ମଚ୍ଚିତ୍ତା ମଦ୍‌ଗତପ୍ରାଣା ବୋଧୟନ୍ତଃ ପରସ୍ପରମ୍ ।
କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ ।।୯।।

ମତ୍‌-ଚିତ୍ତଃ -ଯାହାର ମନ ମୋ ଠାରେ ସ୍ଥିର;ମତ୍‌-ଗତ-ପ୍ରାଣାଃ - ଯାହାର ଜୀବନ ମୋ ପ୍ରତି ସମର୍ପିତ;ବୋଧୟନ୍ତଃ -ଭଗବତ୍ ଜ୍ଞାନରେ ଉଦ୍‌ଭାସିତ;ପରସ୍ପରମ୍ -ପରସ୍ପରକୁ; କଥୟନ୍ତଃ - କହିବା;ଚ -ଏବଂ;ମାଂ -ମୋ ବିଷୟରେ;ନିତ୍ୟଂ -ସର୍ବଦା;ତୁଷ୍ୟନ୍ତି -ତୃପ୍ତ କରନ୍ତି;ଚ -ଏବଂ;ରମନ୍ତି -ଆନନ୍ଦିତ ।

ଅନୁବାଦ

BG 10.9: ମୋର ଭକ୍ତମାନେ ତାଙ୍କର ମନକୁ ମୋ ଠାରେ କେନ୍ଦ୍ରିତ କରି, ଜୀବନକୁ ମୋତେ ସମର୍ପିତ କରି, ସର୍ବଦା ତୃପ୍ତ ରହିଥାଆନ୍ତି । ସେମାନେ ପରସ୍ପର ମଧ୍ୟରେ ମୋର ଦିବ୍ୟଗୁଣ ବିଷୟରେ ଆଲୋଚନା କରି ଅତ୍ୟନ୍ତ ଆନନ୍ଦିତ ହୋଇଥାଆନ୍ତି ।

ଭାଷ୍ୟ

ମନର ସ୍ୱଭାବ ଏପରି ଯେ ସେ ଯାହାକୁ ଭଲ ପାଏ, ତା’ ସହିତ ସଂଲଗ୍ନ ରହିଥାଏ । ଭକ୍ତମାନଙ୍କର ମନ ଭଗବାନଙ୍କର ସ୍ମରଣରେ ନିମଜ୍ଜିତ ରହେ, କାରଣ ସେମାନଙ୍କର ମନରେ ଭଗବାନଙ୍କ ପ୍ରତି ପ୍ରଗାଢ଼ ଶ୍ରଦ୍ଧା ରହିଥାଏ । ଭକ୍ତି ସେମାନଙ୍କ ଜୀବନର ଆଧାର ହୋଇଯାଏ, ଯାହା ସେମାନଙ୍କୁ ବଞ୍ôଚବାର ଅର୍ଥ, ଉଦ୍ଦେଶ୍ୟ ଓ ଶକ୍ତି ଯୋଗାଇ ଥାଏ । ମାଛ ପାଇଁ ଜଳର ଆବଶ୍ୟକତା ପରି, ସେମାନଙ୍କର ଜୀବନ ଧାରଣ ପାଇଁ ଭଗବତ୍ ସ୍ମରଣ ଅପରିହାର୍ଯ୍ୟ ହୋଇଯାଏ । 

ବ୍ୟକ୍ତିର ଶରୀର, ମନ ଓ ଧନ ଯାହା ପ୍ରତି ଉତ୍ସର୍ଗୀକୃତ, ଜାଣିବାକୁ ହେବ ଯେ ତାହା ହିଁ ତାଙ୍କର ସର୍ବାଧିକ ପ୍ରିୟ ଅଟେ । ବାଇବେଲ୍ କହେ: “ଯେଉଁଠି ତୁମର ଧନ ରହିଛି, ସେଇଠି ତୁମର ହୃଦୟ ରହିବ ।” (ମାଥ୍ୟୁ ୬.୨୧) । ତେଣୁ ବ୍ୟକ୍ତିର ହୃଦୟ କେଉଁଠି ଅଛି, ତାହା ତାଙ୍କର ଚେକ୍ ବହି ବା କ୍ରେଡ଼ିଟ୍ କାର୍ଡ଼କୁ ଅନୁଧ୍ୟାନ କରି ଜାଣିହେବ । ଯଦି ସେମାନେ ସୌକିନ କାର୍ ପାଇଁ ଖର୍ଚ୍ଚ କରୁଛନ୍ତି, ତେବେ ତାଙ୍କର ମନ ସେଥିରେ ଆସକ୍ତ ରହିଛି । ଯଦି ସେମାନେ ବିଳାସପୂର୍ଣ୍ଣ ଛୁଟି ଯାତ୍ରାରେ ଖର୍ଚ୍ଚ କରୁଛନ୍ତି, ତା’ହେଲେ ତାହାହିଁ ତାଙ୍କର ସର୍ବାଧିକ ପ୍ରିୟ । ଯଦି ସେମାନେ ଆଫିକ୍ରାର ଏଡ୍‌ସ ପୀଡ଼ିତ ପିଲାଙ୍କୁ ଦାନ କରୁଛନ୍ତି, ତାହେଲେ ତାଙ୍କର ମନ ସେଥିରେ କେନ୍ଦ୍ରିତ ରହିଛି । ପିତାମାତାଙ୍କର ସ୍ନେହ, ତାଙ୍କର ସମୟ ଓ ସମ୍ପତ୍ତିକୁ ସନ୍ତାନମାନଙ୍କର କଲ୍ୟାଣ ପାଇଁ ତ୍ୟାଗ କରିବାରୁ ଜାଣିହୁଏ । ସେହିପରି ଭକ୍ତମାନଙ୍କର ପ୍ରେମ, ଭଗବାନଙ୍କ ପ୍ରତି ସେମାନଙ୍କର ସମର୍ପଣରୁ ଜାଣିହୁଏ । ଶ୍ରୀକୃଷ୍ଣ କହୁଛନ୍ତି: ମଦ୍‌-ଗତ-ପ୍ରାଣା, ଅର୍ଥାତ୍ ମୋ ଭକ୍ତମାନେ ସେମାନଙ୍କର ଜୀବନକୁ ମୋଠାରେ ସମର୍ପଣ କରିଦେଇ ଥାଆନ୍ତି ।”

ଏହିପରି ସମର୍ପଣରୁ ସନ୍ତୋଷ ଲାଭ ହୁଏ । ଯେହେତୁ ଭକ୍ତମାନେ ତାଙ୍କର ସମସ୍ତ କର୍ମର ଫଳ ଭଗବାନଙ୍କୁ ଅର୍ପଣ କରିଦେଇ ଥାଆନ୍ତି, ପ୍ରତ୍ୟେକ ପରିସ୍ଥିତିକୁ ସେମାନେ ଭଗବତ୍‌-ପ୍ରେରିତ ଅନୁଭବ କରନ୍ତି । ସେଥିପାଇଁ ଉଭୟ ସକାରାତ୍ମକ ଓ ନକାରାତ୍ମକ ପରିସ୍ଥିତିକୁ ସେମାନେ ଭଗବାନଙ୍କର ଇଚ୍ଛା ଭାବେ ସହର୍ଷ ଗ୍ରହଣ କରନ୍ତି ଏବଂ ଉଭୟରେ ସମଭାବାପନ୍ନ ରହନ୍ତି ।

ଭଗବାନଙ୍କ ପ୍ରତି ଭକ୍ତମାନଙ୍କର ଏହି ଶ୍ରଦ୍ଧା ସେମାନଙ୍କ ବାଣୀରେ ମଧ୍ୟ ପ୍ରକାଶ ପାଇଥାଏ । ସ୍ୱୟଂ ଭଗବାନଙ୍କର ଯଶଗାନ କରିବା ସହିତ ସେମାନେ ଅନ୍ୟ ଭକ୍ତମାନଙ୍କ ଗହଣରେ ତାଙ୍କର ନାମ, ରୂପ, ଲୀଳା, ଧାମ ଓ ସନ୍ଥ ମାନଙ୍କ ବିଷୟରେ ଆଲୋଚନା କରି ପରମ ଆନନ୍ଦ ଅନୁଭବ କରନ୍ତି । ଏହିପରି ଭାବରେ ସେମାନେ କୀର୍ତ୍ତନ କରି ଏବଂ ଭଗବାନଙ୍କର ଯଶ ଶ୍ରବଣ କରି, ନିଜେ ଆନନ୍ଦ ଆସ୍ୱାଦନ କରନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ତାହାର ଆସ୍ୱାଦନ କରାଇ ଥାଆନ୍ତି । ଅନ୍ୟମାନଙ୍କୁ ଦିବ୍ୟ ଭଗବଦୀୟ ଜ୍ଞାନରେ ଉଦ୍‌ବୁଦ୍ଧ କରାଇ(ବୋଧୟନ୍ତି), ସେମାନେ ପରସ୍ପରର ଆଧ୍ୟାତ୍ମିକ ପ୍ରଗତିରେ ସହାୟକ ହୋଇଥାଆନ୍ତି । ଭଗବାନଙ୍କ ଯଶକୀର୍ତ୍ତିର ଆଲୋଚନା କରି ଏବଂ କୀର୍ତ୍ତନ କରି ସେମାନେ ଅତ୍ୟନ୍ତ ସନ୍ତୋଷ (ତୁଷ୍ୟନ୍ତି) ଏବଂ ଆନନ୍ଦ (ରମନ୍ତି) ଅନୁଭବ କରିଥାଆନ୍ତି । ଏହିପରି ଭାବରେ, ସେମାନେ ଭଗବାନଙ୍କ ଉପାସନା ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ମାଧ୍ୟମରେ କରିଥାଆନ୍ତି । ଏହାକୁ ତ୍ରିଧା ଭକ୍ତି କୁହାଯାଏ, ଯାହାର ଅନ୍ତର୍ଭୁକ୍ତ ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ଅଟେ । ଏହାର ବର୍ଣ୍ଣନା ୯/୧୪ ଶ୍ଲୋକର ଭାଷ୍ୟରେ କରାଯାଇଛି ।

ଭକ୍ତମାନେ କିପରି ତାଙ୍କର ଉପାସନା କରନ୍ତି ତାହା ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତା’ର ପ୍ରତିଫଳ ଭଗବାନ କିପରି ଭାବରେ ଦିଅନ୍ତି, ତାହା ବର୍ଣ୍ଣନା କରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
10. ବିଭୂତି ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency