ବ୍ୟାସପ୍ରସାଦାଚ୍ଛ୍ରୁତବାନେତଦ୍ଗୁହ୍ୟମହଂ ପରମ୍ ।
ଯୋଗଂ ଯୋଗେଶ୍ୱରାତ୍ କୃଷ୍ଣାତ୍ ସାକ୍ଷାତ୍କଥୟତଃ ସ୍ୱୟମ୍ ।।୭୫।।
ବ୍ୟାସ ପ୍ରସାଦାତ୍- ବ୍ୟାସଦେବଙ୍କ କୃପାରୁ; ଶ୍ରୁତବାନ୍-ଶୁଣିଲି; ଏତତ୍-ଏହା; ଗୁହ୍ୟ-ଗୁଢ଼ ତଥ୍ୟ; ଅହଂ-ମୁଁ; ପରମ୍-ଶ୍ରେଷ୍ଠ; ଯୋଗଂ-ଯୋଗ; ଯୋଗେଶ୍ୱରାତ୍-ଯୋଗେଶ୍ୱରଙ୍କ ଠାରୁ; କୃଷ୍ଣାତ୍-କୃଷ୍ଣଙ୍କଠାରୁ; ସାକ୍ଷାତ୍-ପ୍ରତ୍ୟକ୍ଷଭାବେ; କଥୟତଃ-କହୁଥିବା; ସ୍ୱୟମ୍-ସ୍ୱୟଂ ।
BG 18.75: ମହର୍ଷି ବେଦବ୍ୟାସଙ୍କ କୃପାରୁ ଯୋଗର ଏହି ସର୍ବୋଚ୍ଚ ଏବଂ ଗୁଢ଼ ଜ୍ଞାନ, ମୁଁ ଯୋଗେଶ୍ୱର ସ୍ୱୟଂ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାକୁ ପାଇଲି ।
ଶ୍ରୀକୃଷ୍ଣ ଦ୍ୱୈପାୟନ ବ୍ୟାସଦେବ, ଯିଏ ମହର୍ଷି ବେଦବ୍ୟାସ ନାମରେ ବିଖ୍ୟାତ, ସଞ୍ଜୟଙ୍କର ଆଧ୍ୟାତ୍ମିକ ଗୁରୁ ଥିଲେ । ଗୁରୁଙ୍କ କୃପାରୁ ସଞ୍ଜୟଙ୍କୁ ହସ୍ତିନାପୁର ରାଜପ୍ରାସାଦରେ ରହି, କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଘଟୁଥିବା ଘଟଣାବଳୀକୁ ଦେଖିପାରିବାର ଅଲୌକିକ ଶକ୍ତି ପ୍ରାପ୍ତ ହୋଇଥିଲା । ସଞ୍ଜୟ ଏଠାରେ ସ୍ୱୀକାର କରୁଛନ୍ତି ଯେ ତାଙ୍କ ଗୁରୁଙ୍କ କୃପାରୁ ହିଁ ସେ ଏହି ସର୍ବୋଚ୍ଚ ଯୋଗ ବିଜ୍ଞାନ ସ୍ୱୟଂ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାର ସୁଯୋଗ ପାଇଲେ ।
ବ୍ରହ୍ମସୂତ୍ର, ପୁରାଣ, ମହାଭାରତ ଇତ୍ୟାଦିର ରଚୟିତା ବେଦବ୍ୟାସ ଭଗବାନଙ୍କର ଅବତାର ଥିଲେ ଏବଂ ସେ ନିଜେ ଅଲୌକିକ ଶକ୍ତିର ଅଧିକାରୀ ଥିଲେ । ତେଣୁ ସେ କେବଳ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ବାର୍ତ୍ତାଳାପ ଶୁଣି ନ ଥିଲେ, ସଞ୍ଜୟ ଓ ଧୃତରାଷ୍ଟ୍ରଙ୍କର ମଧ୍ୟରେ ହୋଇଥିବା କଥୋପକଥନ ମଧ୍ୟ ଶୁଣି ପାରିଥିଲେ । ସେଥିପାଇଁ ସେ ଉଭୟ ବାର୍ତ୍ତାଳାପକୁ ଭଗବଦ୍ ଗୀତା ସଙ୍କଳନର ଅନ୍ତର୍ଭୁକ୍ତ କରିଥିଲେ ।
ବ୍ୟାସପ୍ରସାଦାଚ୍ଛ୍ରୁତବାନେତଦ୍ଗୁହ୍ୟମହଂ ପରମ୍ ।
ଯୋଗଂ ଯୋଗେଶ୍ୱରାତ୍ କୃଷ୍ଣାତ୍ ସାକ୍ଷାତ୍କଥୟତଃ ସ୍ୱୟମ୍ ।।୭୫।।
ମହର୍ଷି ବେଦବ୍ୟାସଙ୍କ କୃପାରୁ ଯୋଗର ଏହି ସର୍ବୋଚ୍ଚ ଏବଂ ଗୁଢ଼ ଜ୍ଞାନ, ମୁଁ ଯୋଗେଶ୍ୱର ସ୍ୱୟଂ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବାକୁ ପାଇଲି ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ