ଅର୍ଜୁନ ଉବାଚ
ପଶ୍ୟାମି ଦେବାଂସ୍ତବ ଦେବ ଦେହେ
ସର୍ବାଂସ୍ତଥା ଭୂତବିଶେଷସଂଘାନ୍ ।
ବ୍ରହ୍ମାଣମୀଶଂ କମଳାସନସ୍ଥ
ମୃଷୀଂଶ୍ଚ ସର୍ବାନୁରଗାଂଶ୍ଚ ଦିବ୍ୟାନ୍ ।।୧୫।।
ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ପଶ୍ୟାମି - ମୁଁ ଦେଖୁଛି; ଦେବାନ୍ - ସମସ୍ତ ଦେବତା; ତବ - ଆପଣଙ୍କର ; ଦେବ- ହେ ଭଗବାନ; ଦେହେ - ଶରୀରରେ; ସର୍ବାନ୍ - ସମସ୍ତ; ତଥା - ତଥା; ଭୂତ - ଜୀବଗଣ; ବିଶେଷ ସଂଘାନ୍ - ବିଶେଷ କରି ଏକତ୍ରିତ; ବ୍ରହ୍ମାଣମ୍ - ଶ୍ରୀ ବ୍ରହ୍ମାଜୀ; ଈଶଂ - ଶ୍ରୀ ଶିବଜୀ; କମଳ-ଆସନସ୍ଥମ୍ - ପଦ୍ମ ପୁଷ୍ପ ଉପରେ ବସି; ଋଷୀନ୍ - ମହର୍ଷିଗଣ; ଚ - ଏବଂ; ସର୍ବାନ୍ - ସମସ୍ତ; ଉରଗାନ୍ -ସର୍ପଗଣ; ଚ- ଏବଂ; ଦିବ୍ୟାନ୍ - ଦିବ୍ୟ ।
BG 11.15: ଅର୍ଜୁନ କହିଲେ, ହେ ଶ୍ରୀକୃଷ୍ଣ! ମୁଁ ଆପଣଙ୍କ ଶରୀର ମଧ୍ୟରେ ସମସ୍ତ ଦେବତା ତଥା ଅସଂଖ୍ୟ ପ୍ରକାରର ପ୍ରାଣୀଙ୍କୁ ଦେଖିପାରୁଛି । ମୁଁ ପଦ୍ମଫୁଲ ଉପରେ ବସିଥିବା ବ୍ରହ୍ମାଙ୍କୁ, ଶିବଙ୍କୁ, ସମସ୍ତ ମୁନିଋଷି ତଥା ସ୍ୱର୍ଗୀୟ ସର୍ପମାନଙ୍କୁ ମଧ୍ୟ ଦେଖିପାରୁଛି ।
ଅର୍ଜୁନ ବିସ୍ମୟାଭିଭୂତ ହୋଇ କହିଲେ ଯେ ସେ ତ୍ରିଲୋକର ସମସ୍ତ ପ୍ରାଣୀ ଏବଂ ସ୍ୱର୍ଗଲୋକର ଦେବତାଗଣଙ୍କୁ ସେ ଦେଖିପାରୁଛନ୍ତି । କମଳାସନସ୍ଥମ୍ ଶବ୍ଦ ବ୍ରହ୍ମାଙ୍କୁ ବୁଝାଏ, ଯିଏ ବିଶ୍ୱର ପଦ୍ମ ଚକ୍ରରେ ଉପବେଶନ କରିଥାଆନ୍ତି । ଭଗବାନ ଶିବ, ବିଶ୍ୱାମିତ୍ର ଆଦି ଋଷିଗଣ ଏବଂ ବାସୁକି ଆଦି ସର୍ପଗଣ ସେହି ବିଶ୍ୱରୂପ ମଧ୍ୟରେ ଦୃଶ୍ୟମାନ ହେଉଥିଲେ ।
ଅର୍ଜୁନ ଉବାଚ
ପଶ୍ୟାମି ଦେବାଂସ୍ତବ ଦେବ ଦେହେ
ସର୍ବାଂସ୍ତଥା ଭୂତବିଶେଷସଂଘାନ୍ ।
ବ୍ରହ୍ମାଣମୀଶଂ କମଳାସନସ୍ଥ
ମୃଷୀଂଶ୍ଚ ସର୍ବାନୁରଗାଂଶ୍ଚ ଦିବ୍ୟାନ୍ ।।୧୫।।
ଅର୍ଜୁନ କହିଲେ, ହେ ଶ୍ରୀକୃଷ୍ଣ! ମୁଁ ଆପଣଙ୍କ ଶରୀର ମଧ୍ୟରେ ସମସ୍ତ ଦେବତା ତଥା ଅସଂଖ୍ୟ ପ୍ରକାରର ପ୍ରାଣୀଙ୍କୁ ଦେଖିପାରୁଛି । ମୁଁ ପଦ୍ମଫୁଲ ଉପରେ ବସିଥିବା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ