ଅନାଦିମଧ୍ୟାନ୍ତମନନ୍ତବୀର୍ଯ୍ୟ-
ମନନ୍ତବାହୁଂ ଶଶିସୂର୍ଯ୍ୟ ନେତ୍ରମ୍ ।
ପଶ୍ୟାମି ତ୍ୱାଂ ଦୀପ୍ତହୁତାଶବକ୍ତ୍ରଂ
ସ୍ୱତେଜସା ବିଶ୍ୱମିଦଂ ତପନ୍ତମ୍ ।।୧୯।।
ଅନାଦି - ଅନାଦି (ଯାହାର ମୂଳ ନାହିଁ); ମଧ୍ୟ - ଯାହାର ମଧ୍ୟ ନାହିଁ; ଅନ୍ତଂ - ଯାହାର ଅନ୍ତ ନାହିଁ; ଅନନ୍ତ - ଅନନ୍ତ; ବୀର୍ଯ୍ୟଂ -ଶକ୍ତି ; ଅନନ୍ତ - ଅନନ୍ତ; ବାହୁଂ-ବାହୁ; ଶଶି-ଚନ୍ଦ୍ର; ସୂର୍ଯ୍ୟ-ସୂର୍ଯ୍ୟ; ନେତ୍ରମ୍ - ଚକ୍ଷୁ; ପଶ୍ୟାମି -ମୁଁ ଦେଖୁଛି; ତ୍ୱାଂ - ଆପଣଙ୍କୁ; ଦୀପ୍ତ -ତେଜୀୟାନ୍; ହୁତାଶ-ବକ୍ତ୍ରଂ - ଆପଣଙ୍କ ମୁଖରୁ ଅଗ୍ନି ବାହାରୁଛି; ସ୍ୱତେଜସା- ଆପଣଙ୍କ ତେଜଦ୍ୱାରା; ବିଶ୍ୱଂ - ଏହି; ବ୍ରହ୍ମାଣ୍ଡ; ଇଦଂ - ଏହି; ତପନ୍ତମ୍ - ତପ୍ତ କରୁଛନ୍ତି ।
BG 11.19: ଆପଣଙ୍କର ଆରମ୍ଭ, ମଧ୍ୟ ବା ଶେଷ ନାହିଁ; ଆପଣଙ୍କ ଶକ୍ତିର ସୀମା ନାହିଁ । ଆପଣଙ୍କର ବାହୁ ଅନ୍ତହୀନ, ସୂର୍ଯ୍ୟ ଓ ଚନ୍ଦ୍ର ଆପଣଙ୍କ ଚକ୍ଷୁ ସଦୃଶ, ଅଗ୍ନି ଆପଣଙ୍କ ମୁହଁ ପରି । ଆପଣଙ୍କ ତେଜରେ ଆପଣ ସମଗ୍ର ସୃଷ୍ଟିକୁ ତପ୍ତ କରୁଥିବା ମୁଁ ଦେଖିପାରୁଛି ।
ଷୋଡ଼ଶ ଶ୍ଲୋକରେ, ଅର୍ଜୁନ କହିଥିଲେ ଯେ ଭଗବାନଙ୍କ ସ୍ୱରୂପର ଆଦ୍ୟ, ମଧ୍ୟ ବା ଅନ୍ତ ନାହିଁ । ବର୍ତ୍ତମାନ ଅତ୍ୟଧିକ ଭାବପ୍ରବଣ ହୋଇ, ସେ ମାତ୍ର ତିନୋଟି ଶ୍ଲୋକର ବ୍ୟବଧାନରେ ତାହାର ପୁନରାବୃତ୍ତି କରୁଛନ୍ତି । ଉତ୍କଣ୍ଠାବଶତଃ କୌଣସି ବାକ୍ୟକୁ ଯଦି ଦୋହରାଯାଏ, ତେବେ ତାହାକୁ ବିସ୍ମୟର ପରିପ୍ରକାଶ ଭାବରେ ଗ୍ରହଣ କରାଯାଇଥାଏ, ସାହିତ୍ୟିକ ତ୍ରୁଟି ଭାବରେ ବିଚାର କରାଯାଏ ନାହିଁ । ଉଦାହରଣ ସ୍ୱରୂପ, ଗୋଟିଏ ସାପ ଦେଖି ଆମେ ଚିତ୍କାର କରିଥାଉ, “ସାପ....ସାପ....ସାପ!” ସେହିପରି ବିସ୍ମୟାଭିଭୂତ ହୋଇ ଅର୍ଜୁନ ତାଙ୍କ ବାକ୍ୟର ପୁନରାବୃତ୍ତି କରିଛନ୍ତି ।
ବାସ୍ତବରେ ଭଗବାନଙ୍କର ଆଦି ବା ଅନ୍ତ ନାହିଁ । କାରଣ ସ୍ଥାନ, କାଳ ଓ କାରଣ ସବୁକିଛି ତାଙ୍କ ମଧ୍ୟରେ ସମାହିତ । ତେଣୁ ତାଙ୍କର ସ୍ଥିତି ସେହି ସବୁ ପରିମାପର ସୀମା ବାହାରେ । ତାଙ୍କୁ ସ୍ଥାନ, କାଳ ଓ କାରଣ ଦ୍ୱାରା ସୀମାବଦ୍ଧ କରାଯାଇ ପାରିବ ନାହିଁ । ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରକାଗଣ ତାଙ୍କଠାରୁ ଶକ୍ତି ଗ୍ରହଣ କରିଥାନ୍ତି । ଅତଏବ, ସେମାନଙ୍କ ମାଧ୍ୟମରେ ସେ ହିଁ ବିଶ୍ୱକୁ ତାପ ପ୍ରଦାନ କରିଥାଆନ୍ତି ।
ଅନାଦିମଧ୍ୟାନ୍ତମନନ୍ତବୀର୍ଯ୍ୟ-
ମନନ୍ତବାହୁଂ ଶଶିସୂର୍ଯ୍ୟ ନେତ୍ରମ୍ ।
ପଶ୍ୟାମି ତ୍ୱାଂ ଦୀପ୍ତହୁତାଶବକ୍ତ୍ରଂ
ସ୍ୱତେଜସା ବିଶ୍ୱମିଦଂ ତପନ୍ତମ୍ ।।୧୯।।
ଆପଣଙ୍କର ଆରମ୍ଭ, ମଧ୍ୟ ବା ଶେଷ ନାହିଁ; ଆପଣଙ୍କ ଶକ୍ତିର ସୀମା ନାହିଁ । ଆପଣଙ୍କର ବାହୁ ଅନ୍ତହୀନ, ସୂର୍ଯ୍ୟ ଓ ଚନ୍ଦ୍ର ଆପଣଙ୍କ ଚକ୍ଷୁ ସଦୃଶ, …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ