ଦଂଷ୍ଟ୍ରାକରାଳାନି ଚ ତେ ମୁଖାନି
ଦୃଷ୍ଟ୍ୱୈବ କାଳାନଳସନ୍ନିଭାନି ।
ଦିଶୋ ନ ଜାନେ ନ ଲଭେ ଚ ଶର୍ମ
ପ୍ରସୀଦ ଦେବେଶ ଜଗନ୍ନିବାସ । ।।୨୫।।
ଦଂଷ୍ଟ୍ରା- ଦାନ୍ତ; କରାଳାନି - ଭୟଙ୍କର; ଚ - ଏବଂ; ତେ -ଆପଣଙ୍କର; ମୁଖାନି - ମୁଖସବୁ; ଦୃଷ୍ଟ୍ୱା - ଦେଖି; ଏବ- ନିଶ୍ଚିତରୂପେ; କାଳାନଳ - ପ୍ରଳୟ ଅଗ୍ନି; ସନ୍ନିଭାନି - ସଦୃଶ; ଦିଶଃ - ଦିଗସବୁ; ନ ଜାନେ - ଜାଣେ ନାହିଁ; ନ ଲଭେ - ଲାଭ କରିପାରେ ନାହିଁ; ଚ ଶର୍ମ - ଏବଂ ଶାନ୍ତି; ପ୍ରସୀଦ - ସନ୍ତୁଷ୍ଟ ହୁଅନ୍ତି; ଦେବେଶ - ହେ ଦେବତା ମାନଙ୍କର ଈଶ; ଜଗତ୍-ନିବାସ- ଜଗତର ଆଶ୍ରୟସ୍ଥଳ ।
BG 11.25: ପ୍ରଳୟ କାଳର ଦାବାନଳ ସଦୃଶ, ଆପଣଙ୍କର ଭୟଙ୍କର ଦନ୍ତପଂକ୍ତିଯୁକ୍ତ ମୁହଁକୁ ଦେଖି, ମୁଁ କେଉଁଠି ଅଛି ତାହା ଭୁଲିଯାଉଛି ଏବଂ କେଉଁଠିକି ଯିବି ତାହା ବି ଜାଣିପାରୁନି । ହେ ଈଶ୍ୱରଙ୍କ ଈଶ୍ୱର, ଆପଣ ବିଶ୍ୱର ଆଶ୍ରୟ ଅଟନ୍ତି; ଦୟାକରି ମୋତେ କୃପା କରନ୍ତୁ ।
ଅର୍ଜୁନ ଯେଉଁ ବିଶ୍ୱରୂପର ଦର୍ଶନ କରୁଛନ୍ତି, ତାହା ଭଗବାନଙ୍କର ଅନ୍ୟ ଏକ ସ୍ୱରୂପ ଅଟେ ଏବଂ ତାହା ତାଙ୍କଠାରୁ ପୃଥକ ନୁହେଁ । ତଥାପି ସେହି ଦୃଶ୍ୟ, ପୂର୍ବରୁ ଅର୍ଜୁନଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ସାଖ୍ୟଭାବର ରସକୁ ଶୁଷ୍କ କରିଦେଲା ଏବଂ ତାଙ୍କ ମନରେ ଭୟ ଉଦ୍ରେକ କଲା । ଭଗବାନଙ୍କର ଅନେକ ବିସ୍ମୟରେ ଭରା ଆଶ୍ଚର୍ଯ୍ୟଜନକ ଭାବେ ଭୟଙ୍କର ରୂପକୁ ଦେଖି, ଅର୍ଜୁନ ବର୍ତ୍ତମାନ ଭୟଭୀତ ହୋଇପଡ଼ିଛନ୍ତି ଏବଂ ଏପରି ମନେ କରୁଛନ୍ତି ଯେ ଶ୍ରୀକୃଷ୍ଣ ତାଙ୍କ ପ୍ରତି କ୍ରୋଧିତ ଅଟନ୍ତି । ତେଣୁ ସେ ତାଙ୍କର କୃପାଭିକ୍ଷା କରୁଛନ୍ତି ।
ଦଂଷ୍ଟ୍ରାକରାଳାନି ଚ ତେ ମୁଖାନି
ଦୃଷ୍ଟ୍ୱୈବ କାଳାନଳସନ୍ନିଭାନି ।
ଦିଶୋ ନ ଜାନେ ନ ଲଭେ ଚ ଶର୍ମ
ପ୍ରସୀଦ ଦେବେଶ ଜଗନ୍ନିବାସ । ।।୨୫।।
ପ୍ରଳୟ କାଳର ଦାବାନଳ ସଦୃଶ, ଆପଣଙ୍କର ଭୟଙ୍କର ଦନ୍ତପଂକ୍ତିଯୁକ୍ତ ମୁହଁକୁ ଦେଖି, ମୁଁ କେଉଁଠି ଅଛି ତାହା ଭୁଲିଯାଉଛି ଏବଂ କେଉଁଠିକି ଯିବି ତାହା ବି ଜାଣିପାରୁନି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ