ଶୌର୍ଯ୍ୟଂ ତେଜୋ ଧୃତିର୍ଦାକ୍ଷ୍ୟଂ ଯୁଦ୍ଧେ ଚାପ୍ୟପଳାୟନମ୍ ।
ଦାନମୀଶ୍ୱରଭାବଶ୍ଚ କ୍ଷାତ୍ରଂ କର୍ମ ସ୍ୱଭାବଜମ୍ ।।୪୩।।
ଶୌର୍ଯ୍ୟଂ- ବୀରତା; ତେଜଃ-ବଳ; ଧୃତିଃ-ଧୈର୍ଯ୍ୟ; ଦାକ୍ଷ୍ୟଂ-ଦକ୍ଷତା; ଯୁଦ୍ଧେ-ଯୁଦ୍ଧରେ; ଚ-ଏବଂ; ଅପି-ମଧ୍ୟ; ଅପଳାୟନମ୍-ପଳାଇ ନ ଯିବା; ଦାନଂ-ଉଦାରତା; ଈଶ୍ୱର-ନେତୃତ୍ୱ; ଭାବଃ-ସ୍ୱଭାବ; ଚ-ଏବଂ; କ୍ଷାତ୍ରଂ-କ୍ଷତ୍ରିୟ ସମ୍ବନ୍ଧୀୟ; କର୍ମ-କର୍ତ୍ତବ୍ୟ; ସ୍ୱଭାବଜମ୍-ସ୍ୱଭାବଜାତ ।
BG 18.43: ବୀରତ୍ୱ, ବଳବାନ, ଦୃଢ଼ମନା, ଅସ୍ତ୍ରବିଦ୍ୟାରେ ନିପୁଣ, ଯୁଦ୍ଧକ୍ଷେତ୍ରରୁ ପଳାୟନ ନ କରିବାକୁ ସଂକଳ୍ପବଦ୍ଧ; ଦାନ ପାଇଁ ଉଦାର ହୃଦୟ, ନେତୃତ୍ୱର କ୍ଷମତା, ଏହି ସବୁ କ୍ଷତ୍ରିୟମାନଙ୍କର ସ୍ୱାଭାବିକ ଗୁଣ ଅଟେ ।
କ୍ଷତ୍ରିୟମାନଙ୍କର ସ୍ୱଭାବରେ ରାଜସିକ ଗୁଣ ସହିତ ସାତ୍ତ୍ୱିକ ଗୁଣ ମିଶ୍ରିତ ଥିଲା । ଏହା ସେମାନଙ୍କୁ ରାଜକୀୟ, ବୀର, ସାହସୀ, ପ୍ରଭାବଶାଳୀ ଏବଂ ଦାନଶୀଳ କରୁଥିଲା । ଏହି ଗୁଣଗୁଡ଼ିକ ସାମରିକ ଏବଂ ନେତୃତ୍ୱ କାର୍ଯ୍ୟ ପାଇଁ ଉପଯୁକ୍ତ ଥିଲା ଏବଂ ସେଥିପାଇଁ ସେମାନେ ପ୍ରଶାସନିକ ଶ୍ରେଣୀଭୁକ୍ତ ଭାବରେ ରାଜ୍ୟ ଶାସନ କରୁଥିଲେ । ତଥାପି ସେମାନେ ଅନୁଭବ କରୁଥିଲେ ଯେ ସେମାନେ ବ୍ରାହ୍ମଣମାନଙ୍କ ପରି ପବିତ୍ର ଓ ଜ୍ଞାନଯୁକ୍ତ ନ ଥିଲେ । ସୁତରାଂ ସେମାନେ ବ୍ରାହ୍ମଣମାନଙ୍କୁ ସମ୍ମାନ କରିବା ସହିତ, ସୈଦ୍ଧାନ୍ତିକ, ଆଧ୍ୟାତ୍ମିକ ଏବଂ ନୀତି ନିର୍ଦ୍ଧାରଣ କରିବା କ୍ଷେତ୍ରରେ ସେମାନଙ୍କର ଉପଦେଶ ଗ୍ରହଣ କରୁଥିଲେ ।
ଶୌର୍ଯ୍ୟଂ ତେଜୋ ଧୃତିର୍ଦାକ୍ଷ୍ୟଂ ଯୁଦ୍ଧେ ଚାପ୍ୟପଳାୟନମ୍ ।
ଦାନମୀଶ୍ୱରଭାବଶ୍ଚ କ୍ଷାତ୍ରଂ କର୍ମ ସ୍ୱଭାବଜମ୍ ।।୪୩।।
ବୀରତ୍ୱ, ବଳବାନ, ଦୃଢ଼ମନା, ଅସ୍ତ୍ରବିଦ୍ୟାରେ ନିପୁଣ, ଯୁଦ୍ଧକ୍ଷେତ୍ରରୁ ପଳାୟନ ନ କରିବାକୁ ସଂକଳ୍ପବଦ୍ଧ; ଦାନ ପାଇଁ ଉଦାର ହୃଦୟ, ନେତୃତ୍ୱର କ୍ଷମତା, ଏହି ସବୁ କ୍ଷତ୍ରିୟମାନଙ୍କର ସ୍ୱାଭାବିକ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ