ମୁକ୍ତସଙ୍ଗୋଽନହଂବାଦୀ ଧୃତ୍ୟୁତ୍ସାହସମନ୍ୱିତଃ ।
ସିଦ୍ଧ୍ୟସିଦ୍ଧ୍ୟୋର୍ନିର୍ବିକାରଃ କର୍ତା ସାତ୍ତ୍ୱିକ ଉଚ୍ୟତେ ।।୨୬।।
ମୁକ୍ତସଙ୍ଗଃ- ଭୌତିକ ଆସକ୍ତିରୁ ମୁକ୍ତ; ଅନହଂବାଦୀ-ମିଥ୍ୟାହଙ୍କାର ରହିତ; ଧୃତି -ଦୃଢ଼ ସଂକଳ୍ପ; ଉତ୍ସାହ -ଉତ୍ସାହ; ସମନ୍ୱିତଃ- ଯୁକ୍ତ; ସିଦ୍ଧି-ଅସିଦ୍ଧ୍ୟୋଃ -ଜୟ ଓ ପରାଜୟରେ; ନିର୍ବିକାରଃ - ଉଦାସୀନ; କର୍ତ୍ତା-କର୍ତ୍ତା; ସାତ୍ତ୍ୱିକଃ-ସାତ୍ତ୍ୱିକ; ଉଚ୍ୟତେ-କୁହାଯାଏ ।
BG 18.26: ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ ।
ଶ୍ରୀକୃଷ୍ଣ ପୂର୍ବରୁ କର୍ମର ତିନୋଟି ଉପାଦାନ - ଜ୍ଞାନ, ସ୍ୱୟଂ କର୍ମ ଏବଂ କର୍ତ୍ତା ବିଷୟରେ କହିଥିଲେ । ସେମାନଙ୍କ ମଧ୍ୟରୁ ଜ୍ଞାନ ଓ କର୍ମର ଶ୍ରେଣୀ ବର୍ଣ୍ଣନା କରିବା ପରେ, ସେ ବର୍ତ୍ତମାନ ତିନି ଶ୍ରେଣୀର କର୍ତ୍ତାଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ସତ୍ତ୍ୱଗୁଣୀ ବ୍ୟକ୍ତି ଅକର୍ମଣ୍ୟ ନୁହଁନ୍ତି, ବରଂ ସେମାନେ ଉତ୍ସାହ ଓ ଦୃଢ଼ତାର ସହିତ କାର୍ଯ୍ୟ କରିଥାନ୍ତି । ପାର୍ଥକ୍ୟ ଏହା ଯେ ସେମାନଙ୍କର କର୍ମ ଉପଯୁକ୍ତ ମନୋଭାବରେ କରାଯାଇଥାଏ । ସାତ୍ତ୍ୱିକ କର୍ତ୍ତାଗଣ ମୁକ୍ତସଙ୍ଗ ଅର୍ଥାତ୍ ସେମାନେ ସାଂସାରିକ ବିଷୟରେ ଆସକ୍ତ ହୁଅନ୍ତି ନାହିଁ, କିମ୍ବା ସାଂସାରିକ ବସ୍ତୁ ତାଙ୍କ ଆତ୍ମାକୁ ଆନନ୍ଦ ଦେଇପାରିବ ବୋଲି ବିଶ୍ୱାସ କରନ୍ତି ନାହିଁ । ତେଣୁ ସେମାନଙ୍କର କର୍ମ ମହତ୍ ଉଦ୍ଦେଶ୍ୟରେ ହୋଇଥାଏ । ଉଦ୍ଦେଶ୍ୟ ମହତ୍ ହୋଇଥିବା କାରଣରୁ, ସେମାନେ ତାଙ୍କ ଉଦ୍ୟମରେ ସର୍ବଦା ଉତ୍ସାହ (ଉତ୍ସାହପୂର୍ଣ୍ଣ) ଏବଂ ଧୃତି (ସଂକଳ୍ପବଦ୍ଧ) ଯୁକ୍ତ ହୋଇଥାନ୍ତି । ସେମାନେ ଅବିଶ୍ରାନ୍ତ ଭାବରେ କାର୍ଯ୍ୟ କରି ତାଙ୍କର ମହତ ଉଦ୍ଦେଶ୍ୟ ପୂରଣ କରିଥାନ୍ତି । କିନ୍ତୁ ତା’ ସତ୍ତ୍ୱେ ବି ସେମାନେ ଅନହମ୍ ବାଦୀ (ଅହଂକାର ଶୂନ୍ୟ) ହୋଇଥାନ୍ତି ଏବଂ ତାଙ୍କ ସଫଳତାର ସମସ୍ତ ଶ୍ରେୟ ଭଗବାନଙ୍କୁ ଦେଇଥାନ୍ତି ।
ମୁକ୍ତସଙ୍ଗୋଽନହଂବାଦୀ ଧୃତ୍ୟୁତ୍ସାହସମନ୍ୱିତଃ ।
ସିଦ୍ଧ୍ୟସିଦ୍ଧ୍ୟୋର୍ନିର୍ବିକାରଃ କର୍ତା ସାତ୍ତ୍ୱିକ ଉଚ୍ୟତେ ।।୨୬।।
ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ