ଶ୍ରୀଭଗବାନୁବାଚ
ଊର୍ଦ୍ଧ୍ୱମୂଳମଧଃଶାଖମଶ୍ୱତ୍‌ଥଂ ପ୍ରାହୁରବ୍ୟୟମ୍ ।
ଛନ୍ଦାଂସି ଯସ୍ୟ ପର୍ଣ୍ଣାନି ଯସ୍ତଂ ବେଦ ସ ବେଦବିତ୍ ।।୧।।

ଶ୍ରୀ ଭଗବାନ ଉବାଚ- ପରମ ପୁରୁଷ ଭଗବାନ କହିଲେ; ଊର୍ଦ୍ଧ୍ୱ-ମୂଳମ୍‌- ମୂଳ ଊର୍ଦ୍ଧ୍ୱକୁ; ଅଧଃ-ତଳକୁ; ଶାଖମ୍‌-ଶାଖାସବୁ; ଅଶ୍ୱତ୍‌ଥଂ-ଅଶ୍ୱତ୍‌ଥବୃକ୍ଷ; ପ୍ରାହୁଃ-କୁହାଯାଏ; ଅବ୍ୟୟମ୍‌-ଶାଶ୍ୱତ; ଛନ୍ଦାଂସି-ବେଦମନ୍ତ୍ରମାନ; ଯସ୍ୟ-ଯାହାର; ପର୍ଣ୍ଣାନି-ପତ୍ରସବୁ; ଯଃ-ଯିଏ; ତଂ-ତାହା; ବେଦ-ଜାଣେ; ସଃ-ସେ; ବେଦବିତ୍‌-ବେଦଜ୍ଞ ଅଟେ ।

ଅନୁବାଦ

BG 15.1: ପରମ ପୁରୁଷ ଭଗବାନ କହିଲେ: ସେମାନେ ଏକ ଅନାଦି ଅଶ୍ୱତ୍‌ଥ ବୃକ୍ଷ ବିଷୟରେ କହିଛନ୍ତି, ଯାହାର ମୂଳ ଉପରକୁ ଏବଂ ଶାଖାସବୁ ତଳକୁ ରହିଛି । ଏହାର ପତ୍ରଗୁଡ଼ିକ ବେଦର ମନ୍ତ୍ର ସବୁ ଅଟନ୍ତି । ଯେଉଁ ବ୍ୟକ୍ତି ଏହି ରହସ୍ୟକୁ ଜାଣେ ସେ ବେଦର ଜ୍ଞାତା ଅଟେ ।

ଭାଷ୍ୟ

ଅଶ୍ୱତ୍‌ଥ ଶବ୍ଦର ଅର୍ଥ ହେଉଛି, ଯାହା ପ୍ରତ୍ୟେକ ଦିନ ପରିବର୍ତ୍ତିତ ହେଉଥାଏ । ସଂସାର ମଧ୍ୟ ଅଶ୍ୱତ୍‌ଥ ପରି କ୍ରମାଗତ ଭାବରେ ପରିବର୍ତ୍ତିତ ହେଉଥାଏ । ସଂସ୍କୃତ ଶବ୍ଦକୋଷ ସଂସାର ଶବ୍ଦର ଅର୍ଥ ଏହିପରି କରିଛି: ସଂସରତୀତି ସଂସାରଃ “ଯାହା ସର୍ବଦା ପରିବର୍ତ୍ତିତ ହେଉଅଛି ତାହା ସଂସାର ” । ଗଚ୍ଛତୀତି ଜଗତ୍ “ଯାହା ସର୍ବଦା ଗତିଶୀଳ, ତାହା ଜଗତ ।” ସଂସାର କେବଳ ପରିବର୍ତ୍ତିତ ହେଉଛି ତାହା ନୁହେଁ, ବରଂ ଏହା ଦିନେ ସମାପ୍ତ ହୋଇଯିବ ଏବଂ ଭଗବାନଙ୍କଠାରେ ସମାହିତ ହୋଇଯିବ । ତେଣୁ ଏହାର ସବୁକିଛି ଅସ୍ଥାୟୀ ବା ଅଶ୍ୱତ୍‌ଥ ।

ଅଶ୍ୱତ୍‌ଥର ଅନ୍ୟ ଏକ ଅର୍ଥ ମଧ୍ୟ ଅଛି । ଏହା ବଟବୃକ୍ଷ ପରିବାରର  ପୀପଲ୍ (ପବିତ୍ର ବୃକ୍ଷ) ବୃକ୍ଷ ଅଟେ ।  ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ, ଜୀବ ପାଇଁ ଏହି ସଂସାର ଏକ ବିଶାଳ ଅଶ୍ୱତ୍‌ଥ ବୃକ୍ଷ ସଦୃଶ ଅଟେ । ସାଧାରଣତଃ ବୃକ୍ଷର ମୂଳ ତଳକୁ ଏବଂ ଶାଖା ଉପରକୁ ଥାଏ । କିନ୍ତୁ ଏହି ବୃକ୍ଷର ମୂଳ ଉପରକୁ ଅଛି, (ଊର୍ଦ୍ଧ୍ୱମୂଳମ୍‌) ଅର୍ଥାତ୍ ଏହାର ଉତ୍ପତ୍ତି ଭଗବାନଙ୍କ ଠାରୁ ହୋଇଛି । ଏହା ତାଙ୍କଠାରେ ଆଶ୍ରିତ ଏବଂ ତାଙ୍କ ଦ୍ୱାରା ପାଳିତ ହେଉଅଛି । ଏହାର ଗଣ୍ଡି ଏବଂ ଶାଖାସବୁ ନିମ୍ନଦେଶକୁ (ଅଧଃ-ଶକ୍ଷମ୍‌) ପ୍ରସାରିତ ହୋଇଛି । ମାୟା ଜଗତ ଅନ୍ତର୍ଗତ ସମସ୍ତ ଲୋକର ସମସ୍ତ ପ୍ରାଣୀ ଏଥିରେ ସମାହିତ ହୋଇଛନ୍ତି ।

କର୍ମର ବିଧି ଏବଂ ତା’ର ଫଳ ବିଷୟରେ ବର୍ଣ୍ଣନା କରୁଥିବା ବେଦମନ୍ତ୍ର (ଛନ୍ଦାଂସି) ଏହାର ପତ୍ର ଅଟନ୍ତି । ସେମାନେ ଭୌତିକ ଜଗତରେ ବୃକ୍ଷର ପୋଷଣ ନିମନ୍ତେ ରସ ପ୍ରଦାନ କରନ୍ତି । ନିଜକୁ ବେଦ ମନ୍ତ୍ରରେ ବର୍ଣ୍ଣିତ ଫଳଦାୟୀ ବିଧିଯୁକ୍ତ ଯଜ୍ଞ ଇତ୍ୟାଦି କର୍ମରେ ନିୟୋଜିତ କରି, ଜୀବ ସ୍ୱର୍ଗସୁଖ ଉପଭୋଗ କରିବା ପାଇଁ ସ୍ୱର୍ଗଲୋକକୁ ଯାଇଥାଏ, ଯେଉଁଠାରୁ ଧର୍ମର ପୁଞ୍ଜି ସମାପ୍ତ ହୋଇଯିବା ପରେ ପୁନର୍ବାର ସେ ପୃଥିବୀ ଲୋକକୁ ଫେରିଆସିଥାଏ । ଏହିପରି ଭାବରେ, ପତ୍ରଗୁଡ଼ିକ ଜନ୍ମ ଓ ମୃତ୍ୟୁର ଚକ୍ରକୁ ସ୍ଥାୟୀ କରି ବୃକ୍ଷର ପୋଷଣ କରିଥାନ୍ତି । ବୃକ୍ଷରୂପୀ ଏହି ସଂସାରକୁ ନିତ୍ୟ (ଅବ୍ୟୟମ୍‌) କୁହାଯାଏ କାରଣ ଏହା ସର୍ବଦା ପ୍ରବାହିତ ହେଉଅଛି ଏବଂ ଏହାର ପ୍ରାରମ୍ଭ ବା ଅନ୍ତକୁ ଜୀବ ଜାଣିପାରେ ନାହିଁ । ଯେପରି ସମୁଦ୍ରରୁ ଜଳ ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି କରେ ଏବଂ ବୃଷ୍ଟି ହୋଇ ପୁଣି ଏକ କ୍ରମାଗତ ପ୍ରକ୍ରିୟାରେ, ସମୁଦ୍ରରେ ମିଶିଥାଏ । ସେହିପରି ଜନ୍ମ ଓ ମୃତ୍ୟୁର ଚକ୍ର ଶାଶ୍ୱତ ଅଟେ ।

ବେଦ ମଧ୍ୟ ଏପରି କହିଥାଏ:

ଊର୍ଦ୍ଧ୍ୱମୂଳୋଽବାକ୍ଷାଖ ଏଷୋଽଶ୍ୱତ୍‌ଥଃ ସନାତନଃ (କଠୋପନିଷଦ ୨.୩.୧)

“ମୂଳ ଉପରକୁ ଏବଂ ଶାଖା ତଳକୁ ଥିବା ଏହି ଅଶ୍ୱତ୍‌ଥ ବୃକ୍ଷ ଚିରନ୍ତନ ଅଟେ ।”

ଊର୍ଦ୍ଧ୍ୱମୂଳଂ ଅର୍ବାକ୍ଷାଖଂ ବୃକ୍ଷଂ ଯୋ ସଂପ୍ରତି
ନ ସ ଜାତୁ ଜନଃ ଶ୍ରଦ୍ଧାୟାତ୍‌ମୃତ୍ୟୁର୍ମା ମାରଯଦିତି । (ତୈତିରୀୟ ଆରଣ୍ୟକ ୧.୧୧.୫)

“ଯେଉଁମାନେ ମୂଳ ଊର୍ଦ୍ଧ୍ୱକୁ ଏବଂ ଶାଖା ନିମ୍ନକୁ ଥିବା ଏହି ବୃକ୍ଷକୁ ଜାଣନ୍ତି, ସେମାନେ ବିଶ୍ୱାସ କରନ୍ତି ନାହିଁ ଯେ, ମୃତ୍ୟୁ ତାଙ୍କର ଅନ୍ତ କରିପାରିବ ।”

ବେଦ ଏହି ବୃକ୍ଷର ବର୍ଣ୍ଣନା କରିବା ପଛରେ ଉଦ୍ଦେଶ୍ୟ ଏହା ଯେ, ଆମେ ଏହାକୁ ଛେଦନ କରିବାକୁ ପ୍ରୟାସ କରିବା ଉଚିତ । ତେଣୁ ଶ୍ରୀକୃଷ୍ଣ କହୁଛନ୍ତି, ଯେଉଁ ବ୍ୟକ୍ତି ଏହି ସଂସାରର ବୃକ୍ଷକୁ ଛେଦନ କରିବାର ରହସ୍ୟ ଜାଣନ୍ତି, ସେ ବେଦର ଜ୍ଞାତା (ବେଦ-ବିତ୍‌) ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
15. ପୁରୁଷୋତ୍ତମ ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency