ମା ତେ ବ୍ୟଥା ମା ଚ ବିମୂଢ଼ଭାବୋ
ଦୃଷ୍ଟ୍ୱା ରୂପଂ ଘୋରମୀଦୃଙ୍ମମେଦମ୍ ।
ବ୍ୟପେତଭୀଃ ପ୍ରୀତମନାଃ ପୁନସ୍ତ୍ୱଂ
ତଦେବ ମେ ରୂପମିଦଂ ପ୍ରପଶ୍ୟ ।।୪୯।।
ମା ତେ -ତୁମେ ହେବା ଉଚିତ୍ ନୁହେଁ; ବ୍ୟଥା- ଭୀତ;ମା- ନୁହେଁ;ଚ- ଏବଂ;ବିମୂଢ଼-ଭାବଃ- ବିବ୍ରତ ଅବସ୍ଥା; ଦୃଷ୍ଟ୍ବା- ଦେଖି; ରୂପଂ-ରୂପ; ଘୋରଂ-ଭୟଙ୍କର; ଈଦୃକ୍-ଏପରି; ମମ- ମୋର; ଇଦଂ-ଏହି; ବ୍ୟପେତଭୀଃ- ସମସ୍ତ ପ୍ରକାର ଭୟରୁ ମୁକ୍ତ ; ପ୍ରୀତମନାଃ-ସନ୍ତୁଷ୍ଟମନା; ପୁନଃ-ପୁଣି; ତ୍ୱଂ-ତୁମେ;ତତ୍ ଏବ- ସେହିପରି;ମେ-ମୋର;ରୂପଂ-ରୂପ; ଇଦଂ-ଏହି; ପ୍ରପଶ୍ୟ-ଦେଖ ।
BG 11.49: ମୋର ଏହି ଭୟଙ୍କର ରୂପ ଦେଖି ଭୟଭୀତ ହୁଅ ନାହିଁ କିମ୍ବା ବିଚଳିତ ହୁଅନାହିଁ । ନିର୍ଭୟ ହୋଇ ପ୍ରସନ୍ନ ଚିତ୍ତରେ, ପୁଣିଥରେ ମୋର ସାକାର ରୂପ ଦର୍ଶନ କର ।
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କ୍ରମାଗତ ଭାବରେ ଆଶ୍ୱାସନା ଦେଇ କହୁଛନ୍ତି ଯେ, ସେ ଭୟଭୀତ ହେବା ପରିବର୍ତ୍ତେ, ବିଶ୍ୱରୂପ ଦର୍ଶନ କରିଥିବାରୁ ନିଜକୁ ସୌଭାଗ୍ୟଶାଳୀ ମନେ କରିବା ଉଚିତ । ପୁଣି ସେ ଅର୍ଜୁନଙ୍କୁ ତାଙ୍କର ସାକାର ରୂପ ଦେଖି ଭୟ ତ୍ୟାଗ କରିବାକୁ କହୁଛନ୍ତି ।
ମା ତେ ବ୍ୟଥା ମା ଚ ବିମୂଢ଼ଭାବୋ
ଦୃଷ୍ଟ୍ୱା ରୂପଂ ଘୋରମୀଦୃଙ୍ମମେଦମ୍ ।
ବ୍ୟପେତଭୀଃ ପ୍ରୀତମନାଃ ପୁନସ୍ତ୍ୱଂ
ତଦେବ ମେ ରୂପମିଦଂ ପ୍ରପଶ୍ୟ ।।୪୯।।
ମୋର ଏହି ଭୟଙ୍କର ରୂପ ଦେଖି ଭୟଭୀତ ହୁଅ ନାହିଁ କିମ୍ବା ବିଚଳିତ ହୁଅନାହିଁ । ନିର୍ଭୟ ହୋଇ ପ୍ରସନ୍ନ ଚିତ୍ତରେ, ପୁଣିଥରେ ମୋର ସାକାର ରୂପ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ