ମୟ୍ୟେବ ମନ ଆଧାତ୍‌ସ୍ୱ ମୟି ବୁଦ୍ଧିଂ ନିବେଶୟ ।
ନିବସିଷ୍ୟସି ମୟ୍ୟେବ ଅତ ଉର୍ଦ୍ଧ୍ୱଂ ନ ସଂଶୟଃ ।।୮।।

ମୟି -ମୋ’ଠାରେ; ଏବ -ନିଶ୍ଚିତଭାବେ; ମନଃ -ମନ; ଆଧତ୍‌ସ୍ୱ -ସ୍ଥିରକର; ମୟି -ମୋ’ଠାରେ; ବୁଦ୍ଧିଂ -ବୁଦ୍ଧି; ନିବେଶୟ - ନିବିଷ୍ଟକରି; ନିବସିଷ୍ୟସି - ସର୍ବଦା ବାସ କରିବ; ମୟି- ମୋ’ଠାରେ; ଏବ - ନିଶ୍ଚିତଭାବେ, ଅତ ଊର୍ଦ୍ଧ୍ୱଂ- ତତ୍‌ପଶ୍ଚାତ୍ , ନ - ନାହିଁ; ସଂଶୟଃ - ସନ୍ଦେହ ।

ଅନୁବାଦ

BG 12.8: ତୁମର ମନକୁ କେବଳ ମୋଠାରେ କେନ୍ଦ୍ରୀଭୂତ କର ଏବଂ ବୁଦ୍ଧି ମୋତେ ସମର୍ପଣ କର । ତଦ୍ୱାରା ତୁମେ ମୋ ସହିତ ସର୍ବଦା ବାସ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।

ଭାଷ୍ୟ

ସାକାର ସ୍ୱରୂପର ଆରାଧନା ଶ୍ରେଷ୍ଠ କହିବା ପରେ, ସେହି ଉପାସନା କିପରି କରାଯିବା ଉଚିତ୍‌, ବର୍ତ୍ତମାନ ଶ୍ରୀକୃଷ୍ଣ ତାହା ବୁଝାଇବା ଆରମ୍ଭ କରିଛନ୍ତି । ସେ ଅର୍ଜୁନଙ୍କୁ ଦୁଇଟି କାର୍ଯ୍ୟ କରିବାକୁ କହୁଛନ୍ତି - ଭଗବାନଙ୍କ ଠାରେ ମନକୁ କେନ୍ଦ୍ରିତ କରିବା ଏବଂ ବୁଦ୍ଧିକୁ ସମର୍ପଣ କରିବା । ମନର କାର୍ଯ୍ୟ ହେଲା କାମନା, ଆସକ୍ତି ଓ ଦ୍ୱେଷ ଉତ୍ପନ୍ନ କରିବା । ବୁୁଦ୍ଧିର କାର୍ଯ୍ୟ ହେଉଛି, ଚିନ୍ତା କରିବା, ବିଶ୍ଲେଷଣ କରିବା ଓ ଚୟନ କରିବା ।

ବେଦ ଶାସ୍ତ୍ର ମନର ବିଶେଷତ୍ୱ ଉପରେ ବାରମ୍ବାର ଗୁରୁତ୍ୱ ଦେଇଥାଆନ୍ତି ।

ଚେତଃ ଖଲ୍ୱସ୍ୟ ବନ୍ଧାୟ ମୁକ୍ତୟେ ଚାତ୍ମନୋ ମତମ୍ ।
ଗୁଣେଷୁ ସକ୍ତଂ ବନ୍ଧାୟ ରତଂ ବା ପୁଂସି ମୁକ୍ତୟେ । । (ଭାଗବତମ୍ ୩.୨୫.୧୫)

“ ମାୟାର ବନ୍ଧନରେ ରହିବା ଅଥବା ସେଥିରୁ ମୁକ୍ତ ହେବା, ମନ ହିଁ ନିର୍ଦ୍ଧାରଣ କରିଥାଏ । ମନ ଯଦି ସଂସାରରେ ଆସକ୍ତ, ତାହେଲେ ସେ ବନ୍ଧନଯୁକ୍ତ ରହିବ ଏବଂ ମନ ଯଦି ସଂସାର ପ୍ରତି ବୈରାଗ୍ୟଯୁକ୍ତ ହୋଇଯିବ, ତେବେ ବ୍ୟକ୍ତି ମୁକ୍ତ ହୋଇଯିବ ।

ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧ ମୋକ୍ଷୟୋଃ (ପଞ୍ଚଦଶୀ)

“ବନ୍ଧନ ଓ ମୋକ୍ଷର କାରଣ ମନ ହିଁ ଅଟେ ।” କେବଳ ଶାରୀରିକ କ୍ରିୟା ଦ୍ୱାରା ଭକ୍ତି କରିବା ଯଥେଷ୍ଟ ନୁହେଁ; ଆମେ ମନକୁ ଭଗବାନଙ୍କ ଧ୍ୟାନରେ ନିମଗ୍ନ କରିବା ଉଚିତ । ଏହାର କାରଣ, ମନର ସଂଯୋଗ ବିନା ଇନ୍ଦ୍ରିୟ କର୍ମ ମୂଲ୍ୟହୀନ ଅଟେ । ଉଦାହରଣ ସ୍ୱରୂପ, ପ୍ରବଚନ ଶୁଣୁଥିବା ସମୟରେ ଆମର ମନ ଯଦି ଅନ୍ୟତ୍ର ଚାଲିଯାଏ, ତେବେ ସେହି ସମୟରେ କ’ଣ କୁହାଗଲା ତାହା ଆମେ ଜାଣିପାରେ ନାହିଁ । ଶବ୍ଦ ସବୁ କାନରେ ପ୍ରବେଶ କରୁଥିବ, କିନ୍ତୁ ତାହା ଆମର ଧ୍ୟାନ ଆକର୍ଷିତ କରିବ ନାହିଁ । ଅତଏବ, ମନକୁ ନ ଲଗାଇ କେବଳ ଇନ୍ଦ୍ରିୟ ଦ୍ୱାରା କରାଯାଉ ଥିବା କର୍ମର ମୂଲ୍ୟ ନ ଥାଏ । ଅନ୍ୟ ପକ୍ଷରେ, ମନ ଏପରି ଏକ ଯନ୍ତ୍ର ଅଟେ, ଯେଉଁଠି ସମସ୍ତ ଇନ୍ଦ୍ରିୟ ସୂକ୍ଷ୍ମ ରୂପରେ ବାସ କରନ୍ତି । ତେଣୁ ବେଳେ ବେଳେ ଏପରି ଦେଖାଯାଏ, ଇନ୍ଦ୍ରିୟମାନେ କର୍ମ କରୁ ନ ଥିଲେ ମଧ୍ୟ, ମନ ଦୃଶ୍ୟ, ଗନ୍ଧ, ସ୍ୱାଦ, ସ୍ପର୍ଶ ଏବଂ ଶବ୍ଦର ଅନୁଭବ କରିଥାଏ । ଉଦାହରଣ ସ୍ୱରୂପ, ରାତିରେ ଶୋଇଥିବା ଅବସ୍ଥାରେ ଆମର ଇନ୍ଦ୍ରିୟମାନେ ନିଷ୍କ୍ରିୟ ଥାନ୍ତି । ତଥାପି ସ୍ୱପ୍ନରେ ଆମେ ଇନ୍ଦ୍ରିୟମାନଙ୍କର ବିଷୟକୁ ଅନୁଭବ କରିପାରେ ।ଏହା ପ୍ରମାଣିତ କରିଥାଏ ଯେ ସ୍ଥୁଳ ଇନ୍ଦ୍ରିୟମାନଙ୍କର ଅଭାବରେ ମଧ୍ୟ ମନ ଇନ୍ଦ୍ରିୟାନୁଭୂତି ସୃଷ୍ଟି କରିପାରେ । ସେଥିପାଇଁ ଆମଣ କର୍ମକୁ ଲିପିବଦ୍ଧ କରିବା ସମୟରେ, ଭଗବାନ ଆମର ମାନସିକ କର୍ମକୁ ଶାରୀରିକ କର୍ମ ଅପେକ୍ଷା ଅଧିକ ମହତ୍ତ୍ୱ ଦେଇଥାଆନ୍ତି ।

ମନଠାରୁ ବୁଦ୍ଧିର ସ୍ଥାନ ଆହୁରି ଉଚ୍ଚରେ । ବୁଦ୍ଧିକୁ ଭଗବାନଙ୍କଠାରେ ସମର୍ପିତ କରିବା ପରେ ହିଁ ଆମେ ମନକୁ ତାଙ୍କଠାରେ ସ୍ଥିର କରିପାରିବା । ସଂସାରିକ କ୍ଷେତ୍ରରେ ମଧ୍ୟ ଯେତେବେଳେ ଆମେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେଉ ଯାହା ଆମ ବୁଦ୍ଧିର ବାହାରେ, ସେତେବେଳେ ଆମେ ଜଣେ ଅଧିକ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିଙ୍କର ସହାୟତା ନେଇଥାଏ । ଉଦାହରଣ ସ୍ୱରୂପ, ଆମେ ଅସୁସ୍ଥ ହେଲେ ଜଣେ ଡ଼ାକ୍ତରଙ୍କ ପାଖକୁ ଯାଏ । ଆମର ଚିକିତ୍ସା ବିଜ୍ଞାନ ସମ୍ପର୍କରେ କୌଣସି ଜ୍ଞାନ ନଥାଏ, ସେଥିପାଇଁ ଆମେ ଡ଼ାକ୍ତରଙ୍କର ପରାମର୍ଶ ମାନିନେଇ ଥାଏ । ଡ଼ାକ୍ତର ଆମ ରୋଗର ଲକ୍ଷଣ ପରୀକ୍ଷା କରନ୍ତି, ମେଡ଼ିକାଲ ରିପୋର୍ଟ ଦେଖି ରୋଗ ଚିହ୍ନଟ କରନ୍ତି ଏବଂ ତାପରେ ଔଷଧ ଚିଠା ଲେଖନ୍ତି । ଆମେ ନିଜ ବୁଦ୍ଧିକୁ ସମର୍ପଣ କରି, ଡ଼ାକ୍ତରଙ୍କ ଔଷଧ ଚିଠା ଅନୁସାରେ ଔଷଧ ସେବନ କରେ । ସେହିପରି, ମୋକଦ୍ଦମା ଲଢିବା ପାଇଁ ଆମେ ଜଣେ ଓକିଲଙ୍କର ସହାୟତା ନେଇଥାଏ । ଓକିଲ ଜଣକ ପ୍ରତିପକ୍ଷ ଓକିଲଙ୍କ ତର୍କର କିପରି ସମ୍ମୁଖୀନ ହେବ, ସେ ବିଷୟରେ ଆମକୁ ନିର୍ଦ୍ଦେଶ ଦିଅନ୍ତି । ଆଇନ ବିଷୟରେ ଆମର ଜ୍ଞାନ ନଥିବା ଯୋଗୁଁ, ଆମେ ନିଜର ବୁଦ୍ଧିକୁ ସେହି ଓକିଲଙ୍କ ପାଖରେ ସମର୍ପଣ କରିଦିଏ ।

ସେହିପରି, ବର୍ତ୍ତମାନ ଅବସ୍ଥାରେ ଆମର ବୁଦ୍ଧି ଅନେକ ଦୋଷରେ ଯୁକ୍ତ ରହିଛି । ବୁଦ୍ଧିର ଦୋଷ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଭାଗବତରେ ଅକ୍ରୂର କହୁଛନ୍ତି, ଅନିତ୍ୟାନାତ୍ମ ଦୁଃଖେଷୁ ବିପର୍ଯ୍ୟୟ ମତିର୍ହ୍ୟହମ୍ । (ଭା.୧୦.୪୦.୨୫) “ଆମର ବୁଦ୍ଧି ଅଜ୍ଞାନରେ ଆଚ୍ଛାଦିତ । ଯଦିଓ ଆମେ ନିତ୍ୟ ଆତ୍ମା ଅଟୁ, ଆମେ ନିଜକୁ ନଶ୍ୱର ଶରୀର ଭାବିଥାଉ । ସଂସାରର ସମସ୍ତ ବସ୍ତୁ ନଶ୍ୱର ଅଟେ, ଅଥଚ ଆମେ ଭାବିଥାଏ ସେଗୁଡ଼ିକ ସବୁଦିନ ଆମ ପାଖରେ ରହିବ, ସେଥିପାଇଁ ଦିନରାତି ଆମେ ସେସବୁ ସଂଗ୍ରହ କରିବାରେ ବ୍ୟସ୍ତ ରହିଥାଏ । ଯଦିଓ ଇନ୍ଦ୍ରିୟ ସୁଖ ଅନ୍ୱେଷଣର ପରିଣାମ ପରିଶେଷରେ ଦୁଃଖ ହିଁ ଅଟେ, ତଥାପି ସୁଖ ପାଇବା ଆଶାରେ ତା’ର ପଶ୍ଚାତ୍‌ଧାବନ କରିଥାଏ ।” ଉପରୋକ୍ତ ତିନୋଟି ଦୋଷକୁ ବୁଦ୍ଧିର ବିପର୍ଯ୍ୟୟ କୁହାଯାଏ । ଏହିପରି ଦୋଷଯୁକ୍ତ ଚିନ୍ତନର ଆମର ଅନନ୍ତ ପୂର୍ବଜନ୍ମର ଅଭ୍ୟାସ, ଆମ ସମସ୍ୟାର ଗମ୍ଭୀରତାକୁ ଆହୁରି ଘନୀଭୂତ କରିଥାଏ । ଆମ ନିଜ ବୁଦ୍ଧିରେ ଜୀବନକୁ ପରିଚାଳିତ କରି, ଆମେ ଆଧ୍ୟାତ୍ମିକ ମାର୍ଗରେ କେବେ ବି ଅଧିକ ପ୍ରଗତି କରିପାରିବା ନାହିଁ । ମନକୁ ଭଗବାନଙ୍କଠାରେ ଆସକ୍ତ କରି ଆମେ ଯଦି ଆଧ୍ୟାତ୍ମିକ ସଫଳତା ହାସଲ କରିବାକୁ ଇଚ୍ଛା କରେ, ତେବେ ଆମେ ନିଜର ବୁଦ୍ଧିକୁ ଭଗବାନଙ୍କଠାରେ ସମର୍ପଣ କରି ତାଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ । ବୁଦ୍ଧି ସମର୍ପଣ କରିବା ଅର୍ଥ, ଶାସ୍ତ୍ର ଏବଂ ସଦ୍‌ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କଠାରୁ ପ୍ରାପ୍ତ ଜ୍ଞାନ ଅନୁସାରେ ଚିନ୍ତନ କରିବା । ସମର୍ପିତ ବୁଦ୍ଧିର ଲକ୍ଷଣ ଶ୍ଲୋକ ୧୮.୬୬ରେ ବର୍ଣ୍ଣନା କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
12. ଭକ୍ତି ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency