ବାୟୁର୍ଯମୋଽଗ୍ନିର୍ବରୁଣଃ ଶଶାଙ୍କଃ
ପ୍ରଜାପତିସ୍ତ୍ୱଂ ପ୍ରପିତାମହଶ୍ଚ ।
ନମୋ ନମସ୍ତେଽସ୍ତୁ ସହସ୍ରକୃତ୍ୱଃ
ପୁନଶ୍ଚ ଭୂୟୋଽପି ନମୋ ନମସ୍ତେ ।।୩୯।।
ବାୟୁଃ-ବାୟୁ ଦେବତା; ଯମଃ-ମୃତ୍ୟୁ ଦେବତା; ଅଗ୍ନିଃ- ଅଗ୍ନି ଦେବତା; ବରୁଣଃ- ଜଳ ଦେବତା; ଶଶାଙ୍କଃ-ଚନ୍ଦ୍ର; ପ୍ରଜାପତିଃ- ବ୍ରହ୍ମା; ତ୍ୱଂ -ଆପଣ; ପ୍ରପିତାମହଃ- ପ୍ରପିତାମହ, ଚ-ଏବଂ; ନମଃ- ନମସ୍କାର; ନମଃ ତେ- ଆପଣଙ୍କୁ ନମସ୍କାର; ଅସ୍ତୁ- ହେଉ; ସହସ୍ର କୃତ୍ୱଃ- ସହସ୍ରବାର; ପୁନଃ ଚ- ପୁନର୍ବାର; ଭୂୟଃ- ଆଉଥରେ, ଅପି- ମଧ୍ୟ; ନମଃ- ମୋର ପ୍ରଣାମ ଜଣାଉଛି; ନମଃ ତେ- ଆପଣଙ୍କୁ ମୋର ପ୍ରଣାମ ଜଣାଉଛି ।
BG 11.39: ଆପଣ ବାୟୁ, ଯମରାଜ, ଅଗ୍ନି, ବରୁଣ ଏବଂ ଚନ୍ଦ୍ର ଅଟନ୍ତି । ଆପଣ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ସମସ୍ତ ପ୍ରାଣୀଙ୍କ ପ୍ରପିତାମହ ଅଟନ୍ତି । ମୁଁ ଆପଣଙ୍କୁ ସହସ୍ରବାର ପ୍ରଣାମ ଜଣାଉଛି ଏବଂ ଅନେକ ଥର ପୁଣି ପ୍ରଣାମ କରୁଛି ।
ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରଗାଢ଼ ଭକ୍ତିରେ, ଅର୍ଜୁନ ତାଙ୍କୁ ସହସ୍ର-କୃତ୍ୱଃ ବା ସହସ୍ରବାର ପ୍ରଣାମ ଜଣାଉଛନ୍ତି । ଭାରତରେ ଦୀପାବଳି ଉତ୍ସବ ପାଳନ ସମୟରେ, ଅନେକ ଆକୃତିର ମିଠାଇ ପ୍ରସ୍ତୁତ କରାଯାଇଥାଏ- ହାତୀ, ଘୋଡ଼ା, ପୁରୁଷ, ସ୍ତ୍ରୀ, କୁକୁର ଇତ୍ୟାଦି । କିନ୍ତୁ ସେହି ସବୁର ଉପାଦାନ ସାମଗ୍ରୀ ଚିନି ହିଁ ଅଟେ । ସେହିପରି ସ୍ୱର୍ଗର ଦେବତାମାନଙ୍କର ବିଶେଷ ବ୍ୟକ୍ତିତ୍ୱ ଥାଏ ଏବଂ ସଂସାର ପରିଚାଳନାରେ ସେମାନଙ୍କର ନିର୍ଦ୍ଦିଷ୍ଟ ଦାୟୀତ୍ୱ ରହିଥାଏ । କିନ୍ତୁ ସେହି ଜଣେ ଭଗବାନ ସେମାନଙ୍କ ମଧ୍ୟରେ ନିବାସ କରି, ସେମାନଙ୍କ ଶକ୍ତିର ପରିପ୍ରକାଶ କରିଥାଆନ୍ତି ।
ଅନ୍ୟ ଗୋଟିଏ ଉଦାହରଣ ବିଚାର କରନ୍ତୁ । ଅନେକ ପ୍ରକାରର ଅଳଙ୍କାର ସୁନାରୁ ତିଆରି ହୋଇଥାଏ । ସେ ସବୁର ପୃଥକ୍ ପରିଚୟ ରହିଛି, ତଥାପି ସେ ସବୁ ସୁନା ଅଟେ । ଯେମିତି ସୁନା ଅଳଙ୍କାର ନୁହେଁ, କିନ୍ତୁ ସବୁ ଅଳଙ୍କାର ସୁନା ଅଟନ୍ତି, ସେହିପରି ଭଗବାନ ସମସ୍ତ ଦେବତା ଅଟନ୍ତି କିନ୍ତୁ ଦେବତାମାନେ ଭଗବାନ ନୁହନ୍ତି । ତେଣୁ ଏହି ଶ୍ଳୋକରେ ଅର୍ଜୁନ କହୁଛନ୍ତି ଯେ ଶ୍ରୀକୃଷ୍ଣ ବାୟୁ, ଯମରାଜ, ଅଗ୍ନି, ବରୁଣ, ଚନ୍ଦ୍ର ଏବଂ ବ୍ରହ୍ମା ମଧ୍ୟ ଅଟନ୍ତି ।
ବାୟୁର୍ଯମୋଽଗ୍ନିର୍ବରୁଣଃ ଶଶାଙ୍କଃ
ପ୍ରଜାପତିସ୍ତ୍ୱଂ ପ୍ରପିତାମହଶ୍ଚ ।
ନମୋ ନମସ୍ତେଽସ୍ତୁ ସହସ୍ରକୃତ୍ୱଃ
ପୁନଶ୍ଚ ଭୂୟୋଽପି ନମୋ ନମସ୍ତେ ।।୩୯।।
ଆପଣ ବାୟୁ, ଯମରାଜ, ଅଗ୍ନି, ବରୁଣ ଏବଂ ଚନ୍ଦ୍ର ଅଟନ୍ତି । ଆପଣ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ସମସ୍ତ ପ୍ରାଣୀଙ୍କ ପ୍ରପିତାମହ ଅଟନ୍ତି । ମୁଁ ଆପଣଙ୍କୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ