ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ ।
ତତ୍ର ଶ୍ରୀର୍ବିଜୟୋ ଭୂତିଧ୍ରୁବା ନୀତିର୍ମତିର୍ମମ ।।୭୮।।
ଯତ୍ର-ଯେଉଁଠାରେ; ଯୋଗେଶ୍ୱରଃ-ଯୋଗେଶ୍ୱର; କୃଷ୍ଣଃ-ଭଗବାନ ଶ୍ରୀକୃଷ୍ଣ; ଯତ୍ର-ଯେଉଁଠାରେ; ପାର୍ଥଃ-ପୃଥାପୁତ୍ର ଅର୍ଜୁନ; ଧନୁର୍ଧରଃ-ଧନୁଶରଧାରୀ; ତତ୍ର-ସେଠାରେ; ଶ୍ରୀଃ-ଐଶ୍ୱର୍ଯ୍ୟ; ବିଜୟଃ-ବିଜୟ; ଭୂତିଃ-ସମୃଦ୍ଧି; ଧ୍ରୁବା-ଅନନ୍ତ; ନୀତିଃ-ଧାର୍ମିକତା; ମତିଃ ମମ-ମୋର ମତ ।
BG 18.78: ଯେଉଁଠାରେ ସମସ୍ତ ଯୋଗର ଅଧୀଶ୍ୱର ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ସେଠାରେ ଅଫୁରନ୍ତ ଐଶ୍ୱର୍ଯ୍ୟ, ବିଜୟ, ସମୃଦ୍ଧି ଏବଂ ଧର୍ମ ନିଶ୍ଚିତରୂପେ ବିରାଜମାନ କରିବ । ମୁଁ ଏଥିରେ ଦୃଢ଼ ନିଶ୍ଚିତ ।
ଏକ ଦୃଢ଼ ଅଧିଘୋଷଣା ସହିତ ଏହି ଶ୍ଳୋକରେ ଭଗବଦ୍ଗୀତାର ପରିସମାପ୍ତି ହୋଇଛି । ଧୃତରାଷ୍ଟ୍ର ଯୁଦ୍ଧର ପରିଣତିକୁ ନେଇ ଉଦ୍ବେଗଗ୍ରସ୍ତ ଥିଲେ । ସଞ୍ଜୟ ତାଙ୍କୁ ସୂଚନା ଦେଇଛନ୍ତି ଯେ ଦୁଇ ସୈନ୍ୟବାହିନୀର ଭୌତିକ ଦୃଷ୍ଟିରୁ ସଂଖ୍ୟା ଆକଳନର କୌଣସି ମହତ୍ୱ ନାହିଁ । ଏହି ଯୁଦ୍ଧର କେବଳ ଗୋଟିଏ ହିଁ ପରିଣତି ହୋଇପାରେ- ବିଜୟଶ୍ରୀ ସର୍ବଦା ଭଗବାନ ଏବଂ ତାଙ୍କ ଶୁଦ୍ଧ ଭକ୍ତଙ୍କ ସପକ୍ଷରେ ରହିବ ଏବଂ ତା’ ସହିତ ଧାର୍ମିକତା, ଶ୍ରେଷ୍ଠତା ଏବଂ ସମୃଦ୍ଧି ମଧ୍ୟ ତାଙ୍କ ପକ୍ଷଭୁକ୍ତ ହେବ ।
ଭଗବାନ ସ୍ୱତନ୍ତ୍ର, ଆତ୍ମନିର୍ଭର ଜଗଦୀଶ୍ୱର ଏବଂ ଭକ୍ତି ଓ ଉପାସନାର ସର୍ବଶ୍ରେଷ୍ଠ ଯୋଗ୍ୟ ବସ୍ତୁ ଅଟନ୍ତି ।
ନ ତତ୍ସମଶ୍ଚାଭ୍ୟଧିକଶ୍ଚ ଦୃଶ୍ୟତେ (ଶ୍ୱେତାଶ୍ୱତର ଉପନିଷଦ ୬.୮) “ତାଙ୍କ ସମତୁଲ୍ୟ କେହି ନାହାଁନ୍ତି କିମ୍ବା ତାଙ୍କ ଠାରୁ ଶ୍ରେଷ୍ଠ ମଧ୍ୟ କେହି ନାହାଁନ୍ତି ।” ତାଙ୍କର ଅସାମାନ୍ୟ ଯଶର ପରିପ୍ରକାଶ ପାଇଁ ସେ କେବଳ ଏକ ଉପଯୁକ୍ତ ମାଧ୍ୟମ ଆବଶ୍ୟକ କରନ୍ତି । ଯେଉଁ ଜୀବ ଭଗବାନଙ୍କର ଶରଣାଗତ ହୁଅନ୍ତି, ସେ ତାଙ୍କ ଐଶ୍ୱର୍ଯ୍ୟର ଦୀପ୍ତି ଝଲସାଇବା ପାଇଁ ଏକ ବାହନ ପ୍ରସ୍ତୁତ କରନ୍ତି । ଅତଏବ, ଯେଉଁଠାରେ ବି ଭଗବାନ ଏବଂ ତାଙ୍କର ଭକ୍ତ ଉପସ୍ଥିତ ଥିବେ, ପରମ ସତ୍ୟର ଆଲୋକ ମିଥ୍ୟାର ଅନ୍ଧକାରକୁ ସର୍ବଦା ପରାଭୂତ କରିବ । ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ ।
ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ ।
ତତ୍ର ଶ୍ରୀର୍ବିଜୟୋ ଭୂତିଧ୍ରୁବା ନୀତିର୍ମତିର୍ମମ ।।୭୮।।
ଯେଉଁଠାରେ ସମସ୍ତ ଯୋଗର ଅଧୀଶ୍ୱର ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି, ସେଠାରେ ଅଫୁରନ୍ତ ଐଶ୍ୱର୍ଯ୍ୟ, ବିଜୟ, ସମୃଦ୍ଧି ଏବଂ ଧର୍ମ ନିଶ୍ଚିତରୂପେ ବିରାଜମାନ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ