କିରୀଟିନଂ ଗଦିନଂ ଚକ୍ରହସ୍ତ-
ମିଚ୍ଛାମି ତ୍ୱାଂ ଦ୍ରଷ୍ଟୁମହଂ ତଥୈବ ।
ତେନୈବ ରୂପେଣ ଚତୁର୍ଭୁଜେନ
ସହସ୍ରବାହୋ ଭବ ବିଶ୍ୱମୁର୍ତେ ।।୪୬।।
କିରୀଟିନଂ- ମୁକୁଟ ଧାରଣ କରି; ଗଦିନଂ-ଗଦା ସହ; ଚକ୍ରହସ୍ତମ୍-ଚକ୍ର ହସ୍ତରେ; ଇଚ୍ଛାମି- ମୁଁ ଇଚ୍ଛା କରେ; ତ୍ୱାଂ-ଆପଣଙ୍କୁ; ଦ୍ରଷ୍ଟୁମ୍- ଦେଖିବାକୁ; ଅହଂ-ମୁଁ; ତଥା ଏବ- ସେହି ଅବସ୍ଥାରେ; ତେନ ଏବ-ସେହି; ରୂପେଣ- ରୂପରେ; ଚତୁର୍ଭୁଜେନ-ଚତୁର୍ଭୁଜ; ସହସ୍ରବାହୋ-ହେ ସହସ୍ର ବାହୁ !; ଭବ-ହୁଅନ୍ତୁ; ବିଶ୍ୱମୂର୍ତେ-ହେ ବିଶ୍ୱମୂର୍ତ୍ତି ।
BG 11.46: ହେ ସହସ୍ର ବାହୁ ! ଯଦିଓ ଆପଣ ସମଗ୍ର ସୃଷ୍ଟିର ମୂର୍ତ୍ତିମାନ ସ୍ୱରୂପ ଅଟନ୍ତି, ମୁଁ ଆପଣଙ୍କୁ ହସ୍ତରେ ଗଦା, ଚକ୍ର ସହ ମସ୍ତକରେ ମୁକୁଟ ଧାରଣ କରି ଚତୁର୍ଭୁଜ ରୂପରେ ଦର୍ଶନ କରିବାକୁ ଇଚ୍ଛା କରୁଛି ।
ଅନ୍ୟମାନେ ସହଜରେ ଦେଖି ପାରୁ ନ ଥିବା ବିଶ୍ୱରୂପକୁ, ବିଶେଷ କୃପାର ନିଦର୍ଶନ ସ୍ୱରୂପ, ଅର୍ଜୁନଙ୍କୁ ଦେଖିବାକୁ ମିଳିଥିଲା । ଅର୍ଜୁନ ଅନୁଭବ କରିପାରିଲେ ଯେ, ଶ୍ରୀକୃଷ୍ଣ ତାଙ୍କ ସଖା ବ୍ୟତୀତ ଅନେକ ଅଧିକ ଅଟନ୍ତି । ତାଙ୍କ ଦିବ୍ୟ ବ୍ୟକ୍ତିତ୍ୱରେ ଅନନ୍ତ ବ୍ରହ୍ମାଣ୍ଡ ସମାହିତ । ତଥାପି ସେ ସର୍ବଶକ୍ତିମାନ ଭଗବାନଙ୍କର ଅସୀମ ଐଶ୍ୱର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ତାଙ୍କର ଐଶ୍ୱର୍ଯ୍ୟ ଭକ୍ତି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ବରଂ ସେ ପରମେଶ୍ୱରଙ୍କର ମନୁଷ୍ୟ ରୂପ ଦେଖିବାକୁ ଚାହୁଁଛନ୍ତି, ଯଦ୍ୱାରା ପୂର୍ବବତ୍ ସେ ତାଙ୍କୁ ନିଜର ସଖା ମନେକରି ପାରିବେ । ଅର୍ଜୁନ ତାଙ୍କୁ ସହସ୍ର-ବାହୁ ସମ୍ବୋଧନ କରି, ବିଶେଷ ଭାବରେ ଚତୁୁର୍ଭୁଜ ରୂପ ଦେଖାଇବାକୁ ଅନୁରୋଧ କରୁଛନ୍ତି ।
ଅନ୍ୟ ଏକ ସମୟରେ ମଧ୍ୟ ଶ୍ରୀକୃଷ୍ଣ ଚତୁର୍ଭୁଜ ରୂପରେ ଅର୍ଜୁନଙ୍କ ସମ୍ମୁଖରେ ପ୍ରକଟ ହୋଇଛନ୍ତି । ଅର୍ଜୁନ ଯେତେବେଳେ ଦ୍ରୌପଦୀଙ୍କ ପଞ୍ଚପୁତ୍ରଙ୍କର ହତ୍ୟାକାରୀ, ଅଶ୍ୱତ୍ଥମାଙ୍କୁ ବାନ୍ଧି ତାଙ୍କ ସମ୍ମୁଖକୁ ଆଣିଥିଲେ, ସେତେବେଳେ ଶ୍ରୀକୃଷ୍ଣ ଚତୁର୍ଭୁଜ ରୂପରେ ପ୍ରକଟ ହୋଇଥିଲେ ।
ନିଶମ୍ୟ ଭୀମ-ଗଦିତଂ ଦ୍ରୌପଦ୍ୟାଶ୍ଚ ଚତୁର୍ଭୁଜଃ
ଆଲୋକ୍ୟ ବଦନଂ ସଖ୍ୟୁରିଦମ୍ ଆହ ହସନ୍ନିବ । (ଶ୍ରୀମଦ୍ ଭାଗବତମ୍ ୧.୭.୫୨)
“ଚତୁର୍ଭୁଜ ଶ୍ରୀକୃଷ୍ଣ, ଭୀମ, ଦ୍ରୌପଦୀ ଏବଂ ଅନ୍ୟମାନଙ୍କର ବକ୍ତବ୍ୟ ଶ୍ରବଣ କଲେ । ତାପରେ ସେ ତାଙ୍କ ପ୍ରିୟ ସଖା ଅର୍ଜୁନଙ୍କ ଆଡ଼କୁ ଦୃଷ୍ଟିପାତ କରି ସ୍ମିତହାସ୍ୟ କଲେ ।” ଶ୍ରୀକୃଷ୍ଣଙ୍କୁ ତାଙ୍କର ଚତୁର୍ଭୁଜ ରୂପ ପ୍ରକଟ କରିବାକୁ ଅନୁରୋଧ କରି, ଅର୍ଜୁନ ସ୍ୱୀକାର କରୁଛନ୍ତି ଯେ, ଭଗବାନଙ୍କର ଚତୁର୍ଭୁଜ ରୂପ, ଦ୍ୱିଭୁଜ ରୂପଠାରୁ ପୃଥକ ନୁହେଁ ।
କିରୀଟିନଂ ଗଦିନଂ ଚକ୍ରହସ୍ତ-
ମିଚ୍ଛାମି ତ୍ୱାଂ ଦ୍ରଷ୍ଟୁମହଂ ତଥୈବ ।
ତେନୈବ ରୂପେଣ ଚତୁର୍ଭୁଜେନ
ସହସ୍ରବାହୋ ଭବ ବିଶ୍ୱମୁର୍ତେ ।।୪୬।।
ହେ ସହସ୍ର ବାହୁ ! ଯଦିଓ ଆପଣ ସମଗ୍ର ସୃଷ୍ଟିର ମୂର୍ତ୍ତିମାନ ସ୍ୱରୂପ ଅଟନ୍ତି, ମୁଁ ଆପଣଙ୍କୁ ହସ୍ତରେ ଗଦା, ଚକ୍ର ସହ ମସ୍ତକରେ ମୁକୁଟ ଧାରଣ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ