ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାଂ କାଳଃ କଳୟତାମହମ୍ ।
ମୃଗାଣାଂ ଚ ମୃଗେନ୍ଦ୍ରୋଽହଂ ବୈନତେୟଶ୍ଚ ପକ୍ଷିଣାମ୍ ।।୩୦।।
ପ୍ରହ୍ଲାଦଃ - ପ୍ରହ୍ଲାଦ; ଚ - ଏବଂ; ଅସ୍ମି - ଅଟେ; ଦୈତ୍ୟାନାଂ- ଦୈତ୍ୟମାନଙ୍କ ମଧ୍ୟରେ; କାଳଃ - ସମୟ; କଳୟତାଂ- ନିୟନ୍ତ୍ରଣକାରୀମାନଙ୍କ ମଧ୍ୟରେ; ଅହଂ-ମୁଁ; ମୃଗାଣାଂ- ପ୍ରାଣୀମାନଙ୍କ ମଧ୍ୟରେ; ଚ-ଏବଂ; ମୃଗେନ୍ଦ୍ରଃ - ସିଂହ; ଅହଂ-ମୁଁ; ବୈନତେୟଃ - ଗରୁଡ଼; ଚ -ଏବଂ; ପକ୍ଷିଣାମ୍ - ପକ୍ଷୀମାନଙ୍କ ମଧ୍ୟରେ ।
BG 10.30: ଦୈତ୍ୟମାନଙ୍କ ମଧ୍ୟରେ ମୁଁ ପ୍ରହ୍ଲାଦ ଅଟେ; ନିୟନ୍ତ୍ରଣକାରୀ ମାନଙ୍କ ମଧ୍ୟରେ ମୁଁ କାଳ ଅଟେ । ପଶୁମାନଙ୍କ ମଧ୍ୟରେ ମୁଁ ସିଂହ ଏବଂ ପକ୍ଷୀମାନଙ୍କ ମଧ୍ୟରେ ମୁଁ ଗରୁଡ଼ ଅଟେ ।
ପରାକ୍ରମଶାଳୀ ଦୈତ୍ୟରାଜ ହିରଣ୍ୟ-କଶିପୁଙ୍କ ପୁତ୍ର ଭାବରେ ପ୍ରହ୍ଲାଦ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ସେ ଭଗବାନ ବିଷ୍ଣୁଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ । ତେଣୁ ଦୈତ୍ୟମାନଙ୍କ ମଧ୍ୟରେ ପ୍ରହ୍ଲାଦ ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟନ୍ତି । ସମୟ ବା କାଳ ସର୍ବଶ୍ରେଷ୍ଠ ନିୟାମକ ଅଟନ୍ତି, ଯାହା ବ୍ରହ୍ମାଣ୍ଡର ସର୍ବେର୍ାଚ୍ଚ ଶକ୍ତିଶାଳୀ ତତ୍ତ୍ୱକୁ ମଧ୍ୟ କ୍ଷୟ କରିଦିଏ ।
ସିଂହ ଜଙ୍ଗଲର ରାଜା ଅଟେ ଏବଂ ପଶୁମାନଙ୍କ ମଧ୍ୟରେ ସିଂହ ଠାରେ ଭଗବାନଙ୍କର ଶକ୍ତି ପ୍ରତିଫଳିତ ହୋଇଥାଏ । ଗରୁଡ଼ ଭଗବାନ ବିଷ୍ଣୁଙ୍କର ଦିବ୍ୟ ବିମାନ ଅଟେ ଏବଂ ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ ।
ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାଂ କାଳଃ କଳୟତାମହମ୍ ।
ମୃଗାଣାଂ ଚ ମୃଗେନ୍ଦ୍ରୋଽହଂ ବୈନତେୟଶ୍ଚ ପକ୍ଷିଣାମ୍ ।।୩୦।।
ଦୈତ୍ୟମାନଙ୍କ ମଧ୍ୟରେ ମୁଁ ପ୍ରହ୍ଲାଦ ଅଟେ; ନିୟନ୍ତ୍ରଣକାରୀ ମାନଙ୍କ ମଧ୍ୟରେ ମୁଁ କାଳ ଅଟେ । ପଶୁମାନଙ୍କ ମଧ୍ୟରେ ମୁଁ ସିଂହ ଏବଂ ପକ୍ଷୀମାନଙ୍କ ମଧ୍ୟରେ ମୁଁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ