ଯଚ୍ଚାପି ସର୍ବଭୂତାନାଂ ବୀଜଂ ତଦହମର୍ଜୁନ ।
ନ ତଦସ୍ତି ବିନା ଯତ୍ସ୍ୟାନ୍ମୟା ଭୂତଂ ଚରାଚରମ୍ ।।୩୯।।
ଯତ୍ - ଯାହା; ଚ - ଏବଂ; ଅପି - ମଧ୍ୟ; ସର୍ବ-ଭୂତାନାଂ - ସମସ୍ତ ପ୍ରାଣୀଙ୍କର; ବୀଜଂ - ଉତ୍ପାଦକ ବୀଜ; ତତ୍ - ତାହା; ଅହଂ-ମୁଁ; ଅର୍ଜୁନ- ହେ ଅର୍ଜୁନ; ନ-ନୁହେଁ; ତତ୍-ତାହା; ଅସ୍ତି- ଅଛି; ବିନା-ବିନା; ଯତ୍ -ଯାହା; ସ୍ୟାତ୍ - ରହିଛି; ମୟା-ମୋ’ଦ୍ୱାରା; ଭୂତଂ - ସୃଷ୍ଟ; ଚରାଚରମ୍ - ଚର ଏବଂ ଅଚର ।
BG 10.39: ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ଉତ୍ପାଦକ ବୀଜ ଅଟେ । ଚର ବା ଅଚର କୌଣସି ଜୀବ ମୋ ବିନା ରହିପାରିବେ ନାହିଁ ।
ଶ୍ରୀକୃଷ୍ଣ ସମସ୍ତ ସୃଷ୍ଟିର ଉଭୟ ସୃୃଷ୍ଟିଗତ କାରଣ ଏବଂ ବସ୍ତୁଗତ କାରଣ ଅଟନ୍ତି । ସୃଷ୍ଟିଗତ କାରଣ ଅର୍ଥ ସେ ସ୍ରଷ୍ଟା ରୂପରେ ବିଶ୍ୱକୁ ପ୍ରକଟିତ କରିଥାଆନ୍ତି । ବସ୍ତୁଗତ କାରଣ ଅର୍ଥ ସେ ସେହି ବସ୍ତୁ ଅଟନ୍ତି ଯଦ୍ୱାରା ସୃଷ୍ଟିର ସଂରଚନା ହୋଇଥାଏ । ଶ୍ଲୋକ ୭.୧୦ ଏବଂ ୯.୧୮ରେ ଶ୍ରୀକୃଷ୍ଣ କହିଛନ୍ତି ଯେ ସେ ‘ଚିରନ୍ତନ ବୀଜ’ ଅଟନ୍ତି । ଏଠାରେ ପୁଣି ସେ କହୁଛନ୍ତି ଯେ ସେ ‘ଉତ୍ପାଦକ ବୀଜ’ ଅଟନ୍ତି । ଅର୍ଥାତ୍ ସେ ହିଁ ସମସ୍ତଙ୍କର ମୂଳ କାରଣ ଏବଂ ତାଙ୍କ ଶକ୍ତି ବିନା କାହାର ଅସ୍ତିତ୍ୱ ନାହିଁ ।
ସଜୀବ ବସ୍ତୁମାନଙ୍କର ଜନ୍ମ ଚାରି ପ୍ରକାରରେ ହୋଇଥାଏ: ଅଣ୍ଡଜ - ଅଣ୍ଡାରୁ ଉତ୍ପନ୍ନ ହେବା, ଯେପରି କି ପକ୍ଷୀ, ସର୍ପ, ଝିଟିପିଟି ଇତ୍ୟାଦି; ଜରାୟୁଜ - ଗର୍ଭରୁ ଜାତ ହେବା, ଯେପରି କି ମନୁଷ୍ୟ, ଗାଈ, କୁକୁର ଓ ବିରାଡ଼ି ଇତ୍ୟାଦି; ସ୍ୱେଦଜ- ସ୍ୱେଦରୁ ଜାତ ହେବା ଯେମିତି ଉକୁଣୀ ଓ ଟିଙ୍କ ଇତ୍ୟାଦି; ଉଦ୍ଭିଜ - ମାଟିରୁ ଅଙ୍କୁରିତ ହେବା, ଯଥା ଗଛ, ଲତା, ଘାସ ଓ ଗୁଳ୍ମ ଇତ୍ୟାଦି । ଅନ୍ୟ ପ୍ରକାରର ଜୀବନ ମଧ୍ୟ ରହିଛି, ଯେପରି କି, ଭୂତ, ପ୍ରେତ, ପିଶାଚ ଇତ୍ୟାଦି । ସମସ୍ତଙ୍କର ଉତ୍ପତ୍ତିର କାରଣ ଶ୍ରୀକୃଷ୍ଣ ଅଟନ୍ତି ।
ଯଚ୍ଚାପି ସର୍ବଭୂତାନାଂ ବୀଜଂ ତଦହମର୍ଜୁନ ।
ନ ତଦସ୍ତି ବିନା ଯତ୍ସ୍ୟାନ୍ମୟା ଭୂତଂ ଚରାଚରମ୍ ।।୩୯।।
ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ଉତ୍ପାଦକ ବୀଜ ଅଟେ । ଚର ବା ଅଚର କୌଣସି ଜୀବ ମୋ ବିନା ରହିପାରିବେ ନାହିଁ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ