ଯତ୍ତୁ କୃତ୍ସ୍ନବଦେକସ୍ମିନ୍ କାର୍ଯ୍ୟେ ସକ୍ତମହୈତୁକମ୍ ।
ଅତତ୍ତ୍ୱାର୍ଥବଦଳ୍ପଂ ଚ ତତ୍ତାମସମୁଦାହୃତମ୍ ।।୨୨।।
ଯତ୍-ଯାହା; ତୁ- କିନ୍ତୁ; କୃତ୍ସ୍ନବତ୍ -ପୂର୍ଣ୍ଣାଙ୍ଗ; ଏକସ୍ମିନ୍ -ଏକ; କାର୍ଯ୍ୟେ-କାର୍ଯ୍ୟରେ; ସକ୍ତଂ -ଆସକ୍ତ; ଅହୈତୁକମ୍- ବିନା କାରଣରେ; ଅତତ୍ତ୍ୱ-ଅର୍ଥବତ୍- ସତ୍ୟ ଉପରେ ଆଧାରିତ; ଅଳ୍ପଂ-ଆଂଶିକ; ଚ-ଏବଂ; ତତ୍-ତାହା; ତାମସଂ-ତମୋଗୁଣୀ; ଉଦାହୃତମ୍-କୁହାଯାଏ ।
BG 18.22: ଯେଉଁ ଜ୍ଞାନଦ୍ୱାରା ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ଧାରଣା ମନେ କରି ତଲ୍ଲୀନ ରହିଥାଏ ଏବଂ ଯାହା ତର୍କ ବା ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ, ତାହାକୁ ତାମସିକ ଜ୍ଞାନ ବିବେଚିତ କରାଯାଏ ।
ତମୋଗୁଣ ପ୍ରଭାବରେ ବୁଦ୍ଧି ଯେତେବେଳେ ଶିଥିଳ ହୋଇଯାଏ, ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ସତ୍ୟ ମନେକରି ଜାବୋଡି ଧରିଥାଏ । ଏପରି ମତ ପୋଷଣ କରୁଥିବା ବ୍ୟକ୍ତିମାନେ ପରମ ସତ୍ୟ ସମ୍ବନ୍ଧରେ ସେମାନଙ୍କର ନିଜସ୍ୱ ଧାରଣାକୁ ନେଇ ଖୁବ୍ ବେଶୀ ପକ୍ଷପାତୀ ହୋଇଥାଆନ୍ତି । ସେମାନଙ୍କର ବିଚାର ତର୍କସଙ୍ଗତ, ଶାସ୍ତ୍ରସମ୍ମତ କିମ୍ବା ବାସ୍ତବିକତା ଉପରେ ଆଧାରିତ ହୋଇ ନ ଥିଲେ ମଧ୍ୟ ସେମାନେ ତାହାକୁ ଜୋର ଜବରଦସ୍ତୀ ଅନ୍ୟମାନଙ୍କ ଉପରେ ଲଦିଦେବାକୁ ଚେଷ୍ଟା କରିଥାନ୍ତି । ମାନବ ଇତିହାସରେ ଏହିପରି ଉଗ୍ର ଧାର୍ମିକ ମତାବଲମ୍ବୀ ମାନଙ୍କର ବାରମ୍ବାର ଆବିର୍ଭାବ ଘଟିଛି, ଯେଉଁମାନେ ନିଜେ ନିଜକୁ ଭଗବାନଙ୍କର ଦୂତ ଏବଂ ଧର୍ମର ରକ୍ଷକ ମନେ କରିଥାନ୍ତି । ସେମାନେ ଉନ୍ମାଦ ଭାବରେ ଧର୍ମପ୍ରଚାର କରି ଏବଂ ତାଦୃଶ ବୁଦ୍ଧିଯୁକ୍ତ କେତେକ ବ୍ୟକ୍ତିଙ୍କୁ ନିଜର ଅନୁଗାମୀ କରି, ଜଣେ ଅନ୍ଧ ଅନ୍ୟ ଜଣେ ଅନ୍ଧକୁ ମାର୍ଗ ଦର୍ଶନ କରାଇବା ପରି ଏକ ପ୍ରଣାଳୀ ସୃଷ୍ଟି କରିଥାନ୍ତି । ଭଗବାନଙ୍କର ସେବା ନାମରେ, ସେମାନେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରନ୍ତି ଏବଂ ତା’ର ସୁସଂଗତ ବିକାଶରେ ବାଧା ଉତ୍ପନ୍ନ କରନ୍ତି ।
ଯତ୍ତୁ କୃତ୍ସ୍ନବଦେକସ୍ମିନ୍ କାର୍ଯ୍ୟେ ସକ୍ତମହୈତୁକମ୍ ।
ଅତତ୍ତ୍ୱାର୍ଥବଦଳ୍ପଂ ଚ ତତ୍ତାମସମୁଦାହୃତମ୍ ।।୨୨।।
ଯେଉଁ ଜ୍ଞାନଦ୍ୱାରା ବ୍ୟକ୍ତି ଏକ ଆଂଶିକ ପ୍ରତ୍ୟୟକୁ ପୂର୍ଣ୍ଣ ଧାରଣା ମନେ କରି ତଲ୍ଲୀନ ରହିଥାଏ ଏବଂ ଯାହା ତର୍କ ବା ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ, …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ