ଅନାଦିତ୍ୱାନ୍ନିର୍ଗୁଣତ୍ୱାତ୍ପରମାତ୍ମାୟମବ୍ୟୟଃ ।
ଶରୀରସ୍ଥୋଽପି କୌନ୍ତେୟ ନ କରୋତି ନ ଲିପ୍ୟତେ ।।୩୨।।
ଅନାଦିତ୍ୱାତ୍-ଅନାଦି ହୋଇଥିବାରୁ; ନିର୍ଗୁଣତ୍ୱାତ୍-ଗୁଣରହିତ ହୋଇଥିବାରୁ; ପରମ-ପରମ; ଆତ୍ମା-ଆତ୍ମା; ଅୟଂ-ଏହି; ଅବ୍ୟୟଃ-ଅବିନଶ୍ୱର; ଶରୀରସ୍ଥଃ- ଶରୀର ମଧ୍ୟରେ ରହି; ଅପି -ମଧ୍ୟ କୌନ୍ତେୟ-ହେ କୁନ୍ତିପୁତ୍ର; ନ କରୋତି-କିଛି କରେ ନାହିଁ; ନ ଲିପ୍ୟତେ-ଜଡ଼ିତ ହୁଏ ନାହିଁ ।
BG 13.32: ହେ କୁନ୍ତି ପୁତ୍ର ! ପରମାତ୍ମା ଅବିନଶ୍ୱର ଅଟନ୍ତି, ସେ ଅନାଦି ଏବଂ ଗୁଣ ରହିତ ଅଟନ୍ତି । ସେ ଶରୀର ମଧ୍ୟରେ ସ୍ଥିତ ହୋଇଥିଲେ ମଧ୍ୟ, କୌଣସି କର୍ମ କରନ୍ତି ନାହିଁ କିମ୍ବା ମାୟା ଶକ୍ତି ଦ୍ୱାରା କଳୁଷିତ ହୁଅନ୍ତି ନାହିଁ ।
ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ, ପରମାତ୍ମା ରୂପରେ ନିବାସ କରନ୍ତି, କିନ୍ତୁ ସେ କେବେବି ଶରୀର ସହିତ ତାଦାତ୍ମ୍ୟ କରନ୍ତି ନାହିଁ କିମ୍ବା ତା’ର ସ୍ଥିତି ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ମାୟିକ ଶରୀରରେ ତାଙ୍କର ଉପସ୍ଥିତି, ତାଙ୍କୁ କୌଣସି ଦୃଷ୍ଟିରୁ ମାୟିକ କରିଦିଏ ନାହିଁ କିମ୍ବା ସେ କର୍ମରେ ଏବଂ ଜନ୍ମ ଓ ମୃତ୍ୟୁର ଚକ୍ରରେ ଆବଦ୍ଧ ହୁଅନ୍ତି ନାହିଁ, ଯଦିଓ ଆତ୍ମା ଏଥିରେ ଜଡ଼ିତ ହୋଇଥାଏ ।
ଅନାଦିତ୍ୱାନ୍ନିର୍ଗୁଣତ୍ୱାତ୍ପରମାତ୍ମାୟମବ୍ୟୟଃ ।
ଶରୀରସ୍ଥୋଽପି କୌନ୍ତେୟ ନ କରୋତି ନ ଲିପ୍ୟତେ ।।୩୨।।
ହେ କୁନ୍ତି ପୁତ୍ର ! ପରମାତ୍ମା ଅବିନଶ୍ୱର ଅଟନ୍ତି, ସେ ଅନାଦି ଏବଂ ଗୁଣ ରହିତ ଅଟନ୍ତି । ସେ ଶରୀର ମଧ୍ୟରେ ସ୍ଥିତ ହୋଇଥିଲେ ମଧ୍ୟ, …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ