କସ୍ମାଚ୍ଚ ତେ ନ ନମେରନ୍ମହାତ୍ମନ୍
ଗରୀୟସେ ବ୍ରହ୍ମଣୋଽପ୍ୟାଦିକର୍ତ୍ରେ ।
ଅନନ୍ତ ଦେବେଶ ଜଗନ୍ନିବାସ
ତ୍ୱମକ୍ଷରଂ ସଦସତ୍ତତ୍ପରଂ ଯତ୍ । ।।୩୭।।
କସ୍ମାତ୍ - କାହିଁକି; ଚ- ଏବଂ; ତେ - ଆପଣଙ୍କୁ; ନ ନମେରନ୍ - ପ୍ରଣାମ ନ କରିବେ; ମହାତ୍ମନ୍ - ହେ ମହାତ୍ମା; ଗରୀୟସେ - ଆପଣ ଗରୀୟାନ୍; ବ୍ରହ୍ମଣଃ - ବ୍ରହ୍ମାଙ୍କଠାରୁ; ଅପି - ମଧ୍ୟ: ଆଦି-କର୍ତ୍ରେ - ପରମ ସ୍ରଷ୍ଟା; ଅନନ୍ତ - ଅନନ୍ତ; ଦେବେଶ - ଦେବତାମାନଙ୍କର ଈଶ୍ୱର; ଜଗତ୍-ନିବାସ - ଜଗତର ଆଶ୍ରୟ; ତ୍ୱଂ - ଆପଣ; ଅକ୍ଷରଂ - ଅକ୍ଷର (ଅକ୍ଷୟ); ସତ୍-ଅସତ୍ -ପ୍ରକଟ ଏବଂ ଅପ୍ରକଟ; ତତ୍ପରଂ - ଦିବ୍ୟ (ସବୁଠାରୁୁ ଊର୍ଦ୍ଧ୍ୱରେ); ଯତ୍ - ଯାହା ।
BG 11.37: ହେ ପରମପୁରୁଷ! ଆପଣ ଯଦି ବ୍ରହ୍ମାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି, ସେମାନେ ଆପଣଙ୍କୁ ପ୍ରଣାମ କରିବେ ନାହିଁ କାହିଁକି? ହେ ଅନନ୍ତ! ସମସ୍ତ ଦେବତାମାନଙ୍କର ପ୍ରଭୁ! ହେ ସଂସାରର ଆଶ୍ରୟ! ଆପଣ ବ୍ୟକ୍ତ ଓ ଅବ୍ୟକ୍ତର ଊର୍ଦ୍ଧ୍ୱରେ ସ୍ଥିତ ଅବିନଶ୍ୱର ସତ୍ୟ ଅଟନ୍ତି ।
ପୂର୍ବ ଶ୍ଲୋକରେ ବର୍ଣ୍ଣନା କରାଯାଇଥିବା ବ୍ୟବହାର କାହିଁକି ଯୁକ୍ତିଯୁକ୍ତ, ତା’ର ଯଥାର୍ଥତା ଦର୍ଶାଇ ଅର୍ଜୁନ କସ୍ମାଚ୍ଚ ତେନ, ଅର୍ଥାତ୍ ‘ସେମାନେ କାହିଁକି ନ କରିବେ’ କହୁଛନ୍ତି । କାହିଁକି ସମସ୍ତ ପ୍ରାଣୀ, ପରମେଶ୍ୱରଙ୍କ ପ୍ରଣାମ କରିବେ ନାହିଁ, ଯେତେବେଳେ କି ସମସ୍ତ ସୃଷ୍ଟି ତାଙ୍କଠାରୁ ଉତ୍ପତ୍ତି, ତାଙ୍କ ଦ୍ୱାରା ପାଳିତ ଏବଂ ସମସ୍ତେ ତାଙ୍କଠାରେ ଲୀନ ହେବେ? ସୃଷ୍ଟିରେ ପ୍ରକାଶିତ ସମସ୍ତ ବସ୍ତୁ ସେ ହିଁ ଅଟନ୍ତି କାରଣ ଏହା ତାଙ୍କର ହିଁ ଶକ୍ତି ଅଟେ । ଯାହା ଅବ୍ୟକ୍ତ ଅଛି ତାହା ବି ସେ ଅଟନ୍ତି, କାରଣ ଏହା ତାଙ୍କର ଅବ୍ୟକ୍ତ ଶକ୍ତି ଅଟେ । ତଥାପି ସେ ବ୍ୟକ୍ତ ଓ ଅବ୍ୟକ୍ତ ଠାରୁ ଊର୍ଦ୍ଧ୍ୱରେ, କାରଣ ସେ ସର୍ବଶକ୍ତିମାନ, ଅର୍ଥାତ୍ ସମସ୍ତ ଶକ୍ତିର ଉତ୍ସ ଏବଂ ସର୍ବୋଚ୍ଚ ଅଧ୍ୟକ୍ଷ ଅଟନ୍ତି । ସୁତରାଂ, ମାୟାଶକ୍ତି ବା ଜୀବ କେହି ମଧ୍ୟ ତାଙ୍କର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିପାରିବେ ନାହିଁ, ଯାହା ଉଭୟଙ୍କର ଅନୁଭବାତୀତ ଅଟେ ।
ଅର୍ଜୁନ ସ୍ପଷ୍ଟରୂପେ କହିଛନ୍ତି ଯେ, ଶ୍ରୀକୃଷ୍ଣ ଦ୍ୱିତୀୟ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ବ୍ରହ୍ମା ସୃଷ୍ଟିରେ ସର୍ବବରିଷ୍ଠ ଅଟନ୍ତି । ସୃଷ୍ଟିର ସବୁ ଜୀବ ବ୍ରହ୍ମାଙ୍କର ସନ୍ତାନ ସନ୍ତତି ଅଟନ୍ତି କିମ୍ବା ତାଙ୍କ ସନ୍ତାନଙ୍କର ବଂଶଧର ଅଟନ୍ତି । ଶ୍ରୀକୃଷ୍ଣଙ୍କର ହିଁ ସ୍ୱରୂପ, ବିଷ୍ଣୁଙ୍କର ନାଭିରୁ ଉତ୍ପନ୍ନ ହୋଇଥିବା ପଦ୍ମରୁ ବ୍ରହ୍ମା ଜାତ ହୋଇଥିଲେ । ସଂସାରର ସର୍ବବରିଷ୍ଠ ପିତାମହ ଭାବେ ବ୍ରହ୍ମା ପରିଗଣିତ ହେଉଥିବା ବେଳେ, ଶ୍ରୀକୃଷ୍ଣ ବ୍ରହ୍ମାଙ୍କର ପିତାମହ ଅଟନ୍ତି । ସୁତରାଂ, ଏହା ଯୁକ୍ତିଯୁକ୍ତ ଯେ ବ୍ରହ୍ମା ତାଙ୍କୁ ପ୍ରଣତି ଜଣାଇବା ଉଚିତ ।
କସ୍ମାଚ୍ଚ ତେ ନ ନମେରନ୍ମହାତ୍ମନ୍
ଗରୀୟସେ ବ୍ରହ୍ମଣୋଽପ୍ୟାଦିକର୍ତ୍ରେ ।
ଅନନ୍ତ ଦେବେଶ ଜଗନ୍ନିବାସ
ତ୍ୱମକ୍ଷରଂ ସଦସତ୍ତତ୍ପରଂ ଯତ୍ । ।।୩୭।।
ହେ ପରମପୁରୁଷ! ଆପଣ ଯଦି ବ୍ରହ୍ମାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି, ସେମାନେ ଆପଣଙ୍କୁ ପ୍ରଣାମ କରିବେ ନାହିଁ କାହିଁକି? ହେ ଅନନ୍ତ! ସମସ୍ତ ଦେବତାମାନଙ୍କର ପ୍ରଭୁ! ହେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ