ଯଜ୍ଞଦାନତପଃକର୍ମ ନ ତ୍ୟାଜ୍ୟଂ କାର୍ଯ୍ୟମେବ ତତ୍ ।
ଯଜେ୍ଞା ଦାନଂ ତପଶ୍ଚୈବ ପାବନାନି ମନୀଷିଣାମ୍ ।।୫।।
ଯଜ୍ଞ- ଯଜ୍ଞ; ଦାନ-ଦାନ; ତପଃ-ତପସ୍ୟା; କର୍ମ-କର୍ମ; ନ ତ୍ୟାଜ୍ୟଂ- ତ୍ୟାଗ କରିବା ଉଚିତ୍ ନୁହେଁ; କାର୍ଯ୍ୟଂ-କରିବା ଉଚିତ୍; ଏବ-ନିଶ୍ଚିତଭାବେ; ତତ୍-ତାହା; ଯଜ୍ଞଃ-ଯଜ୍ଞ; ଦାନଂ-ଦାନ; ତପଃ-ତପସ୍ୟା; ଚ -ଏବଂ; ଏବ-ନିଶ୍ଚିତଭାବେ; ପାବନାନି-ପବିତ୍ର କରେ; ମନୀଷିଣାମ୍- ଜ୍ଞାନୀମାନଙ୍କୁ ।
BG 18.5: ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଉପରେ ଆଧାରିତ କର୍ମ କଦାପି ତ୍ୟାଗ କରାଯିବା ଉଚିତ ନୁହେଁ, ସେଗୁଡ଼ିକୁ ନିଶ୍ଚିତ ଭାବେ ପାଳନ କରାଯିବା ଉଚିତ । ବାସ୍ତବରେ, ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ବିଜ୍ଞବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଶୁଦ୍ଧକାରକ ଅଟେ ।
ଏଠାରେ ଶ୍ରୀକୃଷ୍ଣ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି ଯେ ଯେଉଁ କର୍ମ ମନୁଷ୍ୟ ପାଇଁ ଉତ୍ଥାନ କାରକ ଏବଂ ଲାଭପ୍ରଦ, ତାହା କଦାପି ତ୍ୟାଗ କରିବା ଉଚିତ ନୁହେଁ । ଏପରି କର୍ମ ଯଦି ଉପଯୁକ୍ତ ଭାବନାରେ କରାଯାଏ, ଏହା ଆମକୁ ବନ୍ଧନରେ ବାନ୍ଧିବା ପରିବର୍ତ୍ତେ ଆମକୁ ଆଧ୍ୟାତ୍ମିକତାରେ ପ୍ରଗତି କରିବାରେ ସାହାଯ୍ୟ କରେ । ଗୋଟିଏ ସାଁବାଳୁଆର ଉଦାହରଣ ବିଚାର କରନ୍ତୁ । ନିଜକୁ ରୂପାନ୍ତରିତ କରିବା ପାଇଁ, ସେ ନିଜ ଚାରିପାଖରେ ଏକ କୋଷା ତିଆରି କରି ତା’ମଧ୍ୟରେ ନିଜକୁ ବନ୍ଦୀ କରିଦିଏ । ଥରେ ପ୍ରଜାପତିରେ ରୂପାନ୍ତରିତ ହୋଇଯିବା ପରେ, ସେ କୋଷାଟିକୁ କାଟି ମୁକ୍ତ ଆକାଶକୁ ଉଡ଼ିଯାଏ । ସଂସାରରେ ଆମର ସ୍ଥିତି ସେହିପରି ଅଟେ । କୁତ୍ସିତ ସାଁବାଳୁଆ ପରି ଆମେ ବର୍ତ୍ତମାନ ସଂସାରରେ ଆସକ୍ତ ରହିଛୁ ଏବଂ ସବୁ ସଦ୍ଗୁଣରୁ ବଞ୍ôଚତ ରହିଛୁ । ଆତ୍ମପ୍ରସ୍ତୁତି ବା ଆତ୍ମଶିକ୍ଷା ଭାବରେ ଆମକୁ ଏପରି କର୍ମ କରିବାକୁ ପଡ଼ିବ ଯାହା ଆମେ ଇଚ୍ଛା କରୁଥିବା ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିପାରିବ । ଯଜ୍ଞ, ଦାନ ଏବଂ ତପସ୍ୟା ସେହିପରି କର୍ମ ଅଟନ୍ତି ଯିଏ ଆମର ଆଧ୍ୟାତ୍ମିକ ବିକାଶ ଓ ପ୍ରଗତିରେ ସାହାଯ୍ୟ କରିଥାନ୍ତି । ବେଳେବେଳେ ସେଗୁଡ଼ିକ ମଧ୍ୟ ବନ୍ଧନକାରକ ପ୍ରତୀତ ହୁଅନ୍ତି, କିନ୍ତୁ ବାସ୍ତବରେ ସେମାନେ ସାଁବାଳୁଆର କୋଷା ପରି ଅଟନ୍ତି । ସେଗୁଡ଼ିକ ଆମର ଦୋଷ ସବୁ ଧୋଇ ଦିଅନ୍ତି, ଆନ୍ତରିକ ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତି ଏବଂ ସାଂସାରିକ ଜୀବନର ଶୃଙ୍ଖଳ ଛିନ୍ନ କରିବାରେ ସାହାଯ୍ୟ କରନ୍ତି । ସେଥିପାଇଁ ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଏହିସବୁ ପବିତ୍ର କର୍ମକୁ ତ୍ୟାଗ କରିବା ଉଚିତ ନୁହେଁ । ବର୍ତ୍ତମାନ ସେ ଏହି ସବୁ କର୍ମ ସମ୍ପାଦନ କରିବାର ସଠିକ୍ ମନୋଭାବ ବିଷୟରେ ପ୍ରକାଶ କରି, ତାଙ୍କର ଉକ୍ତିକୁ ପୁଷ୍ଟ କରୁଛନ୍ତି ।
ଯଜ୍ଞଦାନତପଃକର୍ମ ନ ତ୍ୟାଜ୍ୟଂ କାର୍ଯ୍ୟମେବ ତତ୍ ।
ଯଜେ୍ଞା ଦାନଂ ତପଶ୍ଚୈବ ପାବନାନି ମନୀଷିଣାମ୍ ।।୫।।
ଯଜ୍ଞ, ଦାନ ଏବଂ ତପଶ୍ଚର୍ଯ୍ୟା ଉପରେ ଆଧାରିତ କର୍ମ କଦାପି ତ୍ୟାଗ କରାଯିବା ଉଚିତ ନୁହେଁ, ସେଗୁଡ଼ିକୁ ନିଶ୍ଚିତ ଭାବେ ପାଳନ କରାଯିବା ଉଚିତ । ବାସ୍ତବରେ, …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ