ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ।
ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରାରୁଢ଼ାନି ମାୟୟା ।।୬୧।।
ଈଶ୍ୱରଃ-ପରମେଶ୍ୱର; ସର୍ବଭୂତାନାଂ-ସମସ୍ତ ଜୀବଙ୍କର; ହୃଦ୍ଦେଶେ-ହୃଦୟରେ; ଅର୍ଜୁନ -ହେ ଅର୍ଜୁନ; ତିଷ୍ଠତି-ରହନ୍ତି; ଭ୍ରାମୟନ୍-ଘୂରାଉ ଥାଆନ୍ତି; ସର୍ବଭୂତାନି-ସମସ୍ତ ଜୀବଙ୍କୁ; ଯନ୍ତ୍ର-ଆରୂଢ଼ାନି -ଯନ୍ତ୍ରରେ ବସାଇ; ମାୟୟା -ମାୟାଶକ୍ତିରେ ନିର୍ମିତ ।
BG 18.61: ହେ ଅର୍ଜୁନ ! ପରମାତ୍ମା ସମସ୍ତଙ୍କ ହୃଦୟରେ ନିବାସ କରନ୍ତି । ଜୀବର କର୍ମ ଅନୁସାରେ, ମାୟାଶକ୍ତି ଦ୍ୱାରା ନିର୍ମିତ ଏକ ଯନ୍ତ୍ରରେ ବସାଇ, ସେ ତା’ର ଇତସ୍ତତଃ ଭ୍ରମଣକୁ ନିର୍ଦ୍ଦେଶିତ କରିଥାଆନ୍ତି ।
ଆତ୍ମାର ପରମାତ୍ମାଙ୍କ ଉପରେ ନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପଣ କରି ଶ୍ରୀକୃଷ୍ଣ କହୁଛନ୍ତି, “ଅର୍ଜୁନ, ତୁମେ ମୋର ଆଜ୍ଞା ପାଳନ କରିବାକୁ ଇଚ୍ଛା କର ବା ନ କର, ତୁମେ ସର୍ବଦା ମୋର ନିୟନ୍ତ୍ରଣାଧୀନ ରହିବ । ତୁମେ ବାସ କରୁଥିବା ଶରୀର ମାୟା ଶକ୍ତିରୁ ଗଠିତ । ପୂର୍ବ କର୍ମ ଅନୁସାରେ, ତୁମେ ଯେଉଁ ଶରୀର ପାଇବାକୁ ଯୋଗ୍ୟ, ତାହା ମୁଁ ତୁମକୁ ପ୍ରଦାନ କରିଛି । ମୁଁ ସେଠାରେ ମଧ୍ୟ ଅଛି ଏବଂ ତୁମର ସମସ୍ତ ବିଚାର, ବାଣୀ ଏବଂ କର୍ମକୁ ମୁଁ ଲିପିବଦ୍ଧ କରୁଛି । ତେଣୁ ବର୍ତ୍ତମାନ ତୁମେ ଯାହା କରୁଛ ମୁଁ ତାହା ମଧ୍ୟ ଲକ୍ଷ୍ୟ କରି ତୁମର ଭବିଷ୍ୟତ ନିର୍ଦ୍ଧାରଣ କରିବି । କୌଣସି ପରିସ୍ଥିତିରେ ମଧ୍ୟ ତୁମେ ନିଜକୁ ମୋ ଠାରୁ ସ୍ୱାଧୀନ ବୋଲି ପରିକଳ୍ପନା କରନାହିଁ । ତେଣୁ ହେ ଅର୍ଜୁନ! ତୁମେ ନିଜ ସ୍ୱାର୍ଥ ଦୃଷ୍ଟିରୁ ମୋର ଶରଣାଗତ ହେବା ଆବଶ୍ୟକ ।
ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ।
ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରାରୁଢ଼ାନି ମାୟୟା ।।୬୧।।
ହେ ଅର୍ଜୁନ ! ପରମାତ୍ମା ସମସ୍ତଙ୍କ ହୃଦୟରେ ନିବାସ କରନ୍ତି । ଜୀବର କର୍ମ ଅନୁସାରେ, ମାୟାଶକ୍ତି ଦ୍ୱାରା ନିର୍ମିତ ଏକ ଯନ୍ତ୍ରରେ ବସାଇ, ସେ ତା’ର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ