ଇଚ୍ଛା ଦ୍ୱେଷଃ ସୁଖଂ ଦୁଃଖଂ ସଂଘାତଶ୍ଚେତନା ଧୃତିଃ ।
ଏତତ୍‌କ୍ଷେତ୍ରଂ ସମାସେନ ସବିକାରମୁଦାହୃତମ୍ ।।୭।।

ଇଚ୍ଛା-ଇଚ୍ଛା; ଦ୍ୱେଷଃ -ଘୃଣା; ସୁଖଂ -ସୁଖ; ଦୁଃଖଂ - ଦୁଃଖ; ସଂଘାତଃ -ସମୁହ, ଚେତନା- ଚୈତନ୍ୟ; ଧୃତିଃ - ଧୈର୍ଯ୍ୟ; ଏତତ୍ - ଏସବୁ; କ୍ଷେତ୍ରଂ -କ୍ଷେତ୍ର; ସମାସେନ - ଅନ୍ତର୍ଗତ; ସବିକାରଂ - ରୂପାନ୍ତରିତ; ଉଦାହୃତଂ - କଥିତ ।

ଅନୁବାଦ

BG 13.7: ଆସକ୍ତି ଓ ବିରକ୍ତି, ସୁଖ ଓ ଦୁଃଖ, ଶରୀର, ଚେତନା ଏବଂ ଇଚ୍ଛା - ଏସବୁ କ୍ଷେତ୍ରର ଅନ୍ତର୍ଗତ ଏବଂ ଏହାର ରୂପାନ୍ତର ଅଟନ୍ତି ।

ଭାଷ୍ୟ

ଶ୍ରୀକୃଷ୍ଣ ବର୍ତ୍ତମାନ କ୍ଷେତ୍ରର ବୈଶିଷ୍ଟ୍ୟ ଏବଂ ଏହାର ରୂପାନ୍ତର ବିଷୟରେ ବର୍ଣ୍ଣନା କରୁଛନ୍ତି:

ଶରୀର - ଶରୀର କର୍ମ କ୍ଷେତ୍ରର ଅନ୍ତର୍ଭୁକ୍ତ ଅଟେ, କିନ୍ତୁ କ୍ଷେତ୍ରର ପରିଧି ତା’ ଠାରୁ ଯଥେଷ୍ଟ ଅଧିକ । ଜନ୍ମ ଠାର ମୃତ୍ୟୁ ପର୍ଯ୍ୟନ୍ତ ଶରୀରର ଛଅଟି ରୂପାନ୍ତର ହୋଇଥାଏ - ଅସ୍ତି (ସୃଷ୍ଟି ହେବା) ଜାୟତେ (ଜନ୍ମ), ବର୍ଦ୍ଧତେ (ବୃଦ୍ଧି), ବିପରୀଣମତେ (ସନ୍ତାନ ଉତ୍ପନ୍ନ), ଅପକ୍ଷିୟତେ (ଅବକ୍ଷୟ) ବିନଶ୍ୟତି (ମୃତ୍ୟୁ) । ସଂସାରରୁ ହେଉ କିମ୍ବା ଭଗବାନଙ୍କ ଠାରୁ ହେଉ, ଏହା ଆନନ୍ଦ ଅନ୍ୱେଷଣରେ ଆତ୍ମାର ସହାୟତା କରେ ।

ଚେତନା - ଏହା ଆତ୍ମାରେ ଥିବା ଜୀବନୀଶକ୍ତି ଅଟେ । ଶରୀରରେ ଥିôବା ସମୟରେ ଏହା ଶରୀରକୁ ଚୈତନ୍ୟତା ପ୍ରଦାନ କରିଥାଏ । ଯେପରି, ଅଗ୍ନିର ଉତ୍ତପ୍ତ କରିବାର କ୍ଷମତା ଥାଏ, ଏବଂ ଯଦି ଆମେ ଗୋଟିଏ ଲୌହ ଦଣ୍ଡ ତା ମଧ୍ୟରେ ରଖି ଦେଉ, ତାହା ଅଗ୍ନିରୁ ଉତ୍ତାପ ପାଇ ଅତ୍ୟନ୍ତ ଗରମ ହୋଇଯାଏ । ସେହିପରି ଆତ୍ମା ଶରୀରକୁ ଚୈତନ୍ୟତା ପ୍ରଦାନ କରି ଏହାକୁ ଜୀବନ୍ତ ରଖିଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଚେତନାକୁ ଏକ ଉପାଦାନ ଭାବରେ କର୍ମ କ୍ଷେତ୍ରର ଅନ୍ତର୍ଭୁକ୍ତ କରିଛନ୍ତି ।

ଇଚ୍ଛା - ଏହା ସେହି ସଂକଳ୍ପ ଅଟେ ଯାହା, ଶରୀର ଉପାଦାନ ଗୁଡ଼ିକୁ କ୍ରିୟାଶୀଳ ରଖେ, ଏବଂ ଏକ ନିର୍ଦ୍ଦିଷ୍ଟ ଦିଗରେ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ । ଏହି ଇଚ୍ଛା ଶକ୍ତି ହିଁ, ଆତ୍ମାକୁ କର୍ମକ୍ଷେତ୍ର ମାଧ୍ୟମରେ ତାର ଲକ୍ଷ୍ୟପ୍ରାପ୍ତି କରିବାରେ ସକ୍ଷମ କରାଏ । ଏହି ଇଚ୍ଛାଶକ୍ତି, ବୁଦ୍ଧିର ଏକ ଗୁଣ ଅଟେ, ଯାହା ଆତ୍ମାଠାରୁ ତା’ର ଶକ୍ତି ପ୍ରାପ୍ତ କରିଥାଏ । ସତ୍ତ୍ୱ, ରଜ ଏବଂ ତମ ଗୁଣ ପ୍ରଭାବରେ ଇଚ୍ଛାର ରୂପାନ୍ତର ସମ୍ବନ୍ଧରେ ଶ୍ଲୋକ ୧୮.୩୩ଠାରୁ ୧୮.୩୫ରେ ବର୍ଣ୍ଣନା କରାଯାଇଛି ।

କାମନା - ଏହା ମନ ଓ ବୁଦ୍ଧିର ଏକ କ୍ରିୟା ଅଟେ, ଯାହା କୌଣସି ବସ୍ତୁ, ସ୍ଥିତି, ବ୍ୟକ୍ତି ଇତ୍ୟାଦିର ଲାଳସା ଉତ୍ପନ୍ନ କରେ । ଶରୀର ବିଷୟରେ ଆଲୋଚନା କରିବା ସମୟରେ ଆମେ କାମନାକୁ ବିଚାର କରି ନ ଥାଉ, କିନ୍ତୁ କାମନା ନ ଥିଲେ ଆମ ଜୀବନ କେତେ ଭିନ୍ନ ହୋଇଥାନ୍ତା ତାହା କଳ୍ପନା କରନ୍ତୁ । ତେଣୁ ଭଗବାନ, ଯିଏ ଏହି କର୍ମକ୍ଷେତ୍ରକୁ ପ୍ରସ୍ତୁତ କରିଛନ୍ତି ଏବଂ କାମନାକୁ ତା’ର ଅନ୍ତର୍ଭୁକ୍ତ କରିଛନ୍ତି , ବିଶେଷ ଭାବରେ ଏହାର ଉଲ୍ଲେଖ କରିଛନ୍ତି । କୌଣସି ବସ୍ତୁର ଆବଶ୍ୟକତା ବିଷୟରେ ବୁଦ୍ଧି ବିଶ୍ଲେଷଣ କରେ ଏବଂ ମନ ତାହାର କାମନା ଉତ୍ପନ୍ନ କରେ । ଯେତେବେଳେ ଜଣେ ଆତ୍ମଜ୍ଞାନ ପ୍ରାପ୍ତ କରେ, ତା’ର ସମସ୍ତ ଭୌତିକ କାମନା ଲୋପ ପାଇଯାଏ ଏବଂ ଶୁଦ୍ଧ ମନରେ ସେ ଭଗବାନଙ୍କର କାମନା ପ୍ରତିପୋଷଣ କରେ । ଭୌତିକ କାମନା ବନ୍ଧନକାରକ ହୋଇଥିବାବେଳେ, ଦିବ୍ୟ କାମନା ମୁକ୍ତି ପ୍ରଦାନ କରିଥାଏ ।

ଦ୍ୱେଷ - ଏହା ମନ ଓ ବୁଦ୍ଧିର ଏକ ଅବସ୍ଥା ଅଟେ ଯାହା ଅପ୍ରୀତିକର ବସ୍ତୁ, ବ୍ୟକ୍ତି ଓ ସ୍ଥିତି ପ୍ରତି ବିକର୍ଷଣ ଉତ୍ପନ୍ନ କରିଥାଏ ଏବଂ ତାହା ଠାରୁ ଦୂରେଇ ଯିବାକୁ ଇଚ୍ଛା କରିଥାଏ । 

ସୁଖ - ଏହା ଏକ ଆନନ୍ଦର ଅନୁଭୂତି, ଯାହା ଅନୁକୁଳ ପରିସ୍ଥିତିରେ ଏବଂ କାମନା ପୂର୍ଣ୍ଣ ହେବା ଦ୍ୱାରା ମନ ଅନୁଭବ କରିଥାଏ । ମନ  ସହିତ ଆତ୍ମା ମଧ୍ୟ ଏହି ଆନନ୍ଦ ଅନୁଭବ କରେ, କାରଣ ଆତ୍ମା ନିଜକୁ ମନ ଧରି ନେଇଥାଏ । କିନ୍ତୁ ଭୌତିକ ଆନନ୍ଦ ଆତ୍ମାକୁ ସନ୍ତୁଷ୍ଟ କରିପାରେ ନାହିଁ, ଯାହା ଭଗବାନଙ୍କର ଅନନ୍ତ ଦିବ୍ୟ ଆନନ୍ଦ ପାଇବା ପର୍ଯ୍ୟନ୍ତ ଅତୃପ୍ତ ରହିଥାଏ ।

ଦୁଃଖ - ପ୍ରତିକୂଳ ପରିସ୍ଥିତିରେ ମନ ଅନୁଭବ କରୁଥିବା କଷ୍ଟକୁ ଦୁଃଖ କୁହାଯାଏ ।

ବର୍ତ୍ତମାନ ଶ୍ରୀକୃଷ୍ଣ ସେହିସବୁ ଗୁଣ ଏବଂ ସ୍ୱଭାବ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି, ଯାହା ବ୍ୟକ୍ତିକୁ ଜ୍ଞାନ ଲାଭ ପାଇଁ ସକ୍ଷମ କରାଇବ, ଏବଂ ତଦ୍ୱାରା କର୍ମର କ୍ଷେତ୍ର ବା ଏହି ଶରୀରର ଉଦ୍ଦେଶ୍ୟ ପୂରଣ କରିବ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
13. କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency