ଯଥା ନଦୀନାଂ ବହବୋଽମ୍ବୁବେଗାଃ
ସମୁଦ୍ରମେବାଭିମୁଖା ଦ୍ରବନ୍ତି ।
ତଥା ତବାମୀ ନରଲୋକବୀରା
ବିଶନ୍ତି ବକ୍ତ୍ରାଣ୍ୟଭିବିଜ୍ୱଳନ୍ତି ।।୨୮।।
ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା
ବିଶନ୍ତି ନାଶାୟ ସମୃଦ୍ଧବେଗାଃ ।
ତଥୈବ ନାଶାୟ ବିଶନ୍ତି ଲୋକା-
ସ୍ତବାପି ବକ୍ତ୍ରାଣି ସମୃଦ୍ଧବେଗାଃ ।।୨୯।।
ଯଥା - ଯେପରି, ନଦୀନାଂ - ନଦୀମାନେ; ବହବଃ - ଅନେକ; ଅମ୍ବୁ-ବେଗାଃ - ଜଳ-ତରଙ୍ଗ; ସମୁଦ୍ରମ୍ - ସମୁଦ୍ର; ଏବ - ନିଶ୍ଚିତଭାବେ; ଅଭିମୁଖାଃ - ଅଭିମୁଖରେ; ଦ୍ରବନ୍ତି - ପ୍ରବାହିତ ହେଉଛନ୍ତି; ତଥା - ସେହିପରି; ତବ-ଆପଣଙ୍କର; ଅମୀ - ଏହିସବୁ; ନରଲୋକବୀରା - ମନୁଷ୍ୟ ଲୋକର ରାଜା; ବିଶନ୍ତି - ପ୍ରବେଶ କରୁଛନ୍ତି; ବକ୍ତ୍ରାଣି - ମୁଖ ମଧ୍ୟକୁ; ଅଭିବିଜ୍ୱଳନ୍ତି - ପ୍ରଜ୍ୱଳିତ; ଯଥା-ଯେପରି; ପ୍ରଦୀପ୍ତଂ - ପ୍ରଦୀପ୍ତ; ଜ୍ୱଳନଂ- ଅଗ୍ନି; ପତଙ୍ଗା - ପତଙ୍ଗମାନେ; ବିଶନ୍ତି -ପ୍ରବେଶ କରନ୍ତି; ନାଶାୟ - ବିନାଶ ହେବାକୁ; ସମୃଦ୍ଧ-ପୂର୍ଣ୍ଣ; ବେଗାଃ - ବେଗ; ତଥା ଏବ - ସେହିପରି; ନାଶାୟ - ବିନାଶ ହେବାକୁ; ବିଶନ୍ତି - ପ୍ରବେଶ କରନ୍ତି; ଲୋକାଃ - ଲୋକମାନେ; ତବ- ଆପଣଙ୍କର; ଅପି -ମଧ୍ୟ; ବକ୍ତ୍ରାଣି - ମୁଖମଧ୍ୟରେ; ସମୃଦ୍ଧବେଗାଃ - ପୂର୍ଣ୍ଣ ବେଗରେ ।
BG 11.28-29: ନଦୀର ତରଙ୍ଗମାନେ କ୍ଷୀପ୍ର ଗତିରେ ସାଗର ଅଭିମୁଖେ ପ୍ରବାହିତ ହେଲା ପରି, ଏହି ସମସ୍ତ ବିଖ୍ୟାତ ଯୋଦ୍ଧାଗଣ ଆପଣଙ୍କ ଜ୍ୱଳନ୍ତ ମୁଖ ମଧ୍ୟକୁ ପ୍ରବେଶ କରୁଛନ୍ତି । ଯେପରି ପତଙ୍ଗମାନେ ତୀବ୍ରଗତିରେ ଅଗ୍ନି ମଧ୍ୟକୁ ଝାସ ଦେଇ ମୃତ୍ୟୁବରଣ କରନ୍ତି, ସେହିପରି ଏହି ସୈନ୍ୟବାହିନୀ ଆପଣଙ୍କ ମୁଖ ମଧ୍ୟକୁ ତୀବ୍ର ଗତିରେ ପ୍ରବେଶ କରୁଛନ୍ତି ।
ଅନେକ ବିଖ୍ୟାତ ରାଜା ଏବଂ ଯୋଦ୍ଧାଗଣ, ତାଙ୍କର କର୍ତ୍ତବ୍ୟ ଦୃଷ୍ଟିରୁ ଦୁଇ ପକ୍ଷରୁ ଯୁଦ୍ଧ କରି, ରଣକ୍ଷେତ୍ରରେ ତାଙ୍କର ପ୍ରାଣତ୍ୟାଗ କରିଥିଲେ । ଅର୍ଜୁନ ଏହାକୁ, ନଦୀର ତରଙ୍ଗ ସବୁ ସ୍ୱେଚ୍ଛାପୂର୍ବକ ସାଗରରେ ମିଶିବା ସହିତ ତୁଳନା କରିଛନ୍ତି । ଏପରି ଅନେକ ବ୍ୟକ୍ତି ମଧ୍ୟ ଥିଲେ ଯେଉଁମାନେ ଲୋଭ ଓ ନିଜ ସ୍ୱାର୍ଥ ଦୃଷ୍ଟିରୁ ଯୁଦ୍ଧ କରୁଥିଲେ । ଅର୍ଜୁନ ଏହାକୁ ଅଜ୍ଞାନତା ବଶତଃ ପତଙ୍ଗମାନେ ଦାହକ ଅଗ୍ନି ପ୍ରତି ଆକୃଷ୍ଟ ହେବା ସହିତ ତୁଳନା କରୁଛନ୍ତି । କିନ୍ତୁ ଉଭୟ କ୍ଷେତ୍ରରେ ସେମାନେ ତାଙ୍କର ଆସନ୍ନ ମୃତ୍ୟୁ ଦିଗରେ ଧାବମାନ ହେଉଛନ୍ତି ।
ଯଥା ନଦୀନାଂ ବହବୋଽମ୍ବୁବେଗାଃ
ସମୁଦ୍ରମେବାଭିମୁଖା ଦ୍ରବନ୍ତି ।
ତଥା ତବାମୀ ନରଲୋକବୀରା
ବିଶନ୍ତି ବକ୍ତ୍ରାଣ୍ୟଭିବିଜ୍ୱଳନ୍ତି ।।୨୮।।
ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା
ବିଶନ୍ତି ନାଶାୟ ସମୃଦ୍ଧବେଗାଃ ।
ତଥୈବ ନାଶାୟ ବିଶନ୍ତି ଲୋକା-
ସ୍ତବାପି ବକ୍ତ୍ରାଣି ସମୃଦ୍ଧବେଗାଃ ।।୨୯।।
ନଦୀର ତରଙ୍ଗମାନେ କ୍ଷୀପ୍ର ଗତିରେ ସାଗର ଅଭିମୁଖେ ପ୍ରବାହିତ ହେଲା ପରି, ଏହି ସମସ୍ତ ବିଖ୍ୟାତ ଯୋଦ୍ଧାଗଣ ଆପଣଙ୍କ ଜ୍ୱଳନ୍ତ ମୁଖ ମଧ୍ୟକୁ ପ୍ରବେଶ କରୁଛନ୍ତି । …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ