ରୁଦ୍ରାଦିତ୍ୟା ବସବୋ ଯେ ଚ ସାଧ୍ୟା
ବିଶ୍ୱେଽଶ୍ୱିନୌ ମରୁତଶ୍ଚୋଷ୍ମପାଶ୍ଚ ।
ଗନ୍ଧର୍ବଯକ୍ଷାସୁରସିଦ୍ଧସଂଘା
ବୀକ୍ଷନ୍ତେ ତ୍ୱାଂ ବିସ୍ମିତାଶ୍ଚୈବ ସର୍ବେ । ।।୨୨।।
ରୁଦ୍ର - ଭଗବାନ ଶିବଙ୍କର ଏକ ରୂପ; ଆଦିତ୍ୟଃ - ଆଦିତ୍ୟଗଣ; ବସବଃ - ବସୁଗଣ; ଯେ - ଏମାନେ; ଚ - ଏବଂ; ସାଧ୍ୟାଃ - ସାଧ୍ୟଗଣ; ବିଶ୍ୱେ - ବିଶ୍ୱଦେବଗଣ; ଅଶ୍ୱିନୌ - ଅଶ୍ୱିନୀ କୁମାରଦ୍ୱୟ; ମରୁତଃ - ମରୁତଗଣ; ଚ - ଏବଂ; ଉଷ୍ମପାଃ - ପିତୃପୁରୁଷଗଣ; ଚ- ଏବଂ ଗନ୍ଧର୍ବ - ଗନ୍ଧର୍ବଗଣ; ଯକ୍ଷ -ଯକ୍ଷଗଣ; ଅସୁର- ଅସୁରଗଣ; ସିଦ୍ଧ ସଂଘାଃ - ସିଦ୍ଧଗଣ; ବୀକ୍ଷନ୍ତେ - ଦେଖୁଛନ୍ତି; ତ୍ୱାଂ - ଆପଣଙ୍କୁ, ବିସ୍ମିତାଃ - ଆଶ୍ଚର୍ଯ୍ୟହୋଇ; ଚ - ଏବଂ; ଏବ - ନିଶ୍ଚିତରୂପେ; ସର୍ବେ - ସମସ୍ତେ ।
BG 11.22: ରୁଦ୍ରଗଣ, ଆଦିତ୍ୟଗଣ, ବସୁଗଣ, ସଧ୍ୟାଗଣ, ବିଶ୍ୱଦେବଗଣ, ଅଶ୍ୱିନି କୁମାର ଦ୍ୱୟ, ମରୁତଗଣ, ପୂର୍ବଜଗଣ, ଗର୍ଦ୍ଧବଗଣ, ଯକ୍ଷଗଣ, ଅସୁରଗଣ ଏବଂ ସିଦ୍ଧଗଣ ସମସ୍ତେ ବିସ୍ମିତ ହୋଇ ଆପଣଙ୍କର ଅବଲୋକନ କରୁଛନ୍ତି ।
ଏହି ସବୁ ବ୍ୟକ୍ତିତ୍ୱ ସେମାନଙ୍କର ପଦବୀ ଭଗବାନଙ୍କ ଶକ୍ତିଦ୍ୱାରା ପ୍ରାପ୍ତ କରିଥାନ୍ତି ଏବଂ ସୃଷ୍ଟିର ନିୟମ ଅନୁସାରେ ମର୍ଯ୍ୟାଦାର ସହିତ ତାଙ୍କର କାର୍ଯ୍ୟ ନିର୍ବାହ କରିଥାନ୍ତି । ସୁତରାଂ, ସେମାନେ ସମସ୍ତେ ମଧ୍ୟ ଭଗବାନଙ୍କର ବିଶ୍ୱରୂପକୁ ବିସ୍ମିତ ହୋଇ ଅବଲୋକନ କରୁଛନ୍ତି ।
ରୁଦ୍ରାଦିତ୍ୟା ବସବୋ ଯେ ଚ ସାଧ୍ୟା
ବିଶ୍ୱେଽଶ୍ୱିନୌ ମରୁତଶ୍ଚୋଷ୍ମପାଶ୍ଚ ।
ଗନ୍ଧର୍ବଯକ୍ଷାସୁରସିଦ୍ଧସଂଘା
ବୀକ୍ଷନ୍ତେ ତ୍ୱାଂ ବିସ୍ମିତାଶ୍ଚୈବ ସର୍ବେ । ।।୨୨।।
ରୁଦ୍ରଗଣ, ଆଦିତ୍ୟଗଣ, ବସୁଗଣ, ସଧ୍ୟାଗଣ, ବିଶ୍ୱଦେବଗଣ, ଅଶ୍ୱିନି କୁମାର ଦ୍ୱୟ, ମରୁତଗଣ, ପୂର୍ବଜଗଣ, ଗର୍ଦ୍ଧବଗଣ, ଯକ୍ଷଗଣ, ଅସୁରଗଣ ଏବଂ ସିଦ୍ଧଗଣ ସମସ୍ତେ ବିସ୍ମିତ ହୋଇ ଆପଣଙ୍କର ଅବଲୋକନ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ