ଦ୍ୟୂତଂ ଛଳୟତାମସ୍ମି ତେଜସ୍ତେଜସ୍ୱିନାମହମ୍ ।
ଜୟୋଽସ୍ମି ବ୍ୟବସାୟୋଽସ୍ମି ସତ୍ତ୍ୱଂ ସତ୍ତ୍ୱବତାମହମ୍ ।।୩୬।।
ଦ୍ୟୂତଂ -ଜୁଆଖେଳ; ଛଳୟତାଂ - ଛଳ ମଧ୍ୟରେ; ଅସ୍ମି -ଅଟେ;ତେଜଃ -ତେଜ;ତେଜସ୍ୱିନାଂ -ତେଜସ୍ୱୀ ମାନଙ୍କର; ଅହମ୍-ମୁଁ; ଜୟଃ -ବିଜୟ; ଅସ୍ମି -ଅଟେ;ବ୍ୟବସାୟଃ - ଦୃଢ ସଂକଳ୍ପ;ଅସ୍ମି -ଅଟେ; ସତ୍ତ୍ୱଂ -ସଦ୍ଗୁଣ; ସତ୍ତ୍ୱବତାଂ - ପୁଣ୍ୟାତ୍ମାମାନଙ୍କର; ଅହମ୍ - ମୁଁ ।
BG 10.36: ଛଳ ମଧ୍ୟରେ ମୁଁ ଜୁଆଖେଳ ଅଟେ । ତେଜସ୍ୱୀ ମାନଙ୍କର ମୁଁ ତେଜ ଅଟେ । ବିଜୟୀ ମାନଙ୍କର ମୁଁ ଦୃଢ଼ସଙ୍କଳ୍ପ ଅଟେ ଓ ପୁଣ୍ୟାତ୍ମାମାନଙ୍କର ମୁଁ ସଦ୍ଗୁଣ ଅଟେ ।
ଏଠାରେ ଶ୍ରୀକୃଷ୍ଣ କେବଳ ସଦ୍ଗୁଣଗୁଡ଼ିକୁ ତାଙ୍କର ଐଶ୍ୱର୍ଯ୍ୟ ଭାବରେ ବର୍ଣ୍ଣନା କରି ନାହାଁନ୍ତି, ତା’ ସହିତ ମନ୍ଦଗୁଣକୁ ମଧ୍ୟ ତାଙ୍କର ଐଶ୍ୱର୍ଯ୍ୟ କହିଛନ୍ତି । ଜୁଆଖେଳ ଏକ ମାରାତ୍ମକ ଦୁଷ୍କର୍ମ ଅଟେ ଯାହା ପରିବାର, ବ୍ୟବସାୟ ଓ ଜୀବନକୁ ନଷ୍ଟ କରି ଦେଇଥାଏ । ଯୁଧିଷ୍ଠିରଙ୍କର ଜୁଆଖେଳ ପ୍ରତି ଦୁର୍ବଳତା ହିଁ ମହାଭାରତ ଯୁଦ୍ଧର ସୂତ୍ରପାତ କରିଥିଲା । କିନ୍ତୁ ଯଦି ଜୁଆଖେଳ ମଧ୍ୟ ଭଗବାନଙ୍କର ଐଶ୍ୱର୍ଯ୍ୟ ଅଟେ, ତେବେ ଏହାକୁ ବର୍ଜନ କରାଯିବ କାହିଁକି?
ଏହାର ଉତ୍ତର ହେଲା, ଭଗବାନ ଆତ୍ମାକୁ ଶକ୍ତି ପ୍ରଦାନ କରିବା ସହିତ ବିଚାର କରିବାର ସ୍ୱାଧୀନତା ମଧ୍ୟ ଦେଇଛନ୍ତି । ଆମେ ତାଙ୍କୁ ଭୁଲିଯିବାକୁ ଇଚ୍ଛାକଲେ ମଧ୍ୟ ଭୁଲିବା ପାଇଁ ଶକ୍ତି ସେ ହିଁ ଦିଅନ୍ତି । ବିଜୁଳି ଶକ୍ତିର ବ୍ୟବହାର ବସ୍ତୁକୁ ଉଭୟ ଗରମ ଓ ଥଣ୍ଡା କରିବା ଉଦ୍ଦେଶ୍ୟରେ କରାଯାଇ ପାରେ । ବ୍ୟବହାରକାରୀ ତାକୁ କିପରି ବ୍ୟବହାର କରିବ, ତାହା ସେ ନିଜେ ନିର୍ଣ୍ଣୟ କରିଥାଏ । ଶକ୍ତି ଯୋଗାଉଥିବା ଶକ୍ତି କେନ୍ଦ୍ର (ପାୱାର ହାଉସ୍) ଶକ୍ତିର ସଦୁପଯୋଗ ବା ଦୁରୁପଯୋଗ ପାଇଁ ଦାୟୀ ନୁହେଁ । ସେହିପରି ଜଣେ ଜୁଆଡିର ମଧ୍ୟ ଈଶ୍ୱରଦତ୍ତ ବୁଦ୍ଧି ଓ କ୍ଷମତା ଥାଏ । ସେହି ଈଶ୍ୱର ଦତ୍ତ ଉପହାରର ସେ ଯଦି ଦୁରୁପଯୋଗ କରେ, ତେବେ ତାହାର ସେହି ଦୁଷ୍କର୍ମ ପାଇଁ ଭଗବାନ ଦାୟୀ ନୁହଁନ୍ତି ।
ସମସ୍ତେ ବିଜୟୀ ହେବାକୁ ଇଚ୍ଛାକରନ୍ତି, ଏହା ଭଗବାନଙ୍କର ଐଶ୍ୱର୍ଯ୍ୟ ଅଟେ । ସେଥିପାଇଁ ଶ୍ରୀକୃଷ୍ଣ ଦୃଢ଼ ସଙ୍କଳ୍ପ ଉପରେ ଗୁରୁତ୍ୱାରୋପଣ କରିଛନ୍ତି । ପୂର୍ବରୁ ଶ୍ଳୋକ ୨.୪୧. ୨.୪୪ ଓ ୯.୩୦ରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଛି । ପୁଣ୍ୟାତ୍ମାମାନଙ୍କର ସଦ୍ଗୁଣ ମଧ୍ୟ ଭଗବାନଙ୍କ ଶକ୍ତିର ପ୍ରାକଟ୍ୟ ଅଟେ । ସମସ୍ତ ସତ୍କର୍ମ, ସଫଳତା, ଯଶ, ଜୟ ଏବଂ ଦୃଢ଼ ସଙ୍କଳ୍ପ ଭଗବାନଙ୍କଠାରୁ ପ୍ରକଟ ହୋଇଥାଏ । ଅତଏବ, ତାହାକୁ ଆମ ନିଜର ଗୁଣ ମନେ ନ କରି, ଭଗବାନଙ୍କର ଉପହାର ରୂପେ ବିଚାର କରିବା ଉଚିତ ।
ଦ୍ୟୂତଂ ଛଳୟତାମସ୍ମି ତେଜସ୍ତେଜସ୍ୱିନାମହମ୍ ।
ଜୟୋଽସ୍ମି ବ୍ୟବସାୟୋଽସ୍ମି ସତ୍ତ୍ୱଂ ସତ୍ତ୍ୱବତାମହମ୍ ।।୩୬।।
ଛଳ ମଧ୍ୟରେ ମୁଁ ଜୁଆଖେଳ ଅଟେ । ତେଜସ୍ୱୀ ମାନଙ୍କର ମୁଁ ତେଜ ଅଟେ । ବିଜୟୀ ମାନଙ୍କର ମୁଁ ଦୃଢ଼ସଙ୍କଳ୍ପ ଅଟେ ଓ ପୁଣ୍ୟାତ୍ମାମାନଙ୍କର ମୁଁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ