ଣ୍ଣନା କରୁଛନ୍ତି, ଯାହାର ଅନ୍ତ ତଥାପି ବି ହୋଇନାହିଁ ।
ବରୁଣ ସମୁଦ୍ରର ଦେବତା ଅଟନ୍ତି । ଅର୍ଯ୍ୟମ ଅଦିତିଙ୍କର ତୃତୀୟ ପୁତ୍ର ଅଟନ୍ତି । ପରଲୋକଗତ ପୂର୍ବଜମାନଙ୍କର ମୁଖ୍ୟ ଭାବରେ ତାଙ୍କୁ ପୂଜା କରାଯାଇଥାଏ । ଯମରାଜ ମୃତ୍ୟୁର ଦେବତା ଅଟନ୍ତି । ସେ ମର ଶରୀରରୁ ଆତ୍ମାକୁ ଛଡାଇ ନେବାର କାର୍ଯ୍ୟ କରନ୍ତି । ଭଗବାନଙ୍କ ତରଫରୁ ଜୀବର ବର୍ତ୍ତମାନ ଜନ୍ମର କର୍ମ ପାଇଁ, ସେ ନ୍ୟାୟ ପ୍ରଦାନ କରନ୍ତି ଏବଂ ପରବର୍ତ୍ତୀ ଜନ୍ମରେ ଦଣ୍ଡ ବା ପୁରସ୍କାର ପ୍ରଦାନ କରନ୍ତି । ତାହା ଯେତେ କଷ୍ଟକର ବା ଯନ୍ତ୍ରଣାଦାୟକ ହେଉପଛେ, ନିଜ କର୍ତ୍ତବ୍ୟରୁ ସେ ଏକ ଇଞ୍ଚ ବି ଏପଟ ସେପଟ ହୁଅନ୍ତି ନାହିଁ । ନ୍ୟାୟାଧୀଶ ଭାବରେ ତାଙ୍କଠାରେ ଭଗବାନଙ୍କର ଐଶ୍ୱର୍ଯ୍ୟ ହିଁ ପ୍ରକଟ ଲାଭ କରିଥାଏ ।
ଅନନ୍ତଶ୍ଚାସ୍ମି ନାଗାନାଂ ବରୁଣୋ ଯାଦସାମହମ୍ ।
ପିତୃଣାମର୍ଯ୍ୟମା ଚାସ୍ମି ଯମଃ ସଂଯମତାମହମ୍ ।।୨୯।।
ସର୍ପମାନଙ୍କ ମଧ୍ୟରେ ମୁଁ ଅନନ୍ତ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ ବରୁଣ । ପରଲୋକ ଗତ ପୂର୍ବଜମାନଙ୍କ ମଧ୍ୟରେ ମୁଁ ଅର୍ଯମ; ନ୍ୟାୟାଧୀଶ ମାନଙ୍କ ମଧ୍ୟରେ ମୁଁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ