ଯ ଏବଂ ବେତ୍ତି ପୁରୁଷଂ ପ୍ରକୃତିଂ ଚ ଗୁଣୈଃ ସହ ।
ସର୍ବଥା ବର୍ତମାନୋଽପି ନ ସ ଭୂୟୋଽଭିଜାୟତେ ।।୨୪।।

ଯଃ-ଯିଏ; ଏବଂ -ଏହିପରି; ବେତ୍ତି -ଜାଣେ; ପୁରୁଷଂ - ଜୀବାତ୍ମାକୁ; ପ୍ରକୃତିଂ -ମାୟାକୁ; ଚ -ଏବଂ; ଗୁଣୈଃ - ମାୟିକ ଗୁଣ; ସହ -ସହିତ; ସର୍ବଥା-ସବୁ ପ୍ରକାରେ; ବର୍ତମାନଃ-ସ୍ଥିତ ରହି; ଅପି -ଯଦିଓ ; ନ- କେବେ ନୁହେଁ; ସଃ- ସେ; ଭୂୟଃ -ପୁନର୍ବାର; ଅଭିଜାୟତେ- ଜନ୍ମନିଏ ।

ଅନୁବାଦ

BG 13.24: ଯେଉଁମାନେ ପରମାତ୍ମା, ଜୀବାତ୍ମା, ମାୟା ତଥା ମାୟାର ତିନୋଟି ଗୁଣର ପ୍ରତିକ୍ରିୟାର ସତ୍ୟତାକୁ ଅନୁଭବ କରିପାରିଛନ୍ତି, ସେମାନେ ପୁନର୍ବାର ଜନ୍ମଗ୍ରହଣ କରିବେ ନାହିଁ । ତାଙ୍କର ବର୍ତ୍ତମାନ ସ୍ଥିତି ଯାହା ହେଉନା କାହିଁକି, ସେମାନେ ମୁକ୍ତି ଲାଭ କରିବେ ।

ଭାଷ୍ୟ

ଅଜ୍ଞାନ ଜୀବକୁ ଦୁର୍ଦ୍ଦଶାଗ୍ରସ୍ତ କରିଛି । ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ଭାବରେ ନିଜର ଆଧ୍ୟାତ୍ମିକ ପରିଚୟକୁ ଭୁଲିଯାଇଥିବା କାରଣରୁ ଭୌତିକ ଚେତନାକୁ ଏହାର ଅଧଃପତନ ହୋଇଯାଇଛି । ଏଣୁ ବର୍ତ୍ତମାନର ସ୍ଥିତିରୁ ଉଜ୍ଜୀବିତ ହେବାପାଇଁ ତା ପାଇଁ ଜ୍ଞାନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ । ଶ୍ୱେତାଶ୍ୱତର ଉପନିଷଦ ଠିକ୍ ଏହି ବିଷୟ ଉଲ୍ଲେଖ କରିଛି:

ସଂଯୁକ୍ତମେତତ୍ କ୍ଷରମକ୍ଷରଂ ଚ
ବ୍ୟକ୍ତାବ୍ୟକ୍ତଂ ଭରତେ ବିଶ୍ୱମ୍ ଈଶଃ
ଅନୀଶଶ୍ଚାତ୍ମା ବଧ୍ୟତେ ଭୋକ୍ତୃଭାବାଜ୍‌-
ଜ୍ଞାତ୍ୱା ଦେବଂ ମୁଚ୍ୟତେ ସର୍ବପାଶୈଃ । (୧.୮)

“ସୃଷ୍ଟିରେ ତିନୋଟି ତତ୍ତ୍ୱ ବିଦ୍ୟମାନ - ଚିର ପରିବର୍ତ୍ତନଶୀଳ ମାୟିକ ପ୍ରକୃତି, ଅପରିବର୍ତ୍ତନୀୟ ସମସ୍ତ ଜୀବାତ୍ମା ଏବଂ ଉଭୟଙ୍କର ସ୍ୱାମୀ ପରମାତ୍ମା । ଏହି ତତ୍ତ୍ୱଗୁଡ଼ିକ ସମ୍ବନ୍ଧରେ ଅଜ୍ଞାନତା ଆତ୍ମାର ବନ୍ଧନର କାରଣ ଅଟେ ଏବଂ ସେଗୁଡ଼ିକ ବିଷୟରେ ଜ୍ଞାନ ମାୟାର ଶୃଙ୍ଖଳକୁ କାଟିବାରେ ସହାୟକ ହୋଇଥାଏ ।”

ଶ୍ରୀକୃଷ୍ଣ ଯେଉଁ ଜ୍ଞାନ ବିଷୟରେ କହୁଛନ୍ତି, ତାହା କେବଳ ପୁସ୍ତକଗତ ବିଦ୍ୟା ନୁହେଁ, ତାହା ଅନୁଭବାତ୍ମକ ଜ୍ଞାନ ଅଟେ । ସର୍ବପ୍ରଥମେ ଏହି ତିନୋଟି ତତ୍ତ୍ୱ ବିଷୟରେ ଶାସ୍ତ୍ର ଏବଂ ଗୁରୁଙ୍କ ଠାରୁ ଶାବ୍ଦିକ ଜ୍ଞାନ ପ୍ରାପ୍ତ କରି ତଦନୁସାରେ ଆଧ୍ୟାତ୍ମିକ ସାଧନାରେ ଲିପ୍ତ ହେବା ଦ୍ୱାରା ଏହି ଅନୁଭବାତ୍ମକ ଜ୍ଞାନ ହାସଲ ହୋଇଥାଏ । ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ ଏହିପରି କେତେକ ଆଧ୍ୟାତ୍ମିକ ସାଧନା ବିଷୟରେ କହୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency