ଦ୍ୟାବାପୃଥିବ୍ୟୋରିଦମନ୍ତରଂ ହି
ବ୍ୟାପ୍ତଂ ତ୍ୱୟୈକେନ ଦିଶଶ୍ଚ ସର୍ବାଃ ।
ଦୃଷ୍ଟ୍ୱାଦ୍ଭୂତଂ ରୂପମୁଗ୍ରଂ ତବେଦଂ
ଲୋକତ୍ରୟଂ ପ୍ରବ୍ୟଥିତଂ ମହାତ୍ମନ୍ ।।୨୦।।
ଦ୍ୟୌ ଆ ପୃଥିବ୍ୟୋଃ - ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ; ଇଦଂ - ଏହି; ଅନ୍ତରଂ - ମଧ୍ୟବର୍ତ୍ତୀ ସ୍ଥାନ; ହି- ନିଶ୍ଚିତଭାବରେ; ବ୍ୟାପ୍ତଂ - ପରିବ୍ୟାପ୍ତ; ତ୍ୱୟା-ଆପଣଙ୍କ ଦ୍ୱାରା; ଏକେନ - ଏକମାତ୍ର; ଦିଶଃ - ଦିଗ ସମୂହ; ଚ- ଏବଂ; ସର୍ବାଃ - ସମସ୍ତ; ଦୃଷ୍ଟ୍ୱା- ଦେଖି; ଅଦ୍ଭୁତଂ - ଅଦ୍ଭୁତ; ରୂପଂ -ରୂପ; ଉଗ୍ରଂ -ଭୟଙ୍କର; ତବ - ଆପଣଙ୍କର; ଇଦଂ - ଏହି; ଲୋକ -ଲୋକ ; ତ୍ରୟଂ -ତିନି; ପ୍ରବ୍ୟଥିତଂ- ଥରିବା; ମହାତ୍ମନ୍ - ହେ ମହାତ୍ମା ।
BG 11.20: ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଥିବା ଆକାଶ ତଥା ସମସ୍ତ ଦିଗରେ ଏକମାତ୍ର ଆପଣ ବ୍ୟାପ୍ତ ରହିଛନ୍ତି । ହେ ପରମ ପୁରୁଷ! ଆପଣଙ୍କର ଅଦ୍ଭୁତ ଓ ଭୟଙ୍କର ରୂପ ଦେଖି, ତିନିଲୋକ ଭୟରେ କମ୍ପିତ ହେଉଥିବା ମୁଁ ଦେଖିପାରୁଛି ।
ଅର୍ଜୁନ କହୁଛନ୍ତି, “ହେ ସର୍ବବ୍ୟାପୀ ପ୍ରଭୁ! ଆପଣ ଦଶ ଦିଗରେ, ସମ୍ପୂର୍ଣ୍ଣ ପୃଥିବୀ, ଉପରିସ୍ଥ ଆକାଶ ଏବଂ ତାଙ୍କ ମଧ୍ୟରେ ଥିବା ସମସ୍ତ ସ୍ଥାନରେ ବ୍ୟାପ୍ତ ରହିଛନ୍ତି । ସମସ୍ତ ପ୍ରାଣୀଜଗତ ଆପଣଙ୍କ ଭୟରେ ପ୍ରକମ୍ପିତ ।” କିନ୍ତୁ ତ୍ରିଲୋକରେ ସମସ୍ତେ ତାଙ୍କର ବିଶ୍ୱରୂପକୁ ନ ଦେଖି ଭୟରେ ଥରୁଛନ୍ତି କିପରି? ଅର୍ଜୁନ କହିବାକୁ ଚାହୁଁଛନ୍ତି ଯେ ଭଗବାନଙ୍କର ନିୟମକୁ ଡ଼ରି ସମସ୍ତେ କାର୍ଯ୍ୟରତ ରହିଛନ୍ତି । ତାଙ୍କର ଅନୁଶାସନ ଶୃଙ୍ଖଳିତ ଏବଂ ସମସ୍ତେ ତାକୁ ମାନିବାକୁ ବାଧ୍ୟ ଅଟନ୍ତି ।
କରମ ପ୍ରଧାନ ବିଶ୍ୱ କରି ରାଖା, ଜୋ ଜସ କରଇ ସୋ ତସ ଫଲ ଚାଖା (ରାମାୟଣ)
“କର୍ମର ନିୟମ ଅନୁସାରେ ସଂସାର କାର୍ଯ୍ୟ କରିଥାଏ । ଆମେ ଯାହା କର୍ମ କରିବା, ସେ ସବୁର ଫଳ ଆମେ ପାଇବା ।” କର୍ମ ନିୟମ ପରି, ସୃଷ୍ଟିର ଅସଂଖ୍ୟ ନିୟମ ରହିଛି । ପ୍ରକୃତିର ଭୌତିକ ନିୟମ ସବୁକୁ ଆବିଷ୍କାର କରି ତଥା ସିଦ୍ଧାନ୍ତ ପ୍ରଣୟନ କରି ଅନେକ ବୈଜ୍ଞାନିକ ଜୀବିକା ଅର୍ଜନ କରୁଛନ୍ତି, କିନ୍ତୁ ସେମାନେ ନିୟମ ତିଆରି କରି ପାରିବେ ନାହିଁ । ସର୍ବୋଚ୍ଚ ନିୟାମକ ଭଗବାନ ଅଟନ୍ତି ଏବଂ ଅନ୍ୟ ସମସ୍ତେ ତାଙ୍କ ନିୟମର ଅଧୀନରେ ରହି କାର୍ଯ୍ୟ କରନ୍ତି ।
ଦ୍ୟାବାପୃଥିବ୍ୟୋରିଦମନ୍ତରଂ ହି
ବ୍ୟାପ୍ତଂ ତ୍ୱୟୈକେନ ଦିଶଶ୍ଚ ସର୍ବାଃ ।
ଦୃଷ୍ଟ୍ୱାଦ୍ଭୂତଂ ରୂପମୁଗ୍ରଂ ତବେଦଂ
ଲୋକତ୍ରୟଂ ପ୍ରବ୍ୟଥିତଂ ମହାତ୍ମନ୍ ।।୨୦।।
ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଥିବା ଆକାଶ ତଥା ସମସ୍ତ ଦିଗରେ ଏକମାତ୍ର ଆପଣ ବ୍ୟାପ୍ତ ରହିଛନ୍ତି । ହେ ପରମ ପୁରୁଷ! ଆପଣଙ୍କର ଅଦ୍ଭୁତ ଓ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ