ଯଦହଙ୍କାରମାଶ୍ରିତ୍ୟ ନ ଯୋତ୍ସ୍ୟ ଇତି ମନ୍ୟସେ ।
ମିଥ୍ୟୈଷ ବ୍ୟବସାୟସ୍ତେ ପ୍ରକୃତିସ୍ତ୍ୱାଂ ନିୟୋକ୍ଷ୍ୟତି ।।୫୯।।
ଯତ୍-ଯଦି; ଅହଙ୍କାରଂ-ଅହଙ୍କାରକୁ; ଆଶ୍ରିତ୍ୟ-ଆଶ୍ରୟ କରି; ନ ଯୋତ୍ସ୍ୟ-ଯୁଦ୍ଧ କରିବି ନାହିଁ; ଇତି-ଏପରି; ମନ୍ୟସେ-ଭାବୁଥାଅ; ମିଥ୍ୟା ଏଷଃ- ଏସବୁ ମିଥ୍ୟା; ବ୍ୟବସାୟଃତେ -ତୁମର ଦୃଢ଼ତା; ପ୍ରକୃତିଃ -ଭୂତ ପ୍ରକୃତି; ତ୍ୱାଂ-ତୁମକୁ; ନିୟୋକ୍ଷ୍ୟତି-ତୁମକୁ ନିଯୁକ୍ତ କରିବ ।
BG 18.59: ଅହଂକାର ଦ୍ୱାରା ପ୍ରେରିତ ହୋଇ ତୁମେ ଯଦି ଚିନ୍ତା କରିବ, “ମୁଁ ଯୁଦ୍ଧ କରିବି ନାହିଁ”, ତୁମର ନିର୍ଣ୍ଣୟ ବୃଥା ହେବ । ତୁମର ଭୌତିକ (କ୍ଷତ୍ରିୟ) ସ୍ୱଭାବ ତୁମକୁ ଯୁଦ୍ଧ କରିବା ପାଇଁ ବାଧ୍ୟ କରିବ ।
ଅନୁଶାସନ ମନୋଭାବରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଏକ ଚେତାବନୀ ଦେଉଛନ୍ତି । ଆମେ ଏପରି ଭାବିବା ଉଚିତ ନୁହେଁ ଯେ ଆମର ଯାହା ଇଚ୍ଛା ତାହା କରିବାରେ ଆମେ ପୂର୍ଣ୍ଣ ସ୍ୱାଧୀନ ଅଟୁ । ଜୀବର ସ୍ୱାଧୀନ ଅସ୍ତିତ୍ୱ ନାହିଁ, ଅନେକ ଦିଗରୁ ସେ ଭଗବାନଙ୍କ ଉପରେ ନିର୍ଭରଶୀଳ । ମାୟାବଦ୍ଧ ଅବସ୍ଥାରେ ସେ ତିନି ଗୁଣ ଦ୍ୱାରା ପ୍ରଭାବିତ ହୋଇଥାଏ । ଏହି ଗୁଣଗୁଡ଼ିକର ସମ୍ମିଶ୍ରଣ ଆମର ସ୍ୱଭାବ ସୃଷ୍ଟି କରେ ଏବଂ ତାହାର ନିର୍ଦ୍ଦେଶନାରେ ଆମେ କର୍ମ କରିବାକୁ ବାଧ୍ୟ ହେଉ । ତେଣୁ “ମୁଁ ମୋର ଇଚ୍ଛା ଅନୁସାରେ କାର୍ଯ୍ୟ କରିବି”, ଏପରି କହିବା ପାଇଁ ଆମେ ପୂର୍ଣ୍ଣ ସ୍ୱାଧୀନ ନୁହେଁ । ଭଗବାନ ଏବଂ ଶାସ୍ତ୍ରମାନଙ୍କର ସତ୍-ଉପଦେଶ କିମ୍ବା ଆମର ପ୍ରବୃତ୍ତି - ଏହି ଦୁଇଟି ମଧ୍ୟରୁ ଆମକୁ ଗୋଟିଏ ବାଛିବାକୁ ପଡ଼ିବ । ନିଜ ସ୍ୱଭାବ ବିଷୟରେ ଏକ ଉପାଖ୍ୟାନ ଅଛି । ତିରିଶ ବର୍ଷ ଚାକିରୀ କରିବା ପରେ ଜଣେ ସୈନିକ ଅବସରପ୍ରାପ୍ତ ହୋଇ ନିଜ ସହରକୁ ଫେରିଲେ । ଦିନେ ସେ ଚା ଦୋକାନରେ ବସି ଚା ପିଉଥିବା ସମୟରେ, ତାଙ୍କର ଜଣେ ବନ୍ଧୁ ୍ତାଙ୍କୁ ଥଟ୍ଟା କରିବାକୁ ଯାଇ ପଛରୁ ପାଟିକଲେ, “ସାବଧାନ !” ସେପରି ଆଦେଶ ପାଳନ କରିବା ତାଙ୍କ ସୈନିକ ସ୍ୱଭାବର ଅନ୍ତର୍ଗତ ଥିଲା । ଅନ୍ୟମନସ୍କ ଭାବେ, ସେ ଚା କପ୍କୁ ତଳେ ପକାଇ ଦେଇ ହାତ ସିଧା କରି ଛିଡ଼ା ହୋଇଗଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଚେତାବନି ଦେଉଛନ୍ତି, ସେ ସ୍ୱଭାବତଃ ଜଣେ ଯୋଦ୍ଧା ଅଟନ୍ତି, ତେଣୁ ଅହଂକାର ବଶତଃ ସେ ତାଙ୍କର ସଦୁପଦେଶ ନ ଶୁଣିଲେ ମଧ୍ୟ ତାଙ୍କର କ୍ଷତ୍ରିୟ ସ୍ୱଭାବ ତାଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କରିବ ।
ଯଦହଙ୍କାରମାଶ୍ରିତ୍ୟ ନ ଯୋତ୍ସ୍ୟ ଇତି ମନ୍ୟସେ ।
ମିଥ୍ୟୈଷ ବ୍ୟବସାୟସ୍ତେ ପ୍ରକୃତିସ୍ତ୍ୱାଂ ନିୟୋକ୍ଷ୍ୟତି ।।୫୯।।
ଅହଂକାର ଦ୍ୱାରା ପ୍ରେରିତ ହୋଇ ତୁମେ ଯଦି ଚିନ୍ତା କରିବ, “ମୁଁ ଯୁଦ୍ଧ କରିବି ନାହିଁ”, ତୁମର ନିର୍ଣ୍ଣୟ ବୃଥା ହେବ । ତୁମର ଭୌତିକ (କ୍ଷତ୍ରିୟ) …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ