ତତଃ ସ ବିସ୍ମୟାବିଷ୍ଟୋ ହୃଷ୍ଟରୋମା ଧନଞ୍ଜୟଃ ।
ପ୍ରଣମ୍ୟ ଶିରସା ଦେବଂ କୃତାଞ୍ଜଳିରଭାଷତ ।।୧୪।।
ତତଃ - ତାପରେ; ସ - ସେ; ବିସ୍ମୟାବିଷ୍ଟଃ - ଅତ୍ୟାଶ୍ଚର୍ଯ୍ୟ ହୋଇ; ହୃଷ୍ଟ- ରୋମା - ରୋମାଞ୍ଚିତ ହୋଇ; ଧନଞ୍ଜୟଃ - ଅର୍ଜୁନ; ପ୍ରଣମ୍ୟ - ପ୍ରଣାମ କରି; ଶିରସା - ନତମସ୍ତକ ହୋଇ; ଦେବଂ - ପରମପୁରୁଷ ଭଗବାନଙ୍କୁ; କୃତାଞ୍ଜଳିଃ - ଯୋଡ଼ହସ୍ତ ହୋଇ; ଅଭାଷତ- କହିବାକୁ ଲାଗିଲେ ।
BG 11.14: ଅର୍ଜୁନ ଅତ୍ୟନ୍ତ ବିସ୍ମୟାଭୂତ ହୋଇ ଉଠିଲେ ଏବଂ ତାଙ୍କର ରୋମାଞ୍ଚ ଜାତ ହୋଇଗଲା । ସେ ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହୋଇ କୃତାଞ୍ଜଳି ପୁଟରେ ତାଙ୍କର ସ୍ତୁତି କରିବାରେ ଲାଗିଲେ ।
ସେହି ବିସ୍ମୟକାରୀ ଦୃଶ୍ୟ ଦେଖି ଅର୍ଜୁନ ବିସ୍ମିତ ହେବା ସହିତ ଗଭୀର ଭକ୍ତିରେ ଉଦ୍ବୁଦ୍ଧ ହୋଇଉଠିଲେ । ଏହା ତାଙ୍କ ହୃଦୟରେ ଭକ୍ତିର ସ୍ୱର ସଂଚାର କରି ଆନନ୍ଦର ଆବେଗ ଉତ୍ପନ୍ନ କଲା । ଭକ୍ତି ଭାବର ଏହି ଉଲ୍ଲାସ ବେଳେ ବେଳେ ଶାରିରୀକ ଲକ୍ଷଣ ରୂପରେ ପ୍ରକାଶିତ ହୋଇଥାଏ । ଭକ୍ତି ଶାସ୍ତ୍ରମାନଙ୍କରେ ଏହିପରି ଆଠଗୋଟି ଲକ୍ଷଣ ବର୍ଣ୍ଣନା କରାଯାଇଛି । ଏହାକୁ ଅଷ୍ଟ ସାତ୍ତ୍ୱିକ ଭାବ କୁହାଯାଏ । ଭକ୍ତର ହୃଦୟ ଯେତେବେଳେ ଭକ୍ତିରେ ଉଲ୍ଲସିତ ହୋଇଯାଏ, ସେତେବେଳେ ପ୍ରାୟତଃ ଏହି ସବୁ ଲକ୍ଷଣ ଦେଖାଯାଇଥାଏ ।
ସ୍ତମ୍ଭ ସ୍ୱେଦୋଽଥ ରୋମାଞ୍ଚଃ ସ୍ୱରଭେଦୋଽଥ ବେପଥୁଃ ।
ବୈବର୍ଣ୍ଣ୍ୟମଶ୍ରୁ ପ୍ରଳୟ ଇତ୍ୟଷ୍ଟୌ ସାତ୍ତିକାଃ ସ୍ମୃତାଃ । । (ଭକ୍ତି ରସାମୃତ ସିନ୍ଧୁ)
“ସ୍ତମ୍ଭୀଭୂତ ହୋଇଯିବା, ଅତ୍ୟଧିକ ସ୍ୱେଦ ନିର୍ଗତ ହେବା, ରୋମାଞ୍ôଚତ ହେବା, କଣ୍ଠରୁଦ୍ଧ ହେବା, ଶିହରଣ ସୃଷ୍ଟି ହେବା, ଚେହେରା ଶେତା ପଡ଼ିଯିବା, ଅଶ୍ରୁ ଜାତ ହେବା, ଏବଂ ମୂର୍ଚ୍ଛିତ ହୋଇଯିବା -ଏହିସବୁ ଶାରୀରିକ ଲକ୍ଷଣ ମାଧ୍ୟମରେ ହୃଦୟର ଗଭୀର ପ୍ରେମ ବେଳେବେଳେ ପ୍ରକାଶିତ ହୋଇଥାଏ ।” ଅର୍ଜୁନଙ୍କର ରୋମମୂଳ ଟାଙ୍କୁରି ଉଠିବା ସହିତ, ସେ ଏହା ସବୁ ଅନୁଭବ କରିଥିଲେ । ଭକ୍ତିରେ ନତମସ୍ତକ ହୋଇ ସେ କର ଯୋଡ଼ି ଯାହା ସ୍ତୁତି କରିଥିଲେ, ତାହାର ବର୍ଣ୍ଣନା ପରବର୍ତ୍ତୀ ସାତଗୋଟି ଶ୍ଲୋକରେ କରାଯାଇଛି ।
ତତଃ ସ ବିସ୍ମୟାବିଷ୍ଟୋ ହୃଷ୍ଟରୋମା ଧନଞ୍ଜୟଃ ।
ପ୍ରଣମ୍ୟ ଶିରସା ଦେବଂ କୃତାଞ୍ଜଳିରଭାଷତ ।।୧୪।।
ଅର୍ଜୁନ ଅତ୍ୟନ୍ତ ବିସ୍ମୟାଭୂତ ହୋଇ ଉଠିଲେ ଏବଂ ତାଙ୍କର ରୋମାଞ୍ଚ ଜାତ ହୋଇଗଲା । ସେ ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହୋଇ କୃତାଞ୍ଜଳି ପୁଟରେ ତାଙ୍କର ସ୍ତୁତି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ