ପବନଃ ପବତାମସ୍ମି ରାମଃ ଶସ୍ତ୍ରଭୃତାମହମ୍ ।
ଝଷାଣାଂ ମକରଶ୍ଚାସ୍ମି ସ୍ରୋତସାମସ୍ମି ଜାହ୍ନବୀ ।।୩୧।।
ପବନଃ - ପବନ; ପବତାଂ - ପବିତ୍ରକାରୀଙ୍କ ମଧ୍ୟରେ; ଅସ୍ମି - ଅଟେ; ରାମଃ - ପର୍ଶୁରାମ; ଶସ୍ତ୍ର-ଭୃତାମ୍ - ଶାସ୍ତ୍ରଧାରୀଙ୍କ ମଧ୍ୟରେ; ଅହଂ- ମୁଁ; ଝଷାଣାଂ - ଜଳଜୀବମାନଙ୍କ ମଧ୍ୟରେ; ମକରଃ - ମଗର; ଚ - ଏବଂ; ଅସ୍ମି - ମୁଁ ; ସ୍ରୋତସାଂ - ନଦୀମାନଙ୍କ ମଧ୍ୟରେ; ଅସ୍ମି -ଅଟେ; ଜାହ୍ନବୀ - ଗଙ୍ଗାନଦୀ ।
BG 10.31: ଶୁଦ୍ଧକାରୀଙ୍କ ମଧ୍ୟରେ ମୁଁ ବାୟୁ ଏବଂ ଶସ୍ତ୍ରଧାରୀଙ୍କ ମଧ୍ୟରେ ମୁଁ ପର୍ଶୁରାମ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ କୁମ୍ଭୀର ଏବଂ ନଦୀ ମାନଙ୍କ ମଧ୍ୟରେ ମୁଁ ଗଙ୍ଗା ଅଟେ ।
ବାୟୁ ପ୍ରକୃତିରେ ବିଶୋଧନ କାର୍ଯ୍ୟ କରିଥାଏ । ଏହା ଅଶୁଦ୍ଧ ପାଣିକୁ ବାଷ୍ପରେ ପରିଣତ କରିଦିଏ, ଦୁର୍ଗନ୍ଧକୁ ଦୂରକୁ ବୋହିନିଏ ଏବଂ ଏହା ନିଆଁକୁ ଜଳିବାକୁ ଅମ୍ଳଜାନ ଯୋଗାଇଥାଏ । ତେଣୁ ଏହା ପ୍ରକୃତିର ବିଶୋଧକ ଅଟେ ।
ପ୍ରଭୁ ରାମ (ପର୍ଶୁରାମ) ଜଣେ ଅତ୍ୟନ୍ତ ପରାକ୍ରମୀ ଯୋଦ୍ଧା ଥିଲେ ଏବଂ ତାଙ୍କର ଅସ୍ତ୍ର ଅତ୍ୟନ୍ତ ମାରାତ୍ମକ ଥିଲା । ତଥାପି ନିଜ ଶ୍ରେଷ୍ଠତା ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ସେ ତାହାର ଅପବ୍ୟବହାର କରୁ ନ ଥିଲେ । ଅସ୍ତ୍ରର ବ୍ୟବହାର ସେ କେବଳ ସମାଜର ମଙ୍ଗଳ ପାଇଁ କରିଛନ୍ତି । ତେଣୁ ସେ ଯଥାର୍ଥ ଅସ୍ତ୍ରଧାରୀ ଥିଲେ । ରାମ ମଧ୍ୟ ଶ୍ରୀକୃଷ୍ଣଙ୍କର ଅବତାର ଥିଲେ ଓ ଶ୍ରୀକୃଷ୍ଣ ତାଙ୍କୁ ନିଜର ସ୍ୱରୂପ କହୁଛନ୍ତି ।
ଗଙ୍ଗା ଏକ ପବିତ୍ର ନଦୀ ଅଟେ, ଯାହା ବିଷ୍ଣୁଙ୍କର ଦିବ୍ୟ ଚରଣରୁ ନିର୍ଗତ ହୋଇଅଛି । ଏହା ଦିବ୍ୟଧାମରୁ ପୃଥିବୀକୁ ଅବତରିତ ହୋଇଛି । ଅନେକ ଋଷି-ମୁନି ଗଙ୍ଗାତଟରେ କଠୋର ସାଧନା କରି ଏହି ଜଳର ପବିତ୍ରତା ବୃଦ୍ଧି କରିଛନ୍ତି । ଏହାର ଜଳ ଅନ୍ୟ ନଦୀମାନଙ୍କର ଜଳଠାରୁ ଭିନ୍ନ ଏବଂ ଏହାକୁ ପାତ୍ରରେ ଭରି ବର୍ଷ ବର୍ଷ ରଖିଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ । ପୂର୍ବରୁ ଗଙ୍ଗାଜଳରେ ଏହି ଗୁଣ ବହୁମାତ୍ରାରେ ଥିଲା କିନ୍ତୁ ଆଜିକାଲି, ନିୟୁତ ନିୟୁତ ବର୍ଜ୍ୟ ଏଥିରେ ମିଶିବା ଫଳରେ, ଏହି ଗୁଣ ହ୍ରାସ ପାଇଛି ।
ପବନଃ ପବତାମସ୍ମି ରାମଃ ଶସ୍ତ୍ରଭୃତାମହମ୍ ।
ଝଷାଣାଂ ମକରଶ୍ଚାସ୍ମି ସ୍ରୋତସାମସ୍ମି ଜାହ୍ନବୀ ।।୩୧।।
ଶୁଦ୍ଧକାରୀଙ୍କ ମଧ୍ୟରେ ମୁଁ ବାୟୁ ଏବଂ ଶସ୍ତ୍ରଧାରୀଙ୍କ ମଧ୍ୟରେ ମୁଁ ପର୍ଶୁରାମ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ କୁମ୍ଭୀର ଏବଂ ନଦୀ ମାନଙ୍କ ମଧ୍ୟରେ ମୁଁ ଗଙ୍ଗା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ