ସଞ୍ଜୟ ଉବାଚ
ଏବମୁକ୍ତ୍ୱା ତତୋ ରାଜନ୍ମହାଯୋଗେଶ୍ୱରୋ ହରିଃ ।
ଦର୍ଶୟାମାସ ପାର୍ଥାୟ ପରମଂ ରୂପମୈଶ୍ୱରମ୍ ।।୯।।
ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ଏବଂ - ଏହିପରି; ଉକ୍ତ୍ୱା - କହି; ତତଃ - ତତ୍ପରେ; ରାଜନ୍ - ହେ ରାଜନ୍!; ମହାଯୋଗେଶ୍ୱରଃ - ପରମ ଯୋଗୀ; ହରିଃ - ଶ୍ରୀକୃଷ୍ଣ; ଦର୍ଶୟାମାସ - ଦେଖାଇଲେ; ପାର୍ଥାୟ - ଅର୍ଜୁନଙ୍କୁ; ପରମଂ - ଦିବ୍ୟ; ରୂପମ୍ - ରୂପ; ଐଶ୍ୱରମ୍ - ଐଶ୍ୱର୍ଯ୍ୟ ।
BG 11.9: ସଞ୍ଜୟ କହିଲେ, ହେ ରାଜନ୍! ଏପରି କହି ମହାଯୋଗୀଶ୍ୱର ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଐଶ୍ୱର୍ଯ୍ୟମୟ ସ୍ୱରୂପ ଅର୍ଜୁନଙ୍କୁ ଦେଖାଇଲେ ।
ଶ୍ଲୋକ ୧୧:୪ରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ‘ଯୋଗେଶ୍ୱର’ ଭାବରେ ସମ୍ବୋଧନ କରିଛନ୍ତି । ବର୍ତ୍ତମାନ ସଞ୍ଜୟ, ତା’ ସହିତ ଶ୍ରେଷ୍ଠତାସୂଚକ ‘ମହାନ’ ଶବ୍ଦ ଯୋଗ କରି, ତାଙ୍କୁ “ମହାଯୋଗୀଶ୍ୱର” ଭାବରେ ସମ୍ବୋଧନ କରୁଛନ୍ତି । ବେଦବ୍ୟାସ ସଞ୍ଜୟଙ୍କୁ ଦୂରଦୃଷ୍ଟିର ବରଦାନ ଦେଇଥିଲେ । ତେଣୁ ସେ ମଧ୍ୟ, ଅର୍ଜୁନଙ୍କ ପରି, ଭଗବାନଙ୍କ ବିଶ୍ୱରୂପର ଦର୍ଶନ କରିଥିଲେ । ପରବର୍ତ୍ତୀ ଚାରିଗୋଟି ଶ୍ଲୋକରେ, ସେ ଅର୍ଜୁନ ଦର୍ଶନ କରୁଥିବା ଦୃଶ୍ୟର ବର୍ଣ୍ଣନା ଧୃତରାଷ୍ଟ୍ରଙ୍କ ସମ୍ମୁଖରେ କରୁଛନ୍ତି । ଐଶ୍ୱର୍ଯ୍ୟ ଶବ୍ଦର ଅର୍ଥ ‘ଗରିମାମୟ’ । ଭଗବାନଙ୍କର ବିଶ୍ୱରୂପ ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶରେ ପରିପୂର୍ଣ୍ଣ, ଯାହା ଦର୍ଶକ ମନରେ ଭୟ, ବିସ୍ମୟ ଏବଂ ଭକ୍ତି ଉତ୍ପନ୍ନ କରିଥାଏ ।
ସଞ୍ଜୟ ଉବାଚ
ଏବମୁକ୍ତ୍ୱା ତତୋ ରାଜନ୍ମହାଯୋଗେଶ୍ୱରୋ ହରିଃ ।
ଦର୍ଶୟାମାସ ପାର୍ଥାୟ ପରମଂ ରୂପମୈଶ୍ୱରମ୍ ।।୯।।
ସଞ୍ଜୟ କହିଲେ, ହେ ରାଜନ୍! ଏପରି କହି ମହାଯୋଗୀଶ୍ୱର ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଐଶ୍ୱର୍ଯ୍ୟମୟ ସ୍ୱରୂପ ଅର୍ଜୁନଙ୍କୁ ଦେଖାଇଲେ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ