ସର୍ବଦ୍ୱାରେଷୁ ଦେହେଽସ୍ମିନ୍ ପ୍ରକାଶ ଉପଜାୟତେ ।
ଜ୍ଞାନଂ ଯଦା ତଦା ବିଦ୍ୟାତ୍ ବିବୃଦ୍ଧଂ ସତ୍ତ୍ୱମିତ୍ୟୁତ ।।୧୧।।
ଲୋଭଃ ପ୍ରବୃତ୍ତିରାରମ୍ଭଃ କର୍ମଣାମଶମଃ ସ୍ପୃହା ।
ରଜସ୍ୟେତାନି ଜାୟନ୍ତେ ବିବୃଦ୍ଧେ ଭରତର୍ଷଭ ।।୧୨।।
ଅପ୍ରକାଶୋଽପ୍ରବୃତ୍ତିଶ୍ଚ ପ୍ରମାଦୋ ମୋହ ଏବ ଚ ।
ତମସ୍ୟେତାନି ଜାୟନ୍ତେ ବିବୃଦ୍ଧେ କୁରୁନନ୍ଦନ ।।୧୩।।

ସର୍ବ -ସମସ୍ତ; ଦ୍ୱାରେଷୁ -ଦ୍ୱାରରେ; ଦେହେ -ଶରୀରରେ; ଅସ୍ମିନ୍ -ଏହି; ପ୍ରକାଶଃ -ତେଜ; ଉପଜାୟତେ- ପ୍ରକାଶିତ ହୁଏ; ଜ୍ଞାନଂ-ଜ୍ଞାନ; ଯଦା- ଯେତେବେଳେ; ତଦା-ସେହି ସମୟରେ; ବିଦ୍ୟାତ୍‌-ଜାଣିବା ଉଚିତ୍‌; ବିବୃଦ୍ଧଂ-ବୃଦ୍ଧିପାଏ; ସତ୍ତ୍ୱଂ-ସତ୍ତ୍ୱଗୁଣ- ଇତି-ଏହିପରି; ଉତ -ନିଶ୍ଚିତ ଭାବରେ; ଲୋଭଃ-ଲୋଭ; ପ୍ରବୃତ୍ତିଃ-ଆକାଙ୍‌କ୍ଷା; ଆରମ୍ଭଃ-ପ୍ରଚେଷ୍ଟା; କର୍ମଣାମ୍‌-ସକାମ କର୍ମ; ଅଶମଃ-ଅଦମ୍ୟ; ସ୍ପୃହା-ଲାଳସା; ରଜସି-ରଜୋଗୁଣରେ; ଏତାନି-ଏସବୁ; ଜାୟନ୍ତେ- ଉତ୍ପନ୍ନ ହୁଏ; ବିବୃଦ୍ଧେ-ଅତ୍ୟଧିକ ହୁଏ; ଭରତର୍ଷଭ- ହେ ଭରତ ଶ୍ରେଷ୍ଠ; ଅପ୍ରକାଶଃ-ଅନ୍ଧକାର; ଅପ୍ରବୃତ୍ତିଃ- ଅକର୍ମଣ୍ୟତା; ଚ-ଏବଂ; ପ୍ରମାଦଃ-ଅବହେଳା; ମୋହଃ-ମୋହ; ଏବ-ନିଶ୍ଚିତଭାବେ; ଚ-ମଧ୍ୟ; ତମସି-ତମୋଗୁଣରେ; ଏତାନି-ଏସବୁ; ଜାୟନ୍ତେ- ପ୍ରକାଶିତ ହୁଏ; ବିବୃଦ୍ଧେ-ବୃଦ୍ଧିପ୍ରାପ୍ତ ହୁଏ; କୁରୁ-ନନ୍ଦନ- ହେ କୁରୁନନ୍ଦନ ।

ଅନୁବାଦ

BG 14.11-13: ଯେତେବେଳେ ଶରୀରର ଦ୍ୱାରଗୁଡ଼ିକ ଜ୍ଞାନଦ୍ୱାରା ଆଲୋକିତ ହୁଏ, ତାହାକୁ ସଦ୍‌ଗୁଣର ପରିପ୍ରକାଶ ଭାବରେ ଜାଣ । ଯେତେବେଳେ ଆସକ୍ତିର ଗୁଣ ପ୍ରମୁଖ ହୁଏ, ହେ ଅର୍ଜୁନ ! ଲୋଭ, ସାଂସାରିକ ସୁଖ ପ୍ରତି ପ୍ରଚେଷ୍ଟା, ଅତୃପ୍ତି ଏବଂ ଲାଳସା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ହେ ଅର୍ଜୁନ ! ଅଜ୍ଞାନତା, ନିଷ୍କ୍ରିୟତା, ଅବହେଳା, ମୋହ ଇତ୍ୟାଦି ଅଜ୍ଞାନ ଗୁଣର ବିଶେଷ ଲକ୍ଷଣ ଅଟେ ।

ଭାଷ୍ୟ

ବ୍ୟକ୍ତିର ବିଚାରକୁ ଏହି ତିନିଗୁଣ କିପରି ପ୍ରଭାବିତ କରନ୍ତି, ଶ୍ରୀକୃଷ୍ଣ ପୁନର୍ବାର ତାହାର ବର୍ଣ୍ଣନା କରୁଛନ୍ତି । ସତ୍ତ୍ୱଗୁଣ ସଦ୍‌ଗୁଣର ବିକାଶ ଏବଂ ଜ୍ଞାନକୁ ଉଦ୍‌ଭାସିତ କରେ । ରଜୋଗୁଣ ଲୋଭ, ସାଂସାରିକ ପ୍ରାପ୍ତି ନିମନ୍ତେ ଅତ୍ୟଧିକ କର୍ମପ୍ରବଣତା, ମନରେ ଅସ୍ଥିରତା ଉତ୍ପନ୍ନ କରେ । ତମୋଗୁଣ ବୁଦ୍ଧିକୁ ମୋହିତ କରେ । ଆଳସ୍ୟ, ମାଦକ ଦ୍ରବ୍ୟ ସେବନ ପ୍ରତି ଆଗ୍ରହ ଏବଂ ହିଂସା ଇତ୍ୟାଦି ବୃଦ୍ଧି କରାଏ ।

ପ୍ରକୃତରେ ଏହସବୁି ଗୁଣ ଭଗବାନ ଏବଂ ଆଧ୍ୟାତ୍ମିକ ମାର୍ଗ ପ୍ରତି ଆମର ଦୃଷ୍ଟିକୋଣକୁ ମଧ୍ୟ ପ୍ରଭାବିତ କରିଥାଏ । ଉଦାହରଣ ସ୍ୱରୂପ, ଯେତେବେଳେ ଆମ ମନରେ ସତ୍ତ୍ୱଗୁଣର ପ୍ରାଧାନ୍ୟ ବୃଦ୍ଧିପାଏ, ଆମେ ଚିନ୍ତା କରିପାରୁ, “ମୋ ଗୁରୁଙ୍କ ଠାରୁ କେତେ କୃପା ପ୍ରାପ୍ତ କରିଛି, ମୁଁ ମୋ ସାଧନାରେ ଶୀଘ୍ର ଉନ୍ନତି କରିବା ପାଇଁ ପ୍ରଯତ୍ନ କରିବା ଉଚିତ୍‌, କାରଣ ମାନବ ଶରୀର ଅତି ମୂଲ୍ୟବାନ୍ ଅଟେ ଏବଂ ସାଂସାରିକ ପ୍ରଚେଷ୍ଟାରେ ଏହାକୁ ବ୍ୟର୍ଥ କରିବା ଉଚିତ ନୁହେଁ ।” ଯେତେବେଳେ ବାସନାତ୍ମକ ଗୁଣ ପ୍ରମୁଖ ହୁଏ, ଆମେ ଭାବିଥାଉ “ମୁଁ ଆଧ୍ୟାତ୍ମିକ ମାର୍ଗରେ ପ୍ରଗତି କରିବା ଉଚିତ୍‌, କିନ୍ତୁ ଏତେ ବ୍ୟସ୍ତ ହେବାର ଆବଶ୍ୟକତା କ’ଣ ? ବର୍ତ୍ତମାନ ମୋର ଅନେକ ଦାୟୀତ୍ୱ ନିର୍ବାହ କରିବାର ଅଛି ଏବଂ ସେଗୁଡ଼ିକ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି ।” ଯେତେବେଳେ ତମୋଗୁଣ ପ୍ରବଳ ହୁଏ, ଆମେ ଭାବିଥାଉ “ଭଗବାନ ଅଛନ୍ତି କି ନାହିଁ ମୁଁ ନିଶ୍ଚିତ ନୁହେଁ, କାରଣ କେହି କେବେ ତାଙ୍କୁ ଦେଖିନାହାଁନ୍ତି । ତେଣୁ ସାଧନାରେ କାହିଁକି ସମୟ ନଷ୍ଟ କରିବି?” ଜଣେ ହିଁ ବ୍ୟକ୍ତିଙ୍କର ଚିନ୍ତନ କିପରି ଭକ୍ତିର ଶିଖର ଦେଶରୁ ନିମ୍ନକୁ ଗତି କରୁଛି, ତାହା ଲକ୍ଷ୍ୟ କରନ୍ତୁ ।

ତିନିଗୁଣର ପ୍ରଭାବରେ ମନ ବିକ୍ଷିପ୍ତ ହେବା ସ୍ୱାଭାବିକ । ତଥାପି ଏହି ପରିସ୍ଥିତିରେ ଆମେ ନିରାଶ ନ ହୋଇ, ଏପରି କାହିଁକି ଘଟୁଛି ତାହା ବୁଝିବା ଉଚିତ ଏବଂ ତା’ର ଉର୍ଦ୍ଧ୍ୱକୁ ଉଠିବାକୁ ପ୍ରଯତ୍ନ କରିବା ଉଚିତ୍ । ସାଧନାର ଅର୍ଥ ମନ ଉପରେ ତିନିଗୁଣର ପ୍ରବାହ ବିରୁଦ୍ଧରେ ସଂଘର୍ଷ କରିବା ଏବଂ ତାକୁ ଭଗବାନ ଓ ଗୁରୁଙ୍କ ପ୍ରତି ଭକ୍ତିରେ ସ୍ଥିର ରହିବାକୁ ବାଧ୍ୟ କରିବା । ଯଦି ଆମର ଚେତନା ଦିନସାରା ଦିବ୍ୟ ଚେତନା ସହିତ ସଂଯୁକ୍ତ ରହେ, ତେବେ ସାଧନାର କୌଣସି ଆବଶ୍ୟକତା ନାହିଁ । ଯଦିଓ ମନ ସ୍ୱାଭାବିକ ଭାବରେ ସଂସାର ପ୍ରତି ଉନ୍ମୁଖ, ତଥାପି  ବୁଦ୍ଧିର ସାହାଯ୍ୟରେ ଆମେ ତାହାକୁ ଦିବ୍ୟ ଜଗତକୁ ନେଇଯିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ଆରମ୍ଭରେ ଏହା କଷ୍ଟକର ମନେ ହୋଇପାରେ, କିନ୍ତୁ ଅଭ୍ୟାସ ଦ୍ୱାରା ଏହା ସହଜ ହୋଇଯାଏ । ଯେପରି କି ଆରମ୍ଭରେ କାର ଚଳାଇବା କଷ୍ଟକର ହୋଇଥାଏ, କିନ୍ତୁ ଅଭ୍ୟାସ ଦ୍ୱାରା ଏହା ସ୍ୱାଭାବିକ ହୋଇଯାଏ ।

ଏହି ଗୁଣଗୁଡ଼ିକ ଆମକୁ କେଉଁ ଲକ୍ଷ୍ୟସ୍ଥଳକୁ ନେଇଯିବେ, ସେ ସମ୍ବନ୍ଧରେ ଶ୍ରୀକୃଷ୍ଣ ବର୍ତ୍ତମାନ ବୁଝାଇବାକୁ ଯାଉଛନ୍ତି ଏବଂ ସେମାନଙ୍କୁ ଅତିକ୍ରମ କରିବାର ଲକ୍ଷ୍ୟର ଆବଶ୍ୟକତା ବିଷୟରେ କହୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
14. ଗୁଣତ୍ରୟ ବିଭାଗ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency