ଯୋ ମାମେବମସମ୍ମୂଢ଼ୋ ଜାନାତି ପୁରୁଷୋତ୍ତମମ୍ ।
ସ ସର୍ବବିଦ୍‌ଭଜତି ମାଂ ସର୍ବଭାବେନ ଭାରତ ।।୧୯।।

ଯଃ- ଯିଏ; ମାଂ-ମୋତେ; ଏବଂ- ଏହିପରି; ଅସମ୍ମୂଢ଼ଃ -ନିଃସନ୍ଦେହ ଭାବରେ; ଜାନାତି- ଜାଣେ; ପୁରୁଷୋତ୍ତମମ୍ - ପରମ ପୁରୁଷ ଭଗବାନ; ସଃ -ସେ; ସର୍ବବିତ୍ -ସର୍ବଜ୍ଞ; ଭଜତି - ସେବାରତ ହୁଏ; ମାଂ - ମୋତେ; ସର୍ବଭାବେନ - ସବୁ ପ୍ରକାରେ; ଭାରତ- ହେ ଭରତଶ୍ରେଷ୍ଠ!

ଅନୁବାଦ

BG 15.19: ଯେଉଁମାନେ ନିଃସନ୍ଦେହ ଭାବରେ ମୋତେ ପରମ ଦିବ୍ୟ ପୁରୁଷ ରୂପରେ ଜାଣନ୍ତି, ସେମାନଙ୍କର ବାସ୍ତବିକ ପୂର୍ଣ୍ଣ ଜ୍ଞାନ ଅଛି । ହେ ଅର୍ଜୁନ! ସେମାନେ ପୂର୍ଣ୍ଣ ସମର୍ପିତ ହୋଇ ମୋର ଉପାସନା କରନ୍ତି ।

ଭାଷ୍ୟ

ଶ୍ରୀମଦ୍ ଭାଗବତମ୍ କହେ ଭଗବାନଙ୍କର ଉପଲବ୍‌ଧି ତିନି ପ୍ରକାରରେ କରିହେବ:

ବଦନ୍ତି ତତ୍ ତତ୍ତ୍ୱ-ବିଦସ୍ ତତ୍ତ୍ୱଂ  ଯଜ୍ ଜ୍ଞାନଂ ଅଦ୍ୱୟମ୍‌
ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦ୍ୟତେ (୧.୨.୧୧)

“ତତ୍ତ୍ୱଦର୍ଶୀ ଜ୍ଞାନୀମାନଙ୍କ ମତରେ, କେବଳ ଗୋଟିଏ ଅଦ୍ୱୟ ସତ୍ୟ ତିନୋଟି ରୂପରେ ପ୍ରକଟିତ ହୁଅନ୍ତି- ବ୍ରହ୍ମ, ପରମାତ୍ମା ଏବଂ ଭଗବାନ ।” ସେମାନେ ପୃଥକ ତତ୍ତ୍ୱ ନୁହଁନ୍ତି, ସେହି ଏକ ପରମ ତତ୍ତ୍ୱର ତିନୋଟି ପ୍ରକାଶ ଅଟନ୍ତି । ଉଦାହରଣ ସ୍ୱରୂପ, ଜଳ, ବରଫ ଏବଂ ବାଷ୍ପ ଅଲଗା ଅଲଗା ତତ୍ତ୍ୱ ମନେ ହୋଇପାରନ୍ତି, କିନ୍ତୁ ସେଗୁଡ଼ିକ ପ୍ରକୃତରେ ଗୋଟିଏ ବସ୍ତୁର ତିନୋଟି ରୂପାନ୍ତର ଅଟନ୍ତି । ସେହିପରି, ଅଦ୍ୱୟ ସତ୍ୟର ନିରାକାର ଏବଂ ସର୍ବବ୍ୟାପକ ସ୍ୱରୂପକୁ ବ୍ରହ୍ମ କୁହାଯାଏ । ଯେଉଁମାନେ ଜ୍ଞାନ ମାର୍ଗର ଅନୁସରଣ କରନ୍ତି, ସେମାନେ ଭଗବାନଙ୍କର ଏହି ବ୍ରହ୍ମ ସ୍ୱରୂପର ଉପାସନା କରନ୍ତି । ପରମାତ୍ମା ପରମ ତତ୍ତ୍ୱଙ୍କର ସେହି ସ୍ୱରୂପ ଅଟେ, ଯିଏ ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ଅଷ୍ଟାଙ୍ଗ ଯୋଗ ମାର୍ଗ ଭଗବାନଙ୍କ ପରମାତ୍ମା ସ୍ୱରୂପର ଅନୁଭୂତି ପ୍ରଦାନ କରିଥାଏ । ଭଗବାନ, ଈଶ୍ୱରଙ୍କ ସାକାର ସ୍ୱରୂପର ପରିପ୍ରକାଶ ଅଟେ, ଯେଉଁ ସ୍ୱରୂପରେ ସେ ମଧୁର ଲୀଳା କରିଥାନ୍ତି । ଭକ୍ତି ମାର୍ଗ ଈଶ୍ୱରଙ୍କ ଭଗବାନ ସ୍ୱରୂପର ଅନୁଭୂତି ପ୍ରଦାନ କରିଥାଏ । ଏହା ପୂର୍ବରୁ ଶ୍ଲୋକ ୧୨.୨ରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

ଏହି ଅଧ୍ୟାୟରେ ଶ୍ଲୋକ ୧୨ ଠାରୁ ଆରମ୍ଭ କରି ପରବର୍ତ୍ତୀ ଶ୍ଲୋକ ଗୁଡ଼ିକରେ, ଶ୍ରୀକୃଷ୍ଣ ଏହି ତିନୋଟି ସ୍ୱରୂପର ବର୍ଣ୍ଣନା କରିଛନ୍ତି । ଶ୍ଲୋକ ୧୨ଠାରୁ ୧୪ ପର୍ଯ୍ୟନ୍ତ, ସର୍ବବ୍ୟାପୀ ବ୍ରହ୍ମଙ୍କର  ସ୍ୱରୂପ ବର୍ଣ୍ଣିତ ହୋଇଛି । ଶ୍ଲୋକ ୧୫ରେ ପରମାତ୍ମାଙ୍କ ବିଷୟରେ କୁହାଯାଇଛି ଏବଂ ଶ୍ଲୋକ ୧୭ ଓ ୧୮ରେ ଭଗବାନଙ୍କ ସ୍ୱରୂପର ବର୍ଣ୍ଣନା କରାଯାଇଛି । ଏମାନଙ୍କ ମଧ୍ୟରୁ କାହାର ଉପଲବ୍‌ଧି ଶ୍ରେଷ୍ଠତମ ଏବଂ ସମ୍ପୂର୍ଣ୍ଣ? ସେ ଏହି ପ୍ରଶ୍ନର ଉତ୍ତରରେ ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, ଯେଉଁମାନେ ଭକ୍ତି ଦ୍ୱାରା ମୋତେ ପରମ ଦିବ୍ୟ ପୁରୁଷ ଭଗବାନ ଭାବରେ ଜାଣନ୍ତି, ସେମାନଙ୍କର ହିଁ ମୋ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ରହିଛି । ଭଗବାନଙ୍କର ଅନୁଭୂତି କାହିଁକି ଶ୍ରେଷ୍ଠ, ତାହାର ବିଶଦ୍ ବର୍ଣ୍ଣନା ଜଗଦ୍‌ଗୁରୁ ଶ୍ରୀକୃପାଳୁଜୀ ମହାରାଜ, ତାଙ୍କର ଭକ୍ତି ଶତକ ଗ୍ରନ୍ଥରେ କରିଛନ୍ତି । ଶ୍ରୀମଦ୍ ଭାଗବତମ୍‌ର ଏହି ଶ୍ଲୋକକୁ ଉଦ୍ଧାର କରି ସେ ଲେଖିଛନ୍ତି:

ତିନି ରୂପ ଶ୍ରୀକୃଷ୍ଣ କୋ, ବେଦବ୍ୟାସ ବତାୟ,
ବ୍ରହ୍ମ ଔର ପରମାତ୍ମା, ଅରୁ ଭଗବାନ କହାୟ । (ଭକ୍ତି ଶତକ ପଦ ୨୧)

“ବେଦବ୍ୟାସ ଘୋଷଣା କରିଛନ୍ତି ଯେ ପରମେଶ୍ୱର ତିନି ରୂପରେ ପ୍ରକଟ ହୁଅନ୍ତି- ବ୍ରହ୍ମ, ପରମାତ୍ମା ଏବଂ ଭଗବାନ ।” ତାପରେ ସେ ପରମ ସତ୍ୟର ଏହି ତିନୋଟି ପରିପ୍ରକାଶ ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି:

ସର୍ବଶକ୍ତି ସମ୍ପନ୍ନ ହୋ, ଶକ୍ତି ବିକାଶ ନ ହୋୟ,
ସତ୍ ଚିତ୍ ଆନନ୍ଦ ରୂପ ଜୋ, ବ୍ରହ୍ମ କହାବେ ସୋୟ ।। (ଭକ୍ତି ଶତକ ପଦ ୨୨)

“ବ୍ରହ୍ମ ରୂପରେ, ପରମେଶ୍ୱରଙ୍କର ଅନନ୍ତ ଶକ୍ତି ସୁପ୍ତ ଅବସ୍ଥାରେ ରହିଥାଏ । ସେ କେବଳ ନିତ୍ୟ ଜ୍ଞାନ ଓ ଆନନ୍ଦ ରୂପରେ ପ୍ରକାଶିତ ହୋଇଥା’ନ୍ତି ।”

 ସର୍ବଶକ୍ତି ସଂଯୁକ୍ତ ହୋ, ନାମ ରୂପ ଗୁଣ ହୋୟ,
ଲୀଳା ପରିକର ରହିତ ହୋ, ପରମାତ୍ମା ହୈ ସୋୟ ।ା (ଭକ୍ତି ଶତକ ପଦ ୨୩)

“ପରମାତ୍ମା ରୂପରେ, ପରମେଶ୍ୱର ତାଙ୍କର ରୂପ, ନାମ ଏବଂ ଗୁଣ ପ୍ରଦର୍ଶିତ କରନ୍ତି, କିନ୍ତୁ ସେ ଲୀଳା କରନ୍ତି ନାହିଁ କିମ୍ବା ତାଙ୍କର କୌଣସି ପରିକର ନ ଥାନ୍ତି ।”

ସର୍ବଶକ୍ତି ପ୍ରାକଟ୍ୟ ହୋ, ଲୀଲା ବିବିଧ ପ୍ରକାର,
ବିହରତ ପରିକର ସଙ୍ଗ ଜୋ, ତେହି ଭଗବାନ ପୁକାର । (ଭକ୍ତି ଶତକ ପଦ ୨୪)

“ଯେଉଁ ସ୍ୱରୂପରେ, ସେ ତାଙ୍କର ସମସ୍ତ ଶକ୍ତି ପ୍ରକଟ କରନ୍ତି, ତାଙ୍କ ଭକ୍ତମାନଙ୍କ ସହିତ ବିଭିନ୍ନ ପ୍ରକାର ମଧୁର ଲୀଳା କରିଥାନ୍ତି, ତାହା  ତାଙ୍କର ଭଗବାନ ସ୍ୱରୂପ ଅଟେ । ଜଗଦ୍‌ଗୁରୁ କୃପାଳୁଜୀ ମହାରାଜଙ୍କର ଏହି ଦୋହାବଳୀ ସ୍ପଷ୍ଟ କରିଥାଏ ଯେ ବ୍ରହ୍ମ ଏବଂ ପରମାତ୍ମା ସ୍ୱରୂପରେ ପରମେଶ୍ୱରଙ୍କର ସମସ୍ତ ଶକ୍ତି ପ୍ରକଟ ହୋଇ ନ ଥାଏ । ପରମ ତତ୍ତ୍ୱର ପୂର୍ଣ୍ଣ ଉପଲବ୍‌ଧି ସେଥିରେ ହୋଇଥାଏ, ଯେଉଁ ସ୍ୱରୂପରେ ସେ ତାଙ୍କର ସମସ୍ତ ନାମ, ରୂପ, ଗୁଣ, ଲୀଳା, ଧାମ ଏବଂ ପରିକର ଆଦି ପ୍ରକଟ କରିଥାନ୍ତି । (ଏହା ଶ୍ଲୋକ ୧୨.୨ରେ ମଧ୍ୟ ଏକ ରେଳଗାଡ଼ିର ଉଦାହରଣ ଦ୍ୱାରା ବର୍ଣ୍ଣନା କରାଯାଇଛି) । ଅତଏବ, ଯେଉଁମାନେ ତାଙ୍କୁ ପରମ ପୁରୁଷ ଭଗବାନ ଭାବରେ ଜାଣନ୍ତି, ପ୍ରକୃତରେ ତାଙ୍କର ହିଁ ଜ୍ଞାନ ପରିପୂର୍ଣ୍ଣ ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
15. ପୁରୁଷୋତ୍ତମ ଯୋଗ
1 2 3 4 5 6 7 8 9 10 11 12 13 14 15 16 17 18 19 20

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency