ଆଖ୍ୟାହି ମେ କୋ ଭବାନୁଗ୍ରରୂପୋ
ନମୋଽସ୍ତୁ ତେ ଦେବବର ପ୍ରସୀଦ ।
ବିଜ୍ଞାତୁମିଚ୍ଛାମି ଭବନ୍ତମାଦ୍ୟଂ
ନ ହି ପ୍ରଜାନାମି ତବ ପ୍ରବୃତ୍ତିମ୍ ।।୩୧।।
ଆଖ୍ୟାହି - ଦୟାକରି କୁହନ୍ତୁ; ମେ - ମୋତେ; କଃ- କିଏ; ଭବାନ୍ - ଆପଣ; ଉଗ୍ରରୂପଃ - ଭୟଙ୍କର ରୂପ; ନମଃ ଅସ୍ତୁ - ମୁଁ ପ୍ରଣାମ କରୁଛି; ତେ -ଆପଣଙ୍କୁ; ଦେବବର- ଦେବତାମାନଙ୍କ ମଧ୍ୟରେ ପ୍ରଧାନ; ପ୍ରସୀଦ - ଦୟା କରନ୍ତୁ; ବିଜ୍ଞାତୁମ୍ - ଜାଣିବାକୁ; ଇଚ୍ଛାମି - ମୁଁ ଇଚ୍ଛା କରେ; ଭବନ୍ତମ୍ - ଆପଣଙ୍କୁ; ଆଦ୍ୟଂ - ଆଦି; ନ-ନୁହେଁ; ହି - ନିଶ୍ଚିତଭାବେ; ପ୍ରଜାନାମି - ବୁଝିପାରିବି; ତବ - ଆପଣଙ୍କର; ପ୍ରବୃତ୍ତିମ୍ - ଉଦ୍ଦେଶ୍ୟ ।
BG 11.31: ହେ ଭୟଙ୍କର ରୂପଧାରୀ! ଆପଣ କିଏ ମୋତେ କୁହନ୍ତୁ । ହେ ଦେବଦେବ! ମୁଁ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେଉଛି, ଦୟାକରି ମୋତେ ଆପଣଙ୍କର କୃପା ପ୍ରଦାନ କରନ୍ତୁ । ଆପଣ, ଯିଏ ସମସ୍ତ ସୃଷ୍ଟିର ପୂର୍ବରୁ ବିଦ୍ୟମାନ ଥିଲେ, ମୁଁ ଜାଣିବାକୁ ଚାହୁଁଛି ଆପଣ କିଏ, କାରଣ ଆପଣଙ୍କର ସ୍ୱଭାବ ଏବଂ କାର୍ଯ୍ୟକଳାପକୁ ମୁଁ ଆକଳନ କରି ପାରୁନାହିଁ ।
ପୂର୍ବରୁ ଅର୍ଜୁନ ଭଗବାନର ବିଶ୍ୱରୂପ ଦେଖିବାକୁ ଅନୁରୋଧ କରିଥିଲେ । ଯେତେବେଳେ ଶ୍ରୀକୃଷ୍ଣ ତାହା ପ୍ରଦର୍ଶନ କଲେ, ଅର୍ଜୁନ ଚକିତ ଓ ଅଶାନ୍ତ ହୋଇ ପଡ଼ିଲେ । ଏକ ସମ୍ପୂର୍ଣ୍ଣ ଅବିଶ୍ୱାସନୀୟ ବ୍ରହ୍ମାଣ୍ଡୀୟ ଚମତ୍କାର ଦେଖିବା ପରେ, ସେ ବର୍ତ୍ତମାନ ଶ୍ରୀକୃଷ୍ଣଙ୍କର ପ୍ରକୃତ ସ୍ୱଭାବ ଓ ଉଦ୍ଦେଶ୍ୟ ଜାଣିବାକୁ ଚାହୁଁଛନ୍ତି । ଏଣୁ ସେ ଏହି ପ୍ରଶ୍ନ କରୁଛନ୍ତି, “ଆପଣ କିଏ ଏବଂ ଆପଣଙ୍କର ଉଦ୍ଦେଶ୍ୟ କ’ଣ?
ଆଖ୍ୟାହି ମେ କୋ ଭବାନୁଗ୍ରରୂପୋ
ନମୋଽସ୍ତୁ ତେ ଦେବବର ପ୍ରସୀଦ ।
ବିଜ୍ଞାତୁମିଚ୍ଛାମି ଭବନ୍ତମାଦ୍ୟଂ
ନ ହି ପ୍ରଜାନାମି ତବ ପ୍ରବୃତ୍ତିମ୍ ।।୩୧।।
ହେ ଭୟଙ୍କର ରୂପଧାରୀ! ଆପଣ କିଏ ମୋତେ କୁହନ୍ତୁ । ହେ ଦେବଦେବ! ମୁଁ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେଉଛି, ଦୟାକରି ମୋତେ ଆପଣଙ୍କର କୃପା ପ୍ରଦାନ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ