ସହଜଂ କର୍ମ କୌନ୍ତେୟ ସଦୋଷମପି ନ ତ୍ୟଜେତ୍ ।
ସର୍ବାରମ୍ଭା ହି ଦୋଷେଣ ଧୂମେନାଗ୍ନିରିବାବୃତାଃ ।।୪୮।।

ସହଜଂ- ସହଜାତ; କର୍ମ-କର୍ମ; କୌନ୍ତେୟ-ହେ କୁନ୍ତୀ ପୁତ୍ର; ସଦୋଷଂ-ଦୋଷଯୁକ୍ତ; ଅପି-ଯଦିଓ; ନ ତ୍ୟଜେତ୍‌-ତ୍ୟାଗ କରିବା ଉଚିତ୍ ନୁହେଁ; ସର୍ବ-ଆରମ୍ଭାଃ-ସମସ୍ତ ପ୍ରଚେଷ୍ଟା; ହି-ନିଶ୍ଚିତ ଭାବେ; ଦୋଷେଣ-ଦୋଷଯୁକ୍ତ; ଧୂମେନ-ଧୂମ୍ରଯୁକ୍ତ; ଅଗ୍ନିଃ-ଅଗ୍ନି; ଇବ-ଯେପରି; ଆବୃତାଃ- ଆଚ୍ଛାଦିତ ।

ଅନୁବାଦ

BG 18.48: ହେ କୁନ୍ତୀ ପୁତ୍ର ! ନିଜ ସ୍ୱଭାବଜାତ କର୍ମ, ଦୋଷାବହ ପ୍ରତୀତ ହେଲେ ମଧ୍ୟ, ତ୍ୟାଗ କରିବା ଉଚିତ ନୁହେଁ । ବାସ୍ତବରେ, ଅଗ୍ନି ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ ।

ଭାଷ୍ୟ

ବେଳେ ବେଳେ ବ୍ୟକ୍ତି ନିଜ କର୍ତ୍ତବ୍ୟରେ ଦୋଷ ଦର୍ଶନ କରି ସେଥିରୁ ଓହରି ଯାଇଥାଏ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ଅଗ୍ନିର ଉପରିସ୍ଥ ଭାଗ ଧୂଆଁ ଦ୍ୱାରା ଆଚ୍ଛାଦିତ ହେବା ପରି ପ୍ରତ୍ୟେକ କର୍ମରେ କିଛି ନା କିଛି ଦୋଷ ରହିଥାଏ । ଉଦାହରଣ ସ୍ୱରୂପ, ଆମେ ଲକ୍ଷ ଲକ୍ଷ ଜୀବାଣୁ ହତ୍ୟା ନ କରି ଶ୍ୱାସ ଗ୍ରହଣ କରି ପାରିବା ନାହିଁ । ଜମି ଚାଷ କଲେ, ଅସଂଖ୍ୟ କ୍ଷୁଦ୍ର ଜୀବ ନଷ୍ଟ ହୋଇଥାନ୍ତି । ଆମେ ବାଣିଜ୍ୟରେ ସଫଳ ହେଲେ, ଅନ୍ୟମାନଙ୍କୁ ଧନପ୍ରାପ୍ତିରୁ ବଞ୍ôଚତ କରୁ । ଆମେ ଖାଦ୍ୟ ଖାଇଲେ, ଅନ୍ୟଜଣଙ୍କୁ ଖାଦ୍ୟରୁ ବଞ୍ôଚତ କରୁ । ସ୍ୱ-ଧର୍ମ ପାଳନ କରିବାକୁ ଯାଇ ଯେହେତୁ କର୍ମ କରିବାକୁ ପଡିଥାଏ, ଏହା ପୂର୍ଣ୍ଣତଃ ଦୋଷରହିତ ହୋଇପାରିବ ନାହିଁ ।

କିନ୍ତୁ ଦୋଷ ଅପେକ୍ଷା ସ୍ୱ-ଧର୍ମର ଉପକାରିତା ଯଥେଷ୍ଟ ଅଧିକ । ଏହାର ସର୍ବଶ୍ରେଷ୍ଠ ଉପକାର ହେଉଛି, ନିଜର ଶୁଦ୍ଧିକରଣ ଏବଂ ଉତ୍‌ଥାନ ନିମନ୍ତେ ଏହା ଏକ ସୁଗମ ଏବଂ ସ୍ୱାଭାବିକ ମାର୍ଗ ପ୍ରସ୍ତୁତ କରେ । ହାବାର୍ଡ଼ ବିଜିନେସ୍ ସ୍କୁଲ୍‌ର ଜଣେ ପ୍ରଫେସର, ମାର୍କ ଆଲବିଅନ୍‌, ତାଙ୍କ “ଜୀବନ ଗଢ଼ିବା ଓ ଜୀବିକା ଅର୍ଜନ କରିବା” (ଗବଳସଦ୍ଭଶ ବ ଖସଲର, ଗବଳସଦ୍ଭଶ ବ ଖସଙ୍ଖସଦ୍ଭଶ) ପୁସ୍ତକରେ ଏକ ଅଧ୍ୟୟନ ସମ୍ମିଳିତ କରିଛନ୍ତି । ସେଥିରେ ସେ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ୧୫୦୦ ସ୍ନାତକଙ୍କର ଆଜୀବିକାକୁ ୧୯୬୦ ରୁ ୧୯୮୦ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ କରିଥିଲେ । ଆରମ୍ଭରୁ ସେମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା । ‘କ’ ଦଳରେ ସେହି ଛାତ୍ରମାନେ ଥିଲେ, ଯେଉଁମାନେ ଅର୍ଥ ଉପାର୍ଜନକୁ ପ୍ରାଧାନ୍ୟ ଦେଉଥିଲେ ଯଦ୍ୱାରା ସେମାନେ ନିଜର ସମସ୍ତ ଇଚ୍ଛା ପୂର୍ଣ୍ଣ କରିପାରିବେ । ୮୩ ପ୍ରତିଶତ ସ୍ନାତକ ଏହି ଦଳରେ ଥିଲେ । ‘ଖ’ ଦଳ ଜୀବିକା ଚୟନରେ ନିଜର ରୁଚିକୁ ଅଗ୍ରାଧିକାର ଦେଉଥିଲେ ଏବଂ ଅର୍ଥ ଉପାର୍ଜନକୁ ନେଇ ନିଶ୍ଚିନ୍ତ ଥିଲେ । ୧୭ ପ୍ରତିଶତ ସ୍ନାତକ ଏହି ଦଳର ଅନ୍ତର୍ଭୁକ୍ତ ଥିଲେ । କୋଡିଏ ବର୍ଷ ପରେ ଦୁଇ ଦଳ ମଧ୍ୟରୁ ଯେଉଁ ୧୦୧ ଜଣ କୋଟିପତି ହୋଇଥିଲେ, ସେଥିରେ ‘କ’ ଦଳର ଜଣେ (ଯେଉଁମାନେ ଅର୍ଥ ଉପାର୍ଜନକୁ ପ୍ରଧାନ୍ୟ ଦେଉଥିଲେ), ‘ଖ’ ଦଳର ଶହେଜଣ (ଯେଉଁମାନେ ନିଜ ରୁଚିକୁ ଅଗ୍ରାଧିକାର ଦେଉଥିଲେ) ଥିଲେ ।  ମାର୍କ ଆଲବିଅନ୍ ଶେଷରେ ଏହି ମନ୍ତବ୍ୟ ଦେଇଥିଲେ ଯେ କାର୍ଯ୍ୟ ଏବଂ ଖେଳ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । କାର୍ଯ୍ୟ ଯେତେବେଳେ ରୁଚି ମୁତାବକ ହୋଇଥାଏ, ସେତେବେଳେ କାର୍ଯ୍ୟ ଖେଳ ହୋଇଯାଏ ଏବଂ ବ୍ୟକ୍ତିକୁ ଜୀବନରେ ଗୋଟିଏ ଦିନ ମଧ୍ୟ କାର୍ଯ୍ୟ କରିବାକୁ ପଡ଼େ ନାହିଁ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାହା ହିଁ କହୁଛନ୍ତି - ଦୋଷଯୁକ୍ତ ହୋଇଥିଲେ ମଧ୍ୟ ନିଜର ସ୍ୱଭାବ ଅନୁରୂପ କର୍ମକୁ ତ୍ୟାଗ କରିବା ଉଚିତ୍ ନୁହେଁ; ନିଜର ସ୍ୱାଭାବିକ ଅଭିରୁଚି ଅନୁଯାୟୀ କାର୍ଯ୍ୟ କରିବା ଉଚିତ୍ । କିନ୍ତୁ କାର୍ଯ୍ୟ ଉତ୍‌ଥାନକାରୀ ହେବାପାଇଁ  ତାହା ଉପଯୁକ୍ତ ଚେତନାରେ କରାଯିବା ଆବଶ୍ୟକ । ପରବର୍ତ୍ତୀ ଶ୍ଳୋକରେ ଏହାର ବର୍ଣ୍ଣନା କରାଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency