ବୃହତ୍ସାମ ତଥା ସାମ୍ନାଂ ଗାୟତ୍ରୀ ଛନ୍ଦସାମହମ୍ ।
ମାସାନାଂ ମାର୍ଗଶୀର୍ଷୋଽହମୃତୂନାଂ କୁସୁମାକରଃ ।।୩୫।।

ବୃହତ୍‌-ସାମ -ସାମବେଦର ଏକ ସ୍ତବନ; ତଥା - ମଧ୍ୟ; ସାମ୍ନାଂ - ସାମବେଦର; ଗାୟତ୍ରୀ - ଗାୟତ୍ରୀ; ଛନ୍ଦସାଂ - ସମସ୍ତ କବିତା ମଧ୍ୟରେ; ଅହଂ -ମୁଁ; ମ।।ସାନଂ -ମାସମାନଙ୍କ ମଧ୍ୟରେ; ମାର୍ଗଶୀର୍ଷୋ- ମାର୍ଗଶୀର ମାସ; ଅହଂ-ମୁଁ; ଋତୁନାଂ - ସମସ୍ତ ଋତୁ ମଧ୍ୟରେ; କୁସୁମାକରଃ - ବସନ୍ତଋତୁ ।

ଅନୁବାଦ

BG 10.35: ସାମବେଦର ସ୍ତୋତ୍ରମାନଙ୍କ ମଧ୍ୟରେ ମୋତେ ବୃହତ୍‌ସାମ ଭାବରେ ଜାଣ; କବିତାଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଅଟେ । ହିନ୍ଦୁ ବର୍ଷର ବାର ମାସ ମଧ୍ୟରୁ ମୁଁ ମାର୍ଗଶୀର ଅଟେ ଏବଂ ଋତୁମାନଙ୍କ ମଧ୍ୟରେ, ଯେଉଁ ଋତୁରେ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ, ମୁଁ ସେହି ବସନ୍ତ ଋତୁ ଅଟେ ।

ଭାଷ୍ୟ

ପୂର୍ବରୁ ଶ୍ରୀକୃଷ୍ଣ କହିଥିଲେ ଯେ ସାମବେଦ ସୁଲଳିତ ଭକ୍ତି ସଙ୍ଗୀତରେ ପରିପୂର୍ଣ୍ଣ । ବର୍ତ୍ତମାନ ସେ କହୁଛନ୍ତି, ସାମବେଦର ସମସ୍ତ ସ୍ତୋତ୍ର ମଧ୍ୟରୁ ସେ ଅତ୍ୟନ୍ତ ଲାଳିତ୍ୟପୂର୍ଣ୍ଣ ବୃହତ୍ସାମ ଅଟନ୍ତି । ଏହାର ଗାୟନ ବିଶେଷତଃ ମଧ୍ୟରାତ୍ରୀରେ କରାଯାଇଥାଏ ।

ଅନ୍ୟ ଭାଷା ପରି, ସଂସ୍କୃତ ଭାଷାରେ ପଦ୍ୟ ଲେଖିବା ପାଇଁ ସ୍ୱତନ୍ତ୍ର ସ୍ୱର ଏବଂ ଛନ୍ଦ ଅଛି । ବେଦର କବିତା ଗୁଡ଼ିକର ଅନେକ ପ୍ରକାର ଛନ୍ଦ ରହିଛି । ଏମାନଙ୍କ ମଧ୍ୟରୁ ଗାୟତ୍ରୀ ଛନ୍ଦ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସୁମଧୁର ଅଟେ । ଏହି ଛନ୍ଦରେ ରଚିତ ଗାୟତ୍ରୀ ମନ୍ତ୍ର ଏକ ସୁପ୍ରସିଦ୍ଧ ମନ୍ତ୍ର ଅଟେ । ଏହା ଏକ ଗଭୀର ଅର୍ଥପୂର୍ଣ୍ଣ ପ୍ରାର୍ଥନା ଅଟେ ।

ଭୁର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ
ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍ । (ଋକ୍‌ବେଦ ୩.୬୨.୧୦)

“ତିନି ଲୋକକୁ ଉଦ୍‌ଭାସିତ କରୁଥିବା ଭଗବାନ ଆମର ନମସ୍ୟ ଅଟନ୍ତି ଏବଂ ଆମ୍ଭେମାନେ ତାଙ୍କର ପ୍ରାର୍ଥନା କରୁଛୁ । ସେ ପାପହାରୀ ଓ ଅଜ୍ଞାନ ବିନାଶକ ଅଟନ୍ତି । ଆମର ବୁଦ୍ଧିକୁ ସେ ସତ୍‌ମାର୍ଗରେ ଉଦ୍ଭାସିତ କରନ୍ତୁ ।” ବ୍ରତୋପନୟନ ଉତ୍ସବରେ, ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ବିଶେଷ ଭାବରେ କରାଯାଇଥାଏ ଏବଂ ପରେ ବ୍ରାହ୍ମଣ ମାନଙ୍କର ଦୈନନ୍ଦିନ ବୈଦିକ କର୍ମର ମଧ୍ୟ ଏହା ଏକ ମୁଖ୍ୟ ଅଂଗ ଅଟେ । ବେଦରେ ଦେବୀ ଗାୟତ୍ରୀ, ରୁଦ୍ର ଗାୟତ୍ରୀ, ବ୍ରହ୍ମା ଗାୟତ୍ରୀ, ପରମହଂସ ଗାୟତ୍ରୀ ଆଦି ଅନେକ ଗାୟତ୍ରୀ ମନ୍ତ୍ର ରହିଛି ।

ହିନ୍ଦୁ ବର୍ଷରେ ମାର୍ଗଶୀର ମାସଟି ଅଷ୍ଟମ ମାସ ଅଟେ । ଏହା ନଭେମ୍ବର -ଡ଼ିସେମ୍ବର ସମୟରେ ପଡ଼ିଥାଏ । ଭାରତରେ ସେତେବେଳେ ଉତ୍ତାପ ଠିକ୍ ଥାଏ- ଅତ୍ୟନ୍ତ ଗରମ ବା ଅତ୍ୟନ୍ତ ଥଣ୍ଡା ନଥାଏ । ଏହି ସମୟରେ ଶସ୍ୟ ଅମଳ ହୋଇଥାଏ । ସେଥିପାଇଁ ଏହି ମାସଟି ଲୋକଙ୍କର ଅତି ପ୍ରିୟ ଅଟେ ।

ବସନ୍ତ ଋତୁକୁ ଋତୁରାଜ କୁହାଯାଏ । ଏହି ସମୟରେ ପ୍ରତୀତ ହୁଏ ସତେ ଯେପରି ଜୀବନକୁ ପ୍ରସ୍ଫୁଟିତ କରିବାରେ ପ୍ରକୃତି ଉଦାରତାର ସହିତ ସହଯୋଗ କରୁଛି । ବସନ୍ତ ଋତୁରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ, ଯାହା ଆନନ୍ଦର ବାତାବରଣ ସୃଷ୍ଟି କରିଥାଏ । ତେଣୁ ଋତୁମାନଙ୍କ ମଧ୍ୟରେ ବସନ୍ତ ଋତୁ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ପ୍ରତିଫଳିତ କରିଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency