ରାଜନ୍ ସଂସ୍ମୃତ୍ୟ ସଂସ୍ମୃତ୍ୟ ସଂବାଦମିମମଦ୍ଭୁତମ୍ ।
କେଶବାର୍ଜୁନୟୋଃ ପୁଣ୍ୟଂ ହୃଷ୍ୟାମି ଚ ମୁହୁର୍ମୁହୁଃ ।।୭୬।।
ରାଜନ୍-ହେ ରାଜନ୍; ସଂସ୍କୃତ୍ୟ ସଂସ୍କୃତ୍ୟ -ବାରମ୍ବାର ସ୍ମରଣ କରି; ସଂବାଦଂ-ସଂବାଦ; ଇମଂ-ଏହି; ଅଦ୍ଭୁତମ୍-ଅଦ୍ଭୁତ; କେଶବ- ଭଗବାନ୍ ଶ୍ରୀକୃଷ୍ଣ; ଅର୍ଜୁନୟୋଃ-ଅର୍ଜୁନଙ୍କର; ପୁଣ୍ୟଂ-ପୁଣ୍ୟ; ହୃଷ୍ୟାମି-ହର୍ଷିତ ହେଉଛି; ଚ-ଏବଂ; ମୁହୁଃ-ମୁହୁଃ- ବାରମ୍ବାର ।
BG 18.76: ହେ ରାଜନ୍ ! ପରମାତ୍ମା ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର ଅତି ଉତ୍କୃଷ୍ଟ ଓ ଅଦ୍ଭୁତ ବାର୍ତ୍ତାଳାପର ସ୍ମୃତିଚାରଣ କରି, ମୁଁ ବାରମ୍ବାର ବିଭୋର ହୋଇଯାଉଛି ।
ଦିବ୍ୟ ଅନୁଭୂତିର ଆନନ୍ଦ ସମସ୍ତ ପ୍ରକାରର ଭୌତିକ ସୁଖଠାରୁ, ଅତ୍ୟଧିକ ରୋମାଂଚକାରୀ ଏବଂ ସନ୍ତୋଷଜନକ ଅଟେ । ସଞ୍ଜୟ ଏପରି ଆନନ୍ଦକୁ ଉପଭୋଗ କରୁଛନ୍ତି ଏବଂ ତାଙ୍କ ଅନୁଭୂତି ଅନ୍ଧ ଧୃତରାଷ୍ଟ୍ରଙ୍କୁ ଜଣାଉଛନ୍ତି । ସେହି ଅଦ୍ଭୁତ କଥୋପକଥନକୁ ବାରମ୍ବାର ସ୍ମରଣ କରି, ସେ ଦିବ୍ୟାନନ୍ଦ ଅନୁଭବ କରୁଛନ୍ତି । ଏହା, ଶାସ୍ତ୍ର ଜ୍ଞାନର ଗାରିମା ଏବଂ ସଞ୍ଜୟ ଦର୍ଶନ କରିଥିବା ଲୀଳାର ଦିବ୍ୟତାକୁ ସୂଚୀତ କରୁଅଛି ।
ରାଜନ୍ ସଂସ୍ମୃତ୍ୟ ସଂସ୍ମୃତ୍ୟ ସଂବାଦମିମମଦ୍ଭୁତମ୍ ।
କେଶବାର୍ଜୁନୟୋଃ ପୁଣ୍ୟଂ ହୃଷ୍ୟାମି ଚ ମୁହୁର୍ମୁହୁଃ ।।୭୬।।
ହେ ରାଜନ୍ ! ପରମାତ୍ମା ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର ଅତି ଉତ୍କୃଷ୍ଟ ଓ ଅଦ୍ଭୁତ ବାର୍ତ୍ତାଳାପର ସ୍ମୃତିଚାରଣ କରି, ମୁଁ ବାରମ୍ବାର ବିଭୋର ହୋଇଯାଉଛି ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ