କ୍ଷେତ୍ରକ୍ଷେତ୍ରଜ୍ଞୟୋରେବମନ୍ତରଂ ଜ୍ଞାନଚକ୍ଷୁଷା ।
ଭୂତପ୍ରକୃତିମୋକ୍ଷଂ ଚ ଯେ ବିଦୁର୍ଯାନ୍ତି ତେ ପରମ୍ ।।୩୫।।
କ୍ଷେତ୍ର-ଶରୀର; କ୍ଷେତ୍ରଜ୍ଞୟୋଃ- ଶରୀରର ଜ୍ଞାତା; ଏବଂ-ଏହିପରି; ଅନ୍ତରଂ-ପାର୍ଥକ୍ୟ; ଜ୍ଞାନ-ଚକ୍ଷୁଷା -ଜ୍ଞାନ ଚକ୍ଷୁରେ; ଭୂତ-ଜୀବ; ପ୍ରକୃତିମୋକ୍ଷଂ- ଭୂତପ୍ରକୃତିରୁ ମୁକ୍ତି; ଚ-ଏବଂ; ଯେ-ଯେଉଁମାନେ; ବିଦୁଃ-ଜାଣନ୍ତି; ଯାନ୍ତି- ପହଞ୍ଚନ୍ତି; ତେ-ସେମାନେ; ପରମ୍-ପରମ ।
BG 13.35: ଯେଉଁ ବ୍ୟକ୍ତିମାନେ ଜ୍ଞାନ ଚକ୍ଷୁରେ, ଶରୀର ଏବଂ ଶରୀରର ଜ୍ଞାତା ମଧ୍ୟରେ ପାର୍ଥକ୍ୟ ଏବଂ ଭୌତିକ ପ୍ରକୃତିରୁ ମୁକ୍ତ ହେବାର ଉପାୟ ଦର୍ଶନ କରିପାରନ୍ତି, ସେମାନେ ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।
ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ନିଜସ୍ୱ ଶୈଳୀରେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞଙ୍କ ବିଷୟରେ ଯାହାସବୁ କହିଥିଲେ, ତା’ର ସାରାଂଶ କହି ବିଷୟଟି ଶେଷ କରିବାକୁ ଯାଉଛନ୍ତି । ମାୟିକ କ୍ଷେତ୍ର (କର୍ମକ୍ଷେତ୍ର) ଏବଂ ଦିବ୍ୟ କ୍ଷେତ୍ରଜ୍ଞ (କ୍ଷେତ୍ରର ଜ୍ଞାତା) ମଧ୍ୟରେ ପାର୍ଥକ୍ୟ ଜାଣିବା ହିଁ ପ୍ରକୃତ ଜ୍ଞାନ ଅଟେ । ଯେଉଁମାନେ ଏହିପରି ବିବେକୀ ଜ୍ଞାନ ଧାରଣ କରିଥାଆନ୍ତି, ସେମାନେ ନିଜକୁ ଭୌତିକ ଶରୀର ମନେ କରନ୍ତି ନାହିଁ । ସେମାନେ ନିଜକୁ ଦିବ୍ୟ ଗୁଣ ସମ୍ପନ୍ନ, ଭଗବାନଙ୍କର କ୍ଷୁଦ୍ର ଅଂଶବିଶିଷ୍ଟ, ଆତ୍ମା ରୂପରେ ଜାଣନ୍ତି । ସେଥିପାଇଁ ସେମାନେ ଆଧ୍ୟାତ୍ମିକ ଉନ୍ନତି ଏବଂ ମାୟା ନିବୃତ୍ତିର ପଥ ଅନୁସନ୍ଧାନ କରନ୍ତି । ତା’ପରେ ଆଧ୍ୟାତ୍ମିକ ଜ୍ଞାନୋଦୟର ପଥରେ ଯାତ୍ରା କରି ଏହିପରି ଜ୍ଞାନୀ ବ୍ୟକ୍ତିମାନେ ତାଙ୍କର ଭଗବତ୍ ପ୍ରାପ୍ତି ରୂପୀ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।
କ୍ଷେତ୍ରକ୍ଷେତ୍ରଜ୍ଞୟୋରେବମନ୍ତରଂ ଜ୍ଞାନଚକ୍ଷୁଷା ।
ଭୂତପ୍ରକୃତିମୋକ୍ଷଂ ଚ ଯେ ବିଦୁର୍ଯାନ୍ତି ତେ ପରମ୍ ।।୩୫।।
ଯେଉଁ ବ୍ୟକ୍ତିମାନେ ଜ୍ଞାନ ଚକ୍ଷୁରେ, ଶରୀର ଏବଂ ଶରୀରର ଜ୍ଞାତା ମଧ୍ୟରେ ପାର୍ଥକ୍ୟ ଏବଂ ଭୌତିକ ପ୍ରକୃତିରୁ ମୁକ୍ତ ହେବାର ଉପାୟ ଦର୍ଶନ କରିପାରନ୍ତି, ସେମାନେ ଚରମ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ