ତଚ୍ଚ ସଂସ୍ମୃତ୍ୟ ସଂସ୍ମୃତ୍ୟ ରୂପମତ୍ୟଦ୍ଭୁତଂ ହରେଃ ।
ବିସ୍ମୟୋ ମେ ମହାନ୍ରାଜନ୍ହୃଷ୍ୟାମି ଚ ପୁନଃ ପୁନଃ ।।୭୭।।
ତତ୍-ତାହା; ଚ-ଏବଂ; ସଂସ୍ମୃତ୍ୟ ସଂସ୍ମୃତ୍ୟ -ବାରମ୍ବାର ସ୍ମରଣ କରି; ରୂପଂ-ରୂପ; ଅତି-ମହାନ୍; ଅଦ୍ଭୁତଂ-ଆଶ୍ଚର୍ଯ୍ୟପ୍ରଦ; ହରେଃ-ଭଗବାନ ଶ୍ରୀକୃଷ୍ଣଙ୍କର; ବିସ୍ମୟଃ-ବିସ୍ମୟ; ମେ-ମୋର; ମହାନ୍-ମହାନ୍; ରାଜନ୍-ହେ ରାଜା; ହୃଷ୍ୟାମି-ଆନନ୍ଦିତ ହେଉଅଛି; ପୁନଃ ପୁନଃ- ବାରମ୍ବାର ।
BG 18.77: ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିସ୍ମୟକର ଏବଂ ଅଲୌକିକ ବିଶ୍ୱରୂପକୁ ସ୍ମରଣ କରି, ମୋର ଆଶ୍ଚର୍ଯ୍ୟର ସୀମା ରହୁନାହିଁ ତଥା ମୁଁ ବାରମ୍ବାର ଆନନ୍ଦରେ ଶିହରିତ ହୋଇ ଉଠୁଛି ।
ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ, ଯାହା ସର୍ବଶ୍ରେଷ୍ଠ ଯୋଗୀଗଣ ମଧ୍ୟ କ୍ୱଚିତ୍ ଦର୍ଶନ କରିଥାନ୍ତି । ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ ଯେ ତାଙ୍କ ସମ୍ମୁଖରେ ସେ ନିଜର ବିଶ୍ୱରୂପ ପ୍ରକଟ କରିବେ, କାରଣ ଅର୍ଜୁନ ତାଙ୍କର ଭକ୍ତ, ସଖା ଏବଂ ଅତ୍ୟନ୍ତ ପ୍ରିୟ ଅଟନ୍ତି । ସଞ୍ଜୟ ମଧ୍ୟ ଏହି ବିଶ୍ୱରୂପ ଦର୍ଶନ କରି ପାରିଥିଲେ, କାରଣ ଜଣେ ପ୍ରବକ୍ତା ଭାବରେ ସେ ତାଙ୍କ ଦିବ୍ୟଲୀଳାରେ ଭାଗ ନେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ । ବେଳେବେଳେ ଏପରି ସମୟ ଆସେ, ଯେତେବେଳେ ଅପ୍ରତ୍ୟାଶିତ କୃପା ମିଳିଥାଏ । ଆମେ ଏହାର ସଦୁପଯୋଗ କଲେ, ଆମ ସାଧନାରେ ଦ୍ରୁତ ପ୍ରଗତି କରିପାରିବା । ସଞ୍ଜୟ ଯାହା ଦର୍ଶନ କଲେ, ତାହା ବାରମ୍ବାର ସ୍ମରଣ କରୁଛନ୍ତି ଏବଂ ଭକ୍ତିର ପ୍ରବାହରେ ନିଜକୁ ଭସାଇ ଦେଇଛନ୍ତି ।
ତଚ୍ଚ ସଂସ୍ମୃତ୍ୟ ସଂସ୍ମୃତ୍ୟ ରୂପମତ୍ୟଦ୍ଭୁତଂ ହରେଃ ।
ବିସ୍ମୟୋ ମେ ମହାନ୍ରାଜନ୍ହୃଷ୍ୟାମି ଚ ପୁନଃ ପୁନଃ ।।୭୭।।
ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିସ୍ମୟକର ଏବଂ ଅଲୌକିକ ବିଶ୍ୱରୂପକୁ ସ୍ମରଣ କରି, ମୋର ଆଶ୍ଚର୍ଯ୍ୟର ସୀମା ରହୁନାହିଁ ତଥା ମୁଁ ବାରମ୍ବାର ଆନନ୍ଦରେ ଶିହରିତ ହୋଇ ଉଠୁଛି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ