ଅନେକବକ୍ତ୍ର ନୟନମନେକାଦ୍ଭୁତଦର୍ଶନମ୍ ।
ଅନେକଦିବ୍ୟାଭରଣଂ ଦିବ୍ୟାନେକୋଦ୍ୟତାୟୁଧମ୍ ।।୧୦।।
ଦିବ୍ୟମାଲ୍ୟାମ୍ବରଧରଂ ଦିବ୍ୟଗନ୍ଧାନୁଲେପନମ୍ ।
ସର୍ବାଶ୍ଚର୍ଯ୍ୟମୟଂ ଦେବମନନ୍ତଂ ବିଶ୍ୱତୋମୁଖମ୍ ।।୧୧।।
ଅନେକ- ଅନେକ; ବକ୍ତ୍ର - ମୁଖ; ନୟନଂ - ଚକ୍ଷୁ; ଅନେକ - ଅନେକ; ଅଦ୍ଭୁତ - ଆଶ୍ଚର୍ଯ୍ୟଜନକ; ଦର୍ଶନମ୍- ଦୃଶ୍ୟ; ଅନେକ - ଅନେକ; ଦିବ୍ୟ - ଦିବ୍ୟ; ଆଭରଣଂ - ଅଳଙ୍କାର; ଦିବ୍ୟ - ଦିବ୍ୟ; ଅନେକ - ଅନେକ; ଉଦ୍ୟତ - ଉତ୍ତୋଳିତ; ଆୟୁଧମ୍ - ଅସ୍ତ୍ର; ଦିବ୍ୟ - ଦିବ୍ୟ; ମାଲ୍ୟ- ମାଳା; ଅମ୍ବର ଧରଂ - ପୋଷାକଦ୍ୱାରା ଆଚ୍ଛାଦିତ; ଦିବ୍ୟ- ଦିବ୍ୟ; ଗନ୍ଧ - ସୁଗନ୍ଧ; ଅନୁଲେପନଂ - ଲେପ୍ୟ; ସର୍ବ- ସମସ୍ତ; ଆଶ୍ଚର୍ଯ୍ୟମୟଂ - ଆଶ୍ଚର୍ଯ୍ୟଜନକ; ଦେବଂ - ଈଶ୍ୱର; ଅନନ୍ତଂ - ଅନନ୍ତ; ବିଶ୍ୱତଃ -ସବୁ ଦିଗରେ;ମୁଖମ୍ -ମୁଖ ।
BG 11.10-11: ଅର୍ଜୁନ ସେହି ବିଶ୍ୱରୂପରେ, ଅସଂଖ୍ୟ ମୁଖ ଓ ଚକ୍ଷୁ ଦେଖିବାକୁ ପାଇଲେ । ସେମାନେ ଦିବ୍ୟ ଆଭୂଷଣରେ ସୁସଜ୍ଜିତ ଥିଲେ ତଥା ଅନେକ ପ୍ରକାର ଦିବ୍ୟ ଅସ୍ତ୍ର ଧାରଣ କରିଥିଲେ । ତାଙ୍କ ବକ୍ଷରେ ଅନେକ ପ୍ରକାରର ମାଳ ଶୋଭା ପାଉଥିଲା ଏବଂ ଶରୀର ଅନେକ ପ୍ରକାର ସୁବାସିତ ଦିବ୍ୟ ସୁଗନ୍ଧରେ ଲେପିତ ହୋଇଥିଲା । ନିଜକୁ ସେ ଅଦ୍ଭୁତ, ଅନନ୍ତ ପରମେଶ୍ୱର ରୂପରେ ପ୍ରକଟ କରିଥିଲେ, ଯାହାର ମୁଖ ସବୁ ଦିଗରେ ଥିଲା ।
ସଞ୍ଜୟ, ଅନେକ ଓ ଅନନ୍ତ ଶବ୍ଦର ବ୍ୟବହାର କରି, ଶ୍ରୀକୃଷ୍ଣଙ୍କର ଦିବ୍ୟ ବ୍ୟାପକ ବିଶ୍ୱରୂପର ବର୍ଣ୍ଣନା କରିଛନ୍ତି । ସମସ୍ତ ସୃଷ୍ଟି ଭଗବାନଙ୍କ ବିଶ୍ୱରୂପର ଶରୀର ଅଟେ, ତେଣୁ ଏଥିରେ ଅସଂଖ୍ୟ ମୁଖ, ଚକ୍ଷୁ, ପାଟି, ଆକାର, ରଙ୍ଗ ଏବଂ ରୂପ ରହିଛି । ମନୁଷ୍ୟର ବୁଦ୍ଧି ସମୟ, ସ୍ଥାନ ଓ ଆକୃତିର ସୀମିତ ପରିଧି ମଧ୍ୟରେ କୌଣସି ବସ୍ତୁକୁ ବୁଝିବାରେ ଅଭ୍ୟସ୍ତ ଅଟେ । ଭଗବାନଙ୍କ ବିଶ୍ୱରୂପର ଅସ୍ୱାଭାବିକ ଚମତ୍କାରିତା ଏବଂ ଅଲୌକିକତା ସ୍ଥାନ ଓ ସୀମା ଅତିକ୍ରମ କରି ସବୁଦିଗରେ ପ୍ରକାଶିତ ହେଉଥିଲା । ତେଣୁ ଏହାକୁ ଯଥାର୍ଥରେ ବିସ୍ମୟକର କୁହାଯାଇ ପାରେ ।
ଅନେକବକ୍ତ୍ର ନୟନମନେକାଦ୍ଭୁତଦର୍ଶନମ୍ ।
ଅନେକଦିବ୍ୟାଭରଣଂ ଦିବ୍ୟାନେକୋଦ୍ୟତାୟୁଧମ୍ ।।୧୦।।
ଦିବ୍ୟମାଲ୍ୟାମ୍ବରଧରଂ ଦିବ୍ୟଗନ୍ଧାନୁଲେପନମ୍ ।
ସର୍ବାଶ୍ଚର୍ଯ୍ୟମୟଂ ଦେବମନନ୍ତଂ ବିଶ୍ୱତୋମୁଖମ୍ ।।୧୧।।
ଅର୍ଜୁନ ସେହି ବିଶ୍ୱରୂପରେ, ଅସଂଖ୍ୟ ମୁଖ ଓ ଚକ୍ଷୁ ଦେଖିବାକୁ ପାଇଲେ । ସେମାନେ ଦିବ୍ୟ ଆଭୂଷଣରେ ସୁସଜ୍ଜିତ ଥିଲେ ତଥା ଅନେକ ପ୍ରକାର ଦିବ୍ୟ ଅସ୍ତ୍ର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ