ବିଷୟେନ୍ଦ୍ରିୟସଂଯୋଗାଦ୍ୟତ୍ତଦଗ୍ରେଽମୃତୋପମମ୍ ।
ପରିଣାମେ ବିଷମିବ ତତ୍ସୁଖଂ ରାଜସଂ ସ୍ମୃତମ୍ ।।୩୮।।
ବିଷୟ -ଇନ୍ଦ୍ରିୟଭୋଗ୍ୟ ବସ୍ତୁ; ଇନ୍ଦ୍ରିୟ -ଇନ୍ଦ୍ରିୟ; ସଂଯୋଗାତ୍- ସଂଯୋଗରୁ; ଯତ୍-ଯେଉଁ; ତତ୍-ତାହା; ଅଗ୍ରେ- ପ୍ରଥମରେ; ଅମୃତ-ଉପମମ୍ -ଅମୃତ ପରି; ପରିଣାମେ-ଶେଷରେ; ବିଷଂ-ଇବ -ବିଷ ପରି; ତତ୍-ତାହା; ସୁଖଂ-ସୁଖ; ରାଜସଂ-ରାଜସିକ; ସ୍ମୃତମ୍-କୁହାଯାଏ ।
BG 18.38: ଇନ୍ଦ୍ରିୟଭୋଗ୍ୟ ବସ୍ତୁଗୁଡ଼ିକରୁ ଉପଲବ୍ଧ ହେଉଥିବା ସୁଖକୁ ରାଜସିକ ଗୁଣଯୁକ୍ତ କୁହାଯାଏ । ଏହିପରି ସୁଖ ପ୍ରାରମ୍ଭରେ ଅମୃତମୟ ମନେ ହେଉଥିଲେ ସୁଦ୍ଧା ପରିଣାମ ବିଷମୟ ହୋଇଥାଏ ।
ରାଜସିିକ ସୁଖ ଇନ୍ଦ୍ରିୟ ଓ ଇନ୍ଦ୍ରିୟଭୋଗ୍ୟ ବସ୍ତୁର ସଂସର୍ଗରୁ ଜାତ ହେଉଥିବା ଏକ ଉଦ୍ଦୀପନା ଭାବରେ ଅନୁଭୂତ ହୋଇଥାଏ । କିନ୍ତୁ ଏହି ସୁଖ ସେହି ସଂସର୍ଗ ପରି କ୍ଷଣସ୍ଥାୟୀ ହୋଇଥାଏ ଏବଂ ପରିଣାମରେ ଏହା ଲୋଭ, ଆଶଙ୍କା, ଦୋଷୀଭାବ ଜାତ କରିବା ସହିତ ଏବଂ ଭୌତିକ ଭ୍ରମର ବୃଦ୍ଧି କରାଇଥାଏ । ଭୌତିକ ଜଗତରେ ମଧ୍ୟ କିଛି ବିଶେଷ ପ୍ରାପ୍ତି ପାଇଁ ରାଜସିକ ସୁଖ ତ୍ୟାଗ କରିବା ଆବଶ୍ୟକ ହୋଇଥାଏ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କ୍ଷଣିକ ଏବଂ ବିଭ୍ରାନ୍ତିକର ସୁଖଠାରୁ ଦୂରେଇ ରହିବାର ଅନୁସ୍ମାରକ ଭାବରେ “ଏକ ତୁଷାରମୟ ସନ୍ଧ୍ୟାରେ ଜଙ୍ଗଲରେ ରହିବା” (ଝଗ୍ଧକ୍ଟକ୍ଟ୍ରକ୍ଟ୍ରସଦ୍ଭଶ ଭଚ୍ଚ ଡକ୍ଟକ୍ଟୟଗ୍ଦ କ୍ଟଦ୍ଭ ବ ଝଦ୍ଭକ୍ଟଙ୍ଗଚ୍ଚ ଋଙ୍ଖରଦ୍ଭସଦ୍ଭଶ) ନାମକ ପଦ୍ୟର ଏହି ପଦଗୁଡ଼ିକୁ ତାଙ୍କ ଟେବୁଲରେ ଲେଖି ରଖିଥିଲେ:
ଜଙ୍ଗଲଟି ଅତି ସୁନ୍ଦର, ଅନ୍ଧକାରମୟ ଏବଂ ଘନ,
କିନ୍ତୁ ମୋର ପ୍ରତିଜ୍ଞା ପୂରଣ କରିବାର ଅଛି ।
ଏବଂ ଶୋଇଯିବା ପୂର୍ବରୁ ମୋତେ ଅନେକ ମାଇଲ୍ ଯିବାକୁ ପଡିବ ।
ଏବଂ ଶୋଇଯିବା ପୂର୍ବରୁ ମୋତେ ଅନେକ ମାଇଲ୍ ଯିବାକୁ ପଡିବ ।
ଚିରନ୍ତନ ଏବଂ ଦିବ୍ୟ ଆନନ୍ଦର ମାର୍ଗ ଭୋଗ ବିଳାସ ନୁହେଁ, ବରଂ ତ୍ୟାଗ, ସଂଯମ ଏବଂ ଶୃଙ୍ଖଳା ଅଟେ ।
ବିଷୟେନ୍ଦ୍ରିୟସଂଯୋଗାଦ୍ୟତ୍ତଦଗ୍ରେଽମୃତୋପମମ୍ ।
ପରିଣାମେ ବିଷମିବ ତତ୍ସୁଖଂ ରାଜସଂ ସ୍ମୃତମ୍ ।।୩୮।।
ଇନ୍ଦ୍ରିୟଭୋଗ୍ୟ ବସ୍ତୁଗୁଡ଼ିକରୁ ଉପଲବ୍ଧ ହେଉଥିବା ସୁଖକୁ ରାଜସିକ ଗୁଣଯୁକ୍ତ କୁହାଯାଏ । ଏହିପରି ସୁଖ ପ୍ରାରମ୍ଭରେ ଅମୃତମୟ ମନେ ହେଉଥିଲେ ସୁଦ୍ଧା ପରିଣାମ ବିଷମୟ ହୋଇଥାଏ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ